ଇପିଏଫଓର ନୂଆ ପେନସନ ସ୍କିମର ଫାଇଦା ଉଠାଇବେ ଆହୁରି ୫୦ ଲକ୍ଷ କର୍ମଚାରୀ, କୋହଳ ହେବ ଧାର୍ଯ୍ୟ ସୀମା

ନୂଆ ପେନସନ ସ୍କିମ ଆସିଲା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ ଇପିଏଫଓ ଏହି ସ୍କିମ ବାହାର କରିଛି। ସୂଚନା ଅନୁସାରେ ବର୍ତ୍ତମାନ ଇପିଏଫଓ ଏକ ନୂଆ ପେନସନ ସ୍କିମ ଆଣିବା ପାଇଁ ପ୍ଲାନ କରୁଅଛି। ତେବେ କେଉଁମାନେ ଏହାର ଲାଭ ଉଠାଇବେ ଆଉ କେମିିତି ଉଠାଇବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା

ସୂଚନା ଅନୁସାରେ ସଂଗଠିତ ହୋଇଥିବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଏହି ସ୍କିମର ଲାଭ ଉଠାଇପାରିବେ। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି। ନିୟମ ଅନୁସାରେ ଯେଉଁ କର୍ମଚାରୀମାନଙ୍କର ମୌଳିକ ଦରମା ୧୫ ହଜାର ଟଙ୍କାରୁ ଅଧିକ ସେମାନଙ୍କୁ ଏହାର ଲାଭ ମିଳିବ। ବର୍ତ୍ତମାନ ଡିପାର୍ଟମେଣ୍ଟ ଏହି କର୍ମଚାରୀମାନଙ୍କ ଉପରେ ନଜର ରଖି ଏହି ସ୍କିମକୁ ପ୍ରସ୍ତୁତ କରିଛନ୍ତି।

ଇପିଏଫଓର ନୂଆ ନିୟମ ଅନୁସାରେ ସଂଘଠିତ ହୋଇଥିବା କ୍ଷେତ୍ରରେ ନିଯୁକ୍ତି ପାଇବା ସମୟରେ କର୍ମଚାରୀମାନଙ୍କ ମୂଳ ଦରମା ଓ ମହଙ୍ଗା ଭତ୍ତା ମିଶି ମାସିକ ୧୫ ହଜାର ଟଙ୍କାରୁ କମ ହୋଇଥିବା ସମୟରେ ତାଙ୍କୁ ବାଧ୍ୟତାମୂଳକ ଭାବରେ କର୍ମଚାରୀଙ୍କ ପେନସନ ସ୍କିମ ୧୯୯୫ ଇପିଏସ ଧାରା ୯୫ରେ ସାମିଲ କରାଯିବ। ଏମିତିରେ ଅନେକ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ଇପିଏସ-୯୫ ବାଧ୍ୟତାମୂଳକ ନୁହେଁ। ଏହି ପରିସ୍ଥିତିରେ ସେମାନେ କର୍ମଚାରୀ ମାସିକ ଯୋଗଦାନକୁ ବଢ଼ାଇ ଅଧିକ ପେନସନ ପାଇବା ପାଇଁ ଦାବି କରୁଥିଲେ। ଏହି ଦାବିକୁ ଧ୍ୟାନରେ ରଖି ଡିପାର୍ଟମେଣ୍ଟ ଏକ ନୂଆ ସ୍କିମ ବର୍ତ୍ତମାନ ବାହାର କରିବାକୁ ଯାଉଛି।

ତେବେ ଆସନ୍ତା ମାସ ମାର୍ଚ୍ଚ ୧୧ ଓ ୧୨ ତାରିଖରେ ଗୌହାଟିରେ ହେବାକୁ ଥିବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ବିଶେଷ ଭାବରେ ଆଲୋଚନା କରାଯିବ। ଏଥିରେ ୨୦୨୧ ମସିହାନଭେମ୍ବର ମାସରେ ଗଠିତ ହୋଇଥିବା ସବ କମିଟି ମଧ୍ୟ ନିଜର ରିପୋର୍ଟ ରଖିବ। ଏଥିରେ ୧୫ ହାଜରରୁ ଅଧିକ ଦରମା ପାଉଥିବା କର୍ମଚାରୀମାନେ ଉପକୃତ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଇପିଏସ ୯୫ ମୁତାବିକ ସେମାନେ କମ ଯୋଗଦାନ ଦେଉଛନ୍ତି। ଯାହା ଫଳରେ ଅବସର ପରେ ମଧ୍ୟ ସେମାନେ କମ ପେନସନ ପାଇପାରିବେ।

ଇପିଏଫଓ ୨୦୧୪ ମସିହାରେ ଏହି ସ୍କିମରେ ସଂଶୋଧନ କରି ପେନସନ ଯୋଗ୍ୟ ମୂଳ ବେତନର ସୀମାକୁ ୧୫ ହଜାର ଟଙ୍କା ଲେଖାଏଁ ବଢ଼ାଯାଇଥିଲା। ବର୍ତ୍ତମାନ କିନ୍ତୁ ଅନେକ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ମୂଳ ବେତନ ୧୫ହଜାର ଟଙ୍କାରୁ ଅଧିକ ରହିଛି। ପୂର୍ବରୁ ଏହି ସୀମା ୬,୫୦୦ ଟଙ୍କା ଥିଲା ଯାହାକୁ ୨୦୧୪ ସେପ୍ଟେମ୍ବର ୧ ତାରିଖ ପରେ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଦିଆ ଯାଇଥିଲା। ପରେ ଏହାକୁ ବୃଦ୍ଧି କରି ୨୫ ହଜାର କରାଯିବ ବୋଲି ଆଲୋଚନା ହେଉଥିଲା।

ଏହି ନୂଆ ପ୍ଲାନରେ ଯଦି ଇପିଏଫଓ ପେନସନ ପାଇଁ ଧାର୍ଯ୍ୟ କରିଥିବା ସୀମାକୁ କୋହଳ କରାଯିବ ତେବେ ସଂଗଠିତ କ୍ଷେତ୍ରରେ ଏଥିରେ ଆଉ ୫୦ ଲକ୍ଷ କର୍ମଚାରୀଙ୍କର ସଦସ୍ୟ ହୋଇପାରିବେ ବୋଲି ଆଶା ରହିଛି।

odia sambada
Comments (0)
Add Comment