ସ୍ତ୍ରୀ ରଚିଲା ବଡ ଷଡ଼ଯନ୍ତ୍ର; ଛୁଟିରେ ଘରକୁ ଆସିଥିବା ଯବାନ ସ୍ୱାମୀକୁ ତଣ୍ଟି ଚିପି ମା-ରି-ଦେ-ଲା ! ପୁରୁଷ ବନ୍ଧୁ ସହ ମିଶି କରିଥିଲା ଏମିତି ଯୋଜନା,ଜାଣନ୍ତୁ ପୁରା ଘଟଣା

ହରିୟାଣାର ଚରଖୀ ଦାଦରୀ ନିକଟରୁ ଏକ ଅତି ହୃଦୟ ବିଦାରକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜର ଚରମ ସୀମା ଅତିକ୍ରମ କରି ନିଜର ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ନେଇ କଳଙ୍କିତ କରି ଦେଇଛନ୍ତି। ମହିଳା ଜଣକ ନିଜର ପୁରୁଷ ସାଙ୍ଗଙ୍କ ସହ ମିଶି ଫୌଜି ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଭାରତୀୟ ସେନାର ଜଣେ ଯବାନ ଥିଲେ। ସେ ଛୁଟିରେ ଘରକୁ ଆସିଥିବା ସମୟରେ ତାଙ୍କୁ ହତ୍ୟା କରିଦିଆ ଯାଇଥିଲା। ଚରଖୀ ଦାଦରୀର ଡୁଡିୱାଲା କିଶାନପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଛୁଟିରେ ଘରକୁ ଆସିଥିବା ପ୍ରବୀଣ କୁମାରଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଘଟଣାକୁ ନେଇ ସାରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରବୀଣ ସେନାରେ ୨୨ ସିଗନାଲ ରେଜିମେଣ୍ଟ ମେରଠରେ ହାବିଲଦାର ପଦରେ ନିଯୁକ୍ତ ହୋଇଥିଲେ।

ପୋଲିସ ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରିଥିଲା, ସେତେବେଳେ ସତ ଜାଣିବା ପରେ ଲୋକଙ୍କର ହୋସ୍ ଉଡ଼ି ଯାଇଥିଲା। ତାଙ୍କୁ ଆଉ କେହି ନୁହେଁ, ବରଂ ନିଜ ଫୌଜିଙ୍କ ସ୍ତ୍ରୀ ହିଁ ହତ୍ୟା କରିଥିଲେ। ସ୍ତ୍ରୀ ନିଜ ସାଙ୍ଗ ସହ ମିଶି ପୂରା ଯୋଜନାବଦ୍ଧ ଭାବରେ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପୋଲିସ ସୂଚନା ଅନୁସାରେ, ଫୌଜି ଜଣକ ଡ୍ୟୁଟିକୁ ଯିବାର ଗୋଟିଏ ଦିନ ପୂର୍ବରୁ ହିଁ ସ୍ତ୍ରୀଙ୍କ ହତ୍ୟାର ଶିକାର ହୋଇଥିଲେ। ପ୍ରବୀଣଙ୍କୁ ତାଙ୍କର ସ୍ତ୍ରୀ ପ୍ରଥମେ ନିଦ ବଟିକା ଖାଇବାକୁ ଦେଇଥିଲେ ଏବଂ ପରେ ତାଙ୍କ ଗଳା ଚିପି ତାଙ୍କର ହତ୍ୟା କରିଥିଲେ।

ଫେବୃଆରୀ ୫ ତାରିଖରେ ପ୍ରବୀଣଙ୍କର ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ସେତେବେଳେ ପରିବାର ଲୋକେ ତାଙ୍କର ମୃତ୍ୟୁର କାରଣ ହୃଦଘାତ ବୋଲି କହିଥିଲେ। ସେମାନେ ପୋଲିସକୁ କହିଥିଲେଯେ ରାତିରେ ପ୍ରବୀଣ ଖାଦ୍ୟ ଖାଇ ଶୋଇଥିଲେ ଏବଂ ସକାଳେ ଯେତେବେଳେ ଉଠିଥିଲେ, ସେତେବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଫେବୃଆରୀ ୫ ତାରିଖରେ ପୂରା ରାଜକୀୟ ସମ୍ମାନ ସହିତ ହାବିଲଦାର ପ୍ରବୀଣଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁର ଏକ ସପ୍ତାହ ପରେ ତଦନ୍ତକାରୀ ଦଳ ଯେଉଁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରିଥିଲେ, ଲୋକଙ୍କ ଆଶ୍ଚର୍ଯ୍ୟର ସୀମା ରହିନଥିଲା।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡ଼ିଥିଲାକି, ପ୍ରବୀଣଙ୍କର ମୃତ୍ୟୁ ଗଳା ଚିପିବା ଏବଂ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଛି। ପୋଲିସ ଏହାପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତରେ ଲାଗି ପଡ଼ିଥିଲା। ପଚରାଉଚରା ସମୟରେ ପ୍ରବୀଣଙ୍କର ସ୍ତ୍ରୀ ମୋନିକା ଭାଙ୍ଗି ପଡିଥିଲେ ଏବଂ କହିଥିଲେଯେ ସେ ତାଙ୍କର ବନ୍ଧୁ ଭିକ୍କିଙ୍କ ସହିତ ମିଶି ହତ୍ୟା ଯୋଜନା କରିଥିଲେ। ବିଳମ୍ବିତ ରାତିରେ ସେମାନେ ପ୍ରବୀଣଙ୍କର ଗଳାକୁ ଚିପି ହତ୍ୟା କରିଥିଲେ। ବର୍ତ୍ତମାନ ପୋଲିସ ଉଭୟଙ୍କୁ ଗିରଫ କରିନେ଼ଇଛି।

odia sambada
Comments (0)
Add Comment