ଯଦି ୟୁକ୍ରେନ୍-ରୁଷିଆ ମଧ୍ୟରେ ଯୁଦ୍ଧ ହୁଏ… ତେବେ କ’ଣ ପଡ଼ିବ ଭାରତ ଉପରେ ପ୍ରଭାବ ?

ୟୁକ୍ରେନ ଓ ଋଷ ମଧ୍ୟରେ ଉତ୍ତେଜନାର ପ୍ରଭାବ ବର୍ତ୍ତମାନ ଠାରୁ ପଡିବା ଆରମ୍ଭ ହୋଇଗଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟର ବ୍ୟାରେଲ ପିଛା ପାଖାପାଖି ଶହେ ଡଲାର ହୋଇଗଲାଣି। ଭାରତରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା କାରଣରୁ ସରକାର ବର୍ତ୍ତମାନ ତେଲର ଦରକୁ ବୃଦ୍ଧି କରୁନାହାନ୍ତି। କିନ୍ତୁ ଆଶଙ୍କା କରାଯାଉଛିକି, ନିର୍ବାଚନ ସରିବା ପରେ ଏହାର ପ୍ରଭାବ ଧୀରେ ଧୀରେ ପଡିବା ଆରମ୍ଭ ହୋଇଯିବ। କେବଳ ତୈଳର ଦର ନୁହେଁ ଅନେକ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ।

ଯୁଦ୍ଧ ହେଲେ କ’ଣ ସବୁ ପ୍ରଭାବ ପଡ଼ିବ? ଭାରତ ପ୍ରଭାବିତ ହେବ କି? ୟୁକ୍ରେନ୍-ରୁଷିଆ ବିବାଦ ବର୍ତ୍ତମାନ ଯେତିକି ତେଜୁଛି, ବିଶ୍ୱ ବଜାର ସେହି ଅନୁପାତରେ ସେତିକିଅସ୍ଥିର ହୋଇଉଠିଛି। ଆମେରିକା, ଏସିଆ, ୟୁରୋପର ଷ୍ଟକ ବଜାର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ଅନିଶ୍ଚିତତା ମଧ୍ୟରେ ଭାରତୀୟ ସେୟାର ବଜାର ଗତି କରୁଛି। କେବଳ ସେୟାର ବଜାର ନୁହେଁ, କ୍ରୁଡ୍ ଅଏଲ ବା ଅଶୋଧିତ ତେଲ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି। ସାରା ବିଶ୍ୱରେ ଦରଦାମ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ଅଣାୟତ ହେବାରେ ଲାଗିଛି।

ନଜର ପକାନ୍ତୁ, ବର୍ତ୍ତମାନର ସ୍ଥିତି ଉପରେ:-

– ବିଶ୍ୱ ବଜାରରେ ଅସ୍ଥିରତା
– ଅଶୋଧିତ ତେଲ ବ୍ୟାରେଲ୍ ପିଛା ୯୮ ଡଲାର

– ୩ ମାସରେ ୫୦ ପ୍ରତିଶତ ବୃଦ୍ଧି

– ଅଶୋଧିତ ତେଲ ଦର ୨୦୧୪ ସେପ୍ଟେମ୍ବର ପରେ ସର୍ବାଧିକ

– ସୁନା ଦର ୧୩ ମାସର ରେକର୍ଡ ଭାଙ୍ଗିଲା

– ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୫୧ ହଜାର ୯୦୦ ଟଙ୍କା

– ଖାଦ୍ୟ ସାମଗ୍ରୀର ମଧ୍ୟ ଦର ବଢ଼ୁଛି

ବଡ଼ କଥା ହେଉଛିକି ଯୁଦ୍ଧ ଆଶଙ୍କାରେ ବଜାର ବର୍ତ୍ତମାନ ଯେତିକି ଅସ୍ଥିର ହେଉଛି, ଦରଦାମ ଯେପରି ବଢ଼ିଚାଲିଛି, ଯଦି ବାସ୍ତବରେ ଯୁଦ୍ଧ ହୁଏ, ତେବେ ପରିସ୍ଥିତି ବହୁତ ସାଂଘାତିକ ହୋଇଯିବ। ମାନବୀୟ ସଙ୍କଟ ଧୀରେ ଧୀରେ ଚରମ ସୀମାରେ ପହଞ୍ଚିଯିବ। ବିଶ୍ୱର ବିଭିନ୍ନ ଅଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଯିବ।

ଯଦି ୟୁକ୍ରେନ୍-ରୁଷିଆ ମଧ୍ୟରେ ଯୁଦ୍ଧ ହୁଏ:-

– ବ୍ୟାପକ ମାତ୍ରାରେ ଧନ-ଜୀବନ କ୍ଷତି ହେବ

– ୨୫ ରୁ ୫୦ ହଜାର ଲୋକଙ୍କ ଜୀବନ ଯାଇପାରେ

– ସାରା ବିଶ୍ୱରେ ଖାଦ୍ୟାଭାବ ଉତ୍କଟ ରୂପ ନେଇପାରେ

– ୟୁକ୍ରେନରେ ୧୫ ଲକ୍ଷ ଲୋକ ବିସ୍ଥାପିତ ହୋଇପାରନ୍ତି

– ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ମାନ୍ଦାବସ୍ଥା ଦେଖା ଦେଇପାରେ

– ଭାରତ ଭଳି ଦେଶରେ ବେକାରୀ ବଢ଼ିବ

– ଜନ-ହିତକର ଯୋଜନା ଉପରେ ମଧ୍ୟ ପ୍ରଭାବ ପଡ଼ିବ

– ଉଭୟ ଶିଳ୍ପ-ସେବା କ୍ଷେତ୍ର ବ୍ୟାପକ ଭାବରେ ପ୍ରଭାବିତ ହେବ

– ବିଦେଶରୁ ଆସୁଥିବା କଞ୍ଚାମାଲର ସଙ୍କଟ ପଡ଼ିବ

– ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବ

– ଦରଦାମ ବେଲଗାମ ହେବାର ଆଶଙ୍କା ରହିଛି

ମୋଟ ଉପରେ କୁହାଯାଇପାରେକି ଯଦି ପ୍ରକୃତରେ ଯୁଦ୍ଧ ହେବ, ତେବେ ଏହାର ପ୍ରଭାବ ଆକଳନଠାରୁ ଆହୁରି ଅଧିକ ହେବ ବୋଲି ଆଶଙ୍କା ରହିଛି।

odiasambada
Comments (0)
Add Comment