ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ସରକାରଙ୍କ ଠାରୁ ମିଳିବ ଏସବୁ ଲାଭ,ଜଲଦି ଜଲଦି ରେଜିଷ୍ଟ୍ରେସନ କରାଇ ନିଅନ୍ତୁ

ଅଳ୍ପ କାମ କରି ଅଧିକ ମାତ୍ରାରେ ଲାଭ ପାଇବାକୁ ଚାହୁଁଥିଲେ ଏହି ସୁଯୋଗକୁ ଆଦୌ ହାତଛଡା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦମଦାର ଯୋଜନାକୁ ବାହାର କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ସବୁ ବର୍ଗର ଲୋକମାନେ ଏହାର ଜବରଦସ୍ତ ଫାଇଦା ଉଠାଇପାରିବେ। ତେବେ ଏହି ଯୋଜନା କଣ ଆଉ କିପରି ଏଥିରୁ ଆପଣମାନେ ଲାଭ ଉଠାଇବେ ଜାଣନ୍ତୁ।

ଆମେ ଆପଣଙ୍କୁ ଇ-ଶ୍ରମ ପୋର୍ଟାଲ କଥା କହୁଛୁ। ଯେଉଁଥିରେ ରେଜିଷ୍ଟ୍ରେସନ କରି ଆପଣମାନେ ଅନେକ ଲାଭ ପାଇପାରିବେ। ଏହି ପୋର୍ଟାଲରେ ଥିବା ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ କେବଳ ଆଧାର କାର୍ଡର ନମ୍ବର ଏବଂ ବ୍ୟାଙ୍କ ଡିଟେଲର ଆବଶ୍ୟକ ହୋଇଥାଏ। ସରକାରଙ୍କ ଦ୍ୱାରା ଲଞ୍ଚ ହୋଇଥିବା ଏହି ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରି ଲାଭ ଉଠାଇବେ।

ଭାରତ ସରକାରଙ୍କ ଦ୍ଵାରା ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ ମସିହାରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କର ଡାଟାବେସ ତିଆରି କରିବା ପାଇଁ ଇ-ଶ୍ରମ ପୋର୍ଟାଲକୁ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ପାଖାପାଖି ୨୦କୋଟି ଲୋକେ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଏଥିରେ ଭାରତର ଅନେକ ରାଜ୍ୟରୁ ଲୋକମାନେ ଯୋଡ଼ି ହୋଇଛନ୍ତି। ବର୍ତ୍ତମାନ ରେଜିଷ୍ଟ୍ରଡ କରିଥିବା ସମସ୍ତ ଶ୍ରମିକମାନଙ୍କୁ ଲାଭ ଦେବା ପାଇଁ ସେମାନଙ୍କୁ ଇ-ଶ୍ରମ କାର୍ଡ ଦିଆଯିବ।

ତେବେ ସରକାରଙ୍କ ଦ୍ଵାରା ଏହି ଶ୍ରମ କାର୍ଡ ନିହାତି ଭାବରେ ଲୋକଙ୍କ ଲାଭ ପାଇଁ କରାଯାଇଛି। ସୂଚନା ଅନୁସାରେ ଏହି କାର୍ଡ ସାହାଯ୍ୟରେ ସରକାରଙ୍କ ଦ୍ୱାରା ଅନେକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଲାଭ ଉଠାଇପାରିବେ। ଏଥିରେ ପ୍ରଥମେ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ହେବ। ପୋର୍ଟାଲରେ ସଫଳତାପୂର୍ବକ ରେଜିଷ୍ଟ୍ରେସନ କରିବା ପରେ ଆପଣଙ୍କୁ ଇ-ଶ୍ରମ କାର୍ଡ ମିଳିଯିବ। ଏଥିରେ ୧୨ ଅଙ୍କର ୟୁଏଏନ ନମ୍ବର ଦିଆଯିବ। ତେବେ ୟୁଏଏନ ନମ୍ବର କଣ ଜାଣନ୍ତୁ?

ୟୁଏଏନ ଏକ ୧୨ ନମ୍ବର ବିଶିଷ୍ଟ ସଂଖ୍ୟା। ଯାହା ପୋର୍ଟାଲ ରେଜିଷ୍ଟ୍ରେସନ ପରେ ମିଳିଥାଏ। ଏହା ପ୍ରତ୍ୟେକ ଅସଂଗଠିତ କର୍ମଚାରୀମାନଙ୍କୁ ଦିଆଯିବ। ଏହାପରେ ସେମାନେ ସବୁଦିନ ପାଇଁ ଏହି ନମ୍ବର ସାହାଯ୍ୟରେ ସହାୟତା ମୂଳକ ଭାବରେ କାର୍ଯ୍ୟ କରିପାରିବେ। ଯାହା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ଏଥିପାଇଁ କିଛି ଆବଶ୍ୟକୀୟ ପେପରଓ୍ଵାର୍କ କରାଯାଏ:

– ଆଧାର ନମ୍ବର

– ଆଧାର ସହ ଯୋଡ଼ି ହୋଇଥିବା ମୋବାଇଲ ନମ୍ବର

– ବ୍ୟାଙ୍କ ଖାତା ଡିଟେଲ

– ବୟସ ୧୬ ରୁ ୫୯ ବର୍ଷ ହୋଇଥିବା ଆବଶ୍ୟକ।

ବର୍ତ୍ତମାନ ରେଜିଷ୍ଟ୍ରେସନ କିପରି କରିବେ ଜାଣନ୍ତୁ:-

– ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

– ରେଜିଷ୍ଟ୍ରେସନ ଅପସନକୁ ଚୁଜ କରନ୍ତୁ।

– ଏହାପରେ ଇ-ଶ୍ରମ ରେଜିଷ୍ଟ୍ରେସନରେ କ୍ଳିକ କରନ୍ତୁ।

– ଆଧାର ଲିଙ୍କ ମୋବାଇଲ ନମ୍ବର ଦିଅନ୍ତୁ

– ପରେ ଓଟିପି ନମ୍ବରକୁ ଏଣ୍ଟର କରାନ୍ତୁ।

– ଏହାପରେ ନିଜର ଇ-ଶ୍ରମ ଫର୍ମକୁ ପୂରଣ କରନ୍ତୁ।

ଏହିପରି ଭାବରେ କରିଲେ ଆପଣ ପୋର୍ଟାଲରେ ଖୁବ ସହଜରେ ନିଜ ନାମକୁ ରେଜିଷ୍ଟ୍ରର କରିପାରିବେ। ସରକାରଙ୍କର ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଯୋଜନାର ଅନେକ ଲାଭ ପାଇପାରିବେ।

odiasambada
Comments (0)
Add Comment