SBIର ଏହି ସ୍କିମରେ ପ୍ରତିମାସରେ କରନ୍ତୁ ରୋଜଗାର,ଜାଣନ୍ତୁ କେମିତି କଣ କରିବେ !

ଯଦି ଆପଣ ନିଜର ଆୟ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ସୁଯୋଗ ଜବରଦସ୍ତ ଫାଇଦା ଦେବ। ଲୋକମାନେ ନିଜର ଆର୍ଥିକ ସମସ୍ୟାକୁ ଦୂର କରିବା ସହିତ ନିଜର ସମସ୍ତ ଅଭାବକୁ ପୂରଣ କରିବା ପାଇଁ ଅନେକ ପ୍ରକାର ଉପାୟ ସବୁ ଆପଣାଉଛନ୍ତି। କିଏ ଏଥିରେ ସଫଳ ହେଉଛି ତ ଆଉ କିଏ ଫେଲ ମାରୁଛି। ତେବେ ଆମେ ଯେଉଁ ସ୍କିମ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେଥିରୁ ଆପଣ ଅନେକ ପ୍ରକାର ଲାଭ ପାଇପାରିବେ।

ଲୋକଙ୍କର ଆୟକୁ ବଢ଼ାଇବା ପାଇଁ ବର୍ତ୍ତମାନ ଏମିତି କିଛି ସ୍କିମ ଆସିଛି। ନିଶ୍ଚିତ ରୂପରେ ଟଙ୍କା କମାଇବା ପାଇଁ ଏହା ଏକ ଭଲ ବିକଳ୍ପ ରହିବ। ଏସବିଆଇ ବ୍ୟାଙ୍କ ଏହି ସ୍କିମ ଆଣିଛି। ଏସବିଆଇର ଏନ୍ୟୁଟି ସ୍କିମ। ଏଥିରେ ନିବେଶ କରିବା ପରେ ଆପଣ ପ୍ରତ୍ୟେକ ମାସରେ ଟଙ୍କା ରୋଜଗାର କରିପାରିବେ। ତେବେ ଅନେକ ଲୋକ ଏଥିରେ ନିବେଶ ମାଧ୍ୟମରେ ହିଁ ନିଜ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହାନ୍ତି। କିନ୍ତୁ କିଛି କିଛି ସମୟରେ ଏଥିରେ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିଥାଏ।

ଏଥିପାଇଁ ପ୍ରଥମେ ଦେଖିବାକୁ ପଡ଼ିବ କେଉଁ ଡିପାର୍ଟମେଣ୍ଟ ଏହି ସ୍କିମ ବାହାର କରୁଛି ଏବଂ ତାହା କେତେ ମାତ୍ରାରେ ସୁରକ୍ଷିତ। ସେଥିପାଇଁ ପପ୍ରର ପ୍ଲାନିଂ ସହିତ ରିସର୍ଚ୍ଚର ମଧ୍ୟ ଆବଶ୍ୟକ। ତେଣୁ ସଠିକ ସ୍ଥାନରେ ନିବେଶ କରିଲେ ଆପଣ ଲାଭ ପାଇପାରିବେ। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ Annuity Scheme ବାହାର କରିଛନ୍ତି।

କେମିତି ପାଇବେ ଫାଇଦା ଜାଣନ୍ତୁ:-

ଏସବିଆଇର ସମସ୍ତ ଶାଖା ବା ବ୍ରାଞ୍ଚରେ ଏହି ସ୍କିମ ସାମିଲ ଅଛି। ଯେଉଁଥିରେ ଆପଣ ମଧ୍ୟ ନିବେଶ କରିପାରିବେ।
– Annuity Schemeରେ ଆପଣଙ୍କୁ ଅତି କମରେ ୨୫ ହଜାର ଟଙ୍କାର ନିବେଶ କରିବା ପାଇଁ ହେବ।

– ତେବେ ଏସବିଆଇର କର୍ମଚାରୀ ଓ ପୂର୍ବ କର୍ମଚାରୀକୁ ଏଥିରେ ୧ ପ୍ରତିଶତ ଅଧିକ ସୁଧ ମିଳିବ।

– ବରିଷ୍ଠ ନାଗରିକମାନଙ୍କୁ ୦.୫ ପ୍ରତିଶତ ଅଧିକ ସୁଧ ମିଳିବ।

– ଟର୍ମ ଡିପୋସିଟର ସୁଧ ଦର ମଧ୍ୟ ଏଥିରେ ଲାଗୁ ହେବ।

– ଏଥିରେ ଅଂଶଦାନ ଡିପୋସିଟ ପରେ ପର ମାସଠାରୁ ଲାଗୁ କରାଯିବ।

– ଏହାର ଭୁଗତାନ ଟିଡିଏସ କଟିଲା ପରେ ଆପଣଙ୍କ ଖାତାକୁ ଯିବ

– ତେବେ ଆକ୍ୟୁମେସନ ଦର ଉପରେ ଏହା ରିଟର୍ଣ୍ଣ ଦର ପାଇବାର ଭଲ ପ୍ଲାନ ହେବ।

– ବିଶେଷ ସ୍ଥିତିରେ ଏନ୍ୟୁଟିର ବାଲାନ୍ସ ଆମାଉଣ୍ଟର ୭୫ ପ୍ରତିଶତ ର୍ଯ୍ୟନ୍ତ ରାଶିର ଓଭରଡ୍ରାଫ୍ଟ ବା ଋଣ ମିଳିବ।

– ସୂଚନା ଅନୁସାରେ ଏହା ବ୍ୟାଙ୍କର ଗ୍ରାହକମାନଙ୍କୁ ଭଲ ରିଟର୍ଣ୍ଣ ଦେବ।

ଆପଣ ଏଥିରେ ୩୬,୬୦,୮୪ କିମ୍ବା ୧୨୦ ମାସ ପର୍ଯ୍ୟନ୍ତ ନିବେଶ କରିପାରିବେ। କିନ୍ତୁ ସୁଧର ଦର ସମାନ ହିଁ ରହିବ। ତେବେ ଏସବିଆଇର ଆନ୍ୟୁଟି ସ୍କିମରେ ଆପଣ ଅତିକମରେ ୧୦୦୦ଟଙ୍କା ପ୍ରତି ମାସରେ ଜମା କରିବାକୁ ହେବ। ତେବେ ଏହା ଏକ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ପାଇଁ ଭଲ ଅପସନ ନିଶ୍ଚିତ ରହିବ। ତେଣୁ ଏହାର ଫାଇଦା ଶୀଘ୍ର ଉଠାନ୍ତୁ।

odia sambada
Comments (0)
Add Comment