ଅଜବ-ଗଜବ : ରାତି 3 ରୁ ୪ ପର୍ଯ୍ୟନ୍ତ ସମୟ ହୋଇଥାଏ ମୃତ୍ୟୁର ସମୟ, ଜାଣନ୍ତୁ ଏହା ପଛର ରହସ୍ୟ

ରାତିର ତୃତୀୟ ପହରକୁ ଅଶୁଭ ମାନାଯାଇଥାଏ। ଦୁନିଆର ସମସ୍ତ ଧର୍ମ ଓ ସଂସ୍କୃତିରେ ଏହି ସମୟ ଅଶୁଭ ବୋଲି ଉଲ୍ଲେଖ ହୋଇ ରହିଛି। 12 ଘଟିକାରୁ 3 ଘଟିକା ସମୟକୁ ରାତ୍ରିର ତୃତୀୟ ପହର କୁହାଯାଇଥାଏ। 3 ଘଟିକାରୁ 4 ଘଟିକା ପର୍ଯ୍ୟନ୍ତ ସମୟ ମୃତ୍ୟୁ ସମୟ ହୋଇଥାଏ ଓ ଦିନ 3 ଘଟିକା ଶୁଭ ହୋଇଥାଏ କାରଣ ଏହି ସମୟରେ ଯୀଶୁ କ୍ରିଷ୍ଟଙ୍କ ମୃତ୍ୟୁ ହୋଇଥିଲା।

କୁହାଯାଇଥାଏ ଏହି ସମୟରେ ମଣିଷ ବହୁତ ଦୁର୍ବଳ ହୋଇଯାଇଥାଏ ଓ ଶୈତାନର ଶକ୍ରି ଚରମରେ ପହଞ୍ଚିଥାଏ। ଏହି ସମୟରେ ଲୋକଙ୍କୁ କିଛି ଅଲଗା ଅନୁଭୁତ ହୋଇଥାଏ, ଏହି ସମୟରେ ଲୋକଙ୍କ ଆଖି ଅଚାନକ ଖୋଲି ଯାଇଥାଏ, ହୃଦୟ ଧକଧକ କରିବା ଆରମ୍ଭ କରିଥାଏ ଓ ହାତ ଗୋଡ଼ ଥଣ୍ଡା ହୋଇଯାଇଥାଏ ଓ ଝାଳ ବାହାରିବାକୁ ଲାଗିଥାଏ। ଏହି ସମୟକୁ ମୃତ୍ୟୁର ସମୟ କୁହାଯାଉଥାଏ।

ରାତିର 3 ଟାରୁ 4 ଘଟିକା ସମୟକୁ ମୃତ୍ୟୁ ସମୟ ମାନିବା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବିଜ୍ଞାନ ଓ ଧର୍ମରୁ ଗୋଟିଏ କଥା ସାମ୍ନାକୁ ଆସୁଛି କି, ଏହି ସମୟ ଖତରନାକ ହୋଇଥାଏ। କୁହାଯାଇଥାଏ ଏହି ସମୟରେ ଏଣ୍ଡ୍ରେନେଲିନ ଓ ଆନ୍ତି ଇଂଫ୍ଲାମେଟରୀ ହର୍ମୋନ୍ସର ଉତ୍ସର୍ଜନ ଶରୀରରେ ବହୁତ କମିଯାଇଥାଏ। ଯେଉଁଥିରେ ଶ୍ବସନତନ୍ତ୍ର ବହୁତ ଅଧିକ କମିଯାଇଥାଏ। ଦିନ ତୁଳନାରେ ରାତିରେ ବ୍ଲଡ଼ ପ୍ରେସର ବହୁତ କମ ହୋଇଥାଏ। ଏହି ସମୟରେ ଆସ୍ଥାମା ଆଟାକର ସମ୍ଭାବନା ବଢ଼ି ଯାଇଥାଏ।

14 ପ୍ରତିଶତ ଲୋକେ ଏହି ସମୟରେ ମରିବାର ଆଶଙ୍କା ରହିଥାଏ:-

ମେଡ଼ିକାଲ ଏକ୍ସପର୍ଟଙ୍କ ମୁତାବିକ, ସକାଳ 6 ଘଟିକା ସମୟରେ କରଟିସୋଲ ହର୍ମୋନ ବହୁତ ଜୋରରେ କ୍ଷରିତ ହୋଇଥାଏ। ଯେଉଁ କାରଣରୁ ରକ୍ତରେ ଥକ୍କା ଜମିବା ଓ ଆଟାକ ପଡ଼ିବା ସମ୍ଭାବନା ଅଧିକ ରହିଥାଏ ଯେଉଁଥିପାଇଁ ମୃତ୍ୟୁର ଆଶଙ୍କା ବହୁତ ବଢ଼ିଯାଇଥାଏ। ରାତି 9 ଘଟିକା ସମୟରେ ବ୍ଲଡ଼ ପ୍ରେସର ଅଧିକ ରହିଥାଏ ଓ ମୃତ୍ୟୁର ଆଶଙ୍କା ମଧ୍ୟ ବଢ଼ିଥାଏ। ଯଦି କାହାରିକୁ ଅଧିକ ଟଙ୍କା ମିଳିଥାଏ ତାହେଲେ, ତାକୁ ମଧ୍ୟ ମରିବାର ଆଶଙ୍କା ରହିଥାଏ।

କୁହାଯାଇଥାଏ ସକାଳ ସମୟରେ ଅଧିକ ସ୍ୱପ୍ନ ଆସିଥାଏ। ପ୍ୟାରାନର୍ମାଲ ରିସର୍ଚ୍ଚର ଏହାକୁ ଡେଭିଲ ଆୱାର ଓ ମୃତ୍ୟୁ ଘଣ୍ଟା କହିଥାନ୍ତି। କୁହାଯାଇଥାଏ, ଏହି ସମୟରେ ଭୂତ ମାନଙ୍କ ଗତିବିଧି ବହୁତ ଅଧିକ ରହିଥାଏ। ଅଧିକତର ଲୋକଙ୍କୁ ଏହି ସମୟରେ ଖରାପ ସ୍ୱପ୍ନ ଆସିଥାଏ ଓ ତାଙ୍କ ନିଦ ଭାଙ୍ଗି ଯାଇଥାଏ।

odia sambada
Comments (0)
Add Comment