ଫେସବୁକରେ ତହସିଲଦାରଙ୍କ ସହ ହୋଇଗଲା ବିବାହିତା ସିପାହୀ ମହିଳାଙ୍କର ଆଫେୟାର,ଆଉ ତା ପରେ ଫଳାଫଳ ହେଲା ବହୁତ ଭୟାନକ

କୁହାଯାଏ ଯେ ପ୍ରେମ ବୁଝି ବିଚାରି କରାଯାଏ ନାହିଁ,ବାସ ହୋଇଯାଏ । ପ୍ରେମ କୌଣସି ବନ୍ଧନ ଦେଖେ ନାହିଁ ଆଉ ବାସ ପ୍ରେମକୁ ପାଇବାର ଗୋଟେ ଜିଦି ହୋଇଯାଏ । ଯଦିଓ ଏହାର ଫଳାଫଳ ଅନେକଥର ଭୟାନକ ହୋଇଥାଏ,ଯାହା ବିଷୟରେ କେହି ବି କେବେ କଳ୍ପନା ବି କରିନଥାନ୍ତି । ଏହିପରି ହିଁ କିଛି ହୋଇଥିଲା ଲକ୍ଷ୍ନୌରେ ପୋଷ୍ଟିଙ୍ଗ ପାଇଥିବା ଜଣେ ମହିଳା ସିପାହୀଙ୍କ ସହ,ଯାହାଙ୍କୁ ଫେସବୁକରେ ତହସିଲଦାରଙ୍କ ସହ ପ୍ରେମ ହୋଇଗଲା । ବିବାହିତ ହୋଇଥିବା ପରେ ମଧ୍ୟ ମହିଳା ସିପାହୀ ତହସିଲଦାର ଙ୍କ ଉପରେ ବିବାହ କରିବାର ଚାପ ପକେଇବାକୁ ଲାଗିଲେ । ଏହାପରେ ଯାହା ଫଳାଫଳ ହେଲା,ତାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମେ ବନ୍ଧୁତା ପୁଣି ଫେସବୁକରେ ହେଲା ପ୍ରେମ

ମହିଳା ସିପାହୀଙ୍କ ନାମ ଥିଲା ରୁଚି ସିଂ । ସେ ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ କାର୍ଯ୍ୟରତ ଥିଲେ ଆଉ ସେ ବିଜନୋରର ବାସିନ୍ଦା ଥିଲେ । ତାଙ୍କର ନିଜ ସ୍ୱାମୀଙ୍କ ସହ ବୁଝାମଣା ଠିକ ନଥିଲା ଆଉ ସେ ଅର୍ଜୁନଙ୍ଗଜ ଅଞ୍ଚଳରେ ଭଡା ଘର ନେଇ ଅଲଗା ରହୁଥିଲେ । ମହିଳା ସିପାହୀ ଫେସବୁକରେ ମଧ୍ୟ ସକ୍ରିୟ ରହୁଥିଲେ । ଏହି ସମୟରେ ରୁଚିଙ୍କର ଫେସବୁକରେ ପ୍ରତାପଗଡ଼ ଜିଲ୍ଲାରେ କାର୍ଯ୍ୟରତ ପଦ୍ମେଶ ଶ୍ରୀବାସ୍ତବଙ୍କ ସହ ବନ୍ଧୁତା ହୋଇଗଲା । ଦୁହିଁଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳିଗଲା ଆଉ ଦୁହିଁଙ୍କ ଭିତରେ ଆଫେୟାର ଆରମ୍ଭ ହୋଇଗଲା ।

ବିବାହ କରିବାକୁ ଚାପ ପକେଇଲେ

ଆରମ୍ଭରେ ତ ସବୁକିଛି ଠିକ ଚାଲିଥିଲା । କିନ୍ତୁ ପରେ ରୁଚି ତହସିଲଦାରଙ୍କ ଉପରେ ବିବାହ କରିବାର ଚାପ ପକାଇଥିଲେ ।
ତହସିଲଦାର ପଦ୍ମେଶ ନିଜେ ମଧ୍ୟ ବିବାହିତ ଥିଲେ । ଏପରି ପରିସ୍ଥିତିରେ ସେ ବିବାହ କରିବାକୁ ମନାକରିବାକୁ ଲାଗିଲେ । ଥରେ ରୁଚି ପଦ୍ମେଶଙ୍କୁ ଫୋନ କଲାବେଳେ ଫୋନ ତହସିଲଦାରଙ୍କ ସ୍ତ୍ରୀ ଉଠେଇଦେଇଥିଲେ । ଏହାପରେ ଦୁହିଁଙ୍କ ଭିତରେ ଅନେକ ଗାଳି ଗୁଲଚ ମଧ୍ଯ ହୋଇଥିଲା । ତାପରେ ତହସିଲଦାର ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବି ଝଗଡା ହେଲା ଆଉ ସ୍ତ୍ରୀ ମଧ୍ୟ ଘର ଛାଡିବାର ଧମକ ବି ଦେଇଥିଲା । ଏହାପରଠାରୁ ପଦ୍ମେଶ ବହୁତ ଚାପରେ ରହୁଥିଲା ।

ଅଚାନକ ନିଖୋଜ ହୋଇଗଲା ରୁଚି ତାପରେ ଖୋଲିଲା ରହସ୍ୟ ।

ଏହି ସମୟରେ ଫେବୃଆରୀ ୧୩କୁ ସିପାହୀ ରୁଚି ଅଚାନକ ନିଖୋଜ ହୋଇଗଲା । ସେ ଡିୟୁଟିକୁ ଆସୁନଥିଲା,ଏହାପରେ ତାଙ୍କୁ ଅନେକ ଖୋଜାଖୋଜି କରାଗଲା କିନ୍ତୁ ତାଙ୍କର କିଛି ଖବର ମିଳିନଥିଲା । ଅଚାନକ ୧୭ଫେବୃଆରୀରେ ପୋଲିସଙ୍କୁ ଗୋଟେ ସିପାହୀର ମୃତଦେହ ମିଳିଲା । ଶବଟି ଫୁଲିବା କାରଣରୁ କେହି ତାକୁ ଚିହ୍ନିପାରିନଥିଲେ କିନ୍ତୁ ପୋଲିସକୁ ଏହି ଶବ ରୁଚିଙ୍କର ବୋଲି ସନ୍ଦେହ ଥିଲା । ଏହାପରେ ବିଜନୋରରୁ ସିପାହୀଙ୍କ ପିତା ଆଉ ଭାଇଙ୍କୁ ଡକାଗଲା । ସେମାନେ ଶବକୁ ଚିହ୍ନିଗଲେ ଆଉ କହିଲେ କି ଏ ହେଉଛି ରୁଚିର ଶବ । ତେବେ ଯାଇ ତାଙ୍କର ମୁତ୍ୟୁ ନିଶ୍ଚିନ୍ତ ହେଲା ।

କଲ୍ ଡିଟେଲ୍ ରୁ ଧରାପଡ଼ିଗଲା ତହସିଲଦାର

ପୋଲିସ ଆଗରେ ସବୁଠାରୁ ବଡ ଚାଲେଞ୍ଚ ଏହା ଥିଲା ଯେ ପ୍ରକୃତରେ ରୁଚିଙ୍କର ହତ୍ୟା କିଏ କରିଛି। ପ୍ରଥମେ ପୋଲିସର ସନ୍ଦେହ ତାଙ୍କ ସ୍ୱାମୀଙ୍କ ଉପରକୁ ଯାଇଥିଲା ଆଉ ତାପରେ ସ୍ୱାମୀ କହିଥିଲେ ଯେ ତାଙ୍କ ପତ୍ନୀଙ୍କର ଅନ୍ୟ କାହା ସହ ଆଫେୟାର ଚାଲିଥିଲା । ସେଇ କାରଣରୁ ସେ ତାଙ୍କୁ ଛାଡପତ୍ର ଦେବାକୁ ଚିନ୍ତା କରୁଥିଲେ। ଏହା ପରେ, ଯେତେବେଳେ ପୋଲିସ୍ କଲ୍ ଡିଟେଲ ଯାଞ୍ଚ କଲା,ତାପରେ ତାଙ୍କୁ ଗୋଟେ ନମ୍ବର ମିଳିଥିଲା ଯାହା ତହସିଲଦାର ପଦ୍ମେଶଙ୍କର ବୋଲି ଜଣାପଡିଲା । ପୋଲିସ ତହସିଲଦାରଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପୋଲିସ ତହସିଲଦାରଙ୍କୁ ରିମାଣ୍ଡରେ ରଖି ପଚଉଚରା କଲା ପ୍ରଥମେ ତ ତହସିଲଦାର ପୋଲିସଙ୍କୁ
ମିଛ କହିବାକୁ ଚେଷ୍ଟା କଲା,କିନ୍ତୁ କିଛି ଚାପ ପ୍ରୟୋଗ କରିବା ପରେ ସେ ପୁରା ସତ୍ୟକୁ ଗାଳି ଦେଇଥିଲା ।

ସାଥୀଙ୍କ ସହ ମିଶି କରିଥିଲା ହତ୍ୟା

ତହସିଲଦାର ପୋଲିସଙ୍କୁ କହିଥିଲେ କି ସେ ହିଁ ରୁଚିଙ୍କର ହତ୍ୟା କରିଥିଲେ । ପଦ୍ମେଶ କହିଥିଲେ କି ସେ ଲଗାତାର ତାଙ୍କ ଉପରେ ବିବାହର ଚାପ ପକଉଥିଲେ କିନ୍ତୁ ସେ ଆଗରୁ ହିଁ ବିବାହିତ ଥିଲେ । ଏହି କାରଣରୁ ସେ ବିବାହ କରିପାରିନଥିଲେ । ପଦ୍ମେଶ କହିଥିଲେ କି ସେ ନିଜ ସାଥି ସହ କାର ରେ ଲକ୍ଷ୍ନୌ ଆସିଥିଲା । ସେଠାରେ ସେ ରୁଚିଙ୍କୁ ଦେଖା କରିବାକୁ ଡାକିଥିଲେ । ରୁଚି ଯେତେବେଳେ ଦେଖା କରିବାକୁ ପହଂଚିଲା ତାପରେ ଦୁହେଁ ତାକୁ ନିଶା ବଟିକା ଜୁସ ରେ ମିଶେଇ ପିଇବାକୁ ଦେଇଥିଲେ । ଯେତେବେଳେ ସେ ବେହୋସ ହୋଇଗଲେ ତାପରେ ଦୁହେଁ ତାଙ୍କ ବେକ ଚିପି ହତ୍ୟା କରିଥିଲେ ଆଉ ଶବ କୁ ନାଳ ରେ ଫୋପାଡ଼ି ପ୍ରତାପଗଡ଼ ଫେରି ଆସିଥିଲେ । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

odia sambada
Comments (0)
Add Comment