ଚାକିରୀ ଛାଡ଼ି ଆରମ୍ଭ କରନ୍ତୁ ଏହି ବିଜନେସ, ହେବ 5 ରୁ 10 ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ଏହି ବିଜନେସ ବିଷୟରେ:-

ଯଦି ଆପଣ ବିଜନେସ କରିବାକୁ ଚାହାଁନ୍ତି ତାହେଲେ ଏହି ଖବର କେବଳ ଆପଣଙ୍କ ପାଇଁ ଅଟେ। ଆଜି ଆମେ ଆପଣଙ୍କୁ ଏମିତି ହିଁ ବିଜନେସ ବିଷୟରେ କହିବାକୁ ଯାଉଛୁ। ଯାହା ଜରିଆରେ ଆପଣ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ। ଜଣାଇଦେଉଛୁ ଏହି ସମୟରେ କାର୍ଡ଼ବୋର୍ଡ଼ ର ବହୁତ ଡିମାଣ୍ଡ ରହିଛି। ଅନଲାଇନ ବିଜନେସରେ କାର୍ଡ଼ବୋର୍ଡ଼ ର ଅଧିକ ଦରକାର ରହିଥାଏ। ଆଜିକାଲି ବଡ଼ ରୁ ବଡ଼ ଓ ଛୋଟ ରୁ ଛୋଟ ସମସ୍ତ ଜିନିଷର ପ୍ୟାକେଜିଂ ପାଇଁ କାର୍ଡ଼ବୋର୍ଡ ର ଦରକାର ରହିଥାଏ।

ଏହି ବିଜନେସକୁ ଆରମ୍ଭ କରି ଆପଣ ବମ୍ପର ଟଙ୍କା ରୋଜଗାର କରିପାରିବେ ଖାଅସ କଥା ଏହା ହେଉଛି କି, ଏହାର ଡିମାଣ୍ଡ ବର୍ଷସାରା ଗୋଟିଏ ପ୍ରକାରର ରହିଥାଏ। ଆସନ୍ତୁ ଜାଣିବା ଏହି ବିଜନେସ ଜରିଆରେ ଯାହାଦ୍ୱାରା ଆପଣ 5 ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ।

କେତେ ଦରକାର କଞ୍ଚା ମାଲ:-

କଞ୍ଚା ମାଲ କଥା କହିବାକୁ ଗଲେ ସର୍ବପ୍ରଥମେ ଆପଣଙ୍କୁ କ୍ରାଫ୍ଟ ପେପର ଆବଶ୍ୟକ। ଏହା ଆପଣଙ୍କୁ ବଜାରରେ ପାଖାପାଖି 40 ଟଙ୍କା ପ୍ରତିକିଲୋ ହିସାବରେ ମିଳିଥାଏ। ଜଣାଇଦେଉଛୁ ଆପଣଙ୍କ ପେପର ଯେତେ ଭଲ ରହିବ ବକ୍ସ ର କ୍ୱାଲିଟି ମଧ୍ୟ ଭଲ ରହିବ।

କେତେ ଜାଗା ଆବଶ୍ୟକ:-

ଏହି ବିଜନେସ ଆରମ୍ଭ କରିବାପାଇଁ ଆପଣଙ୍କୁ 5000 ସ୍କୋୟାରଫୁଟ ଜମି ଦରକାର କାରଣ ଆପଣଙ୍କୁ ପ୍ଲାଣ୍ଟ ଲଗାଇବା ସହିତ ମାଲ କୁ ରଖିବାପାଇଁ ଗୋଦାମ ମଧ୍ୟ ବନାଇବାକୁ ହେବ। କାର୍ଡ଼ବୋର୍ଡ ବକ୍ସ ବିଜନେସ ଆପଣଙ୍କୁ ଅଧିକ ଭିଡ଼ ଜାଗାରେ କରିବା ଉଚିତ ନୁହେଁ। ଏହି ବିଜନେସକୁ ଅଧିକାଂଶ ଲୋକ ବଡ଼ ଲେଭେଲରେ କରିଥାନ୍ତି।

ମେସିନର ମଧ୍ୟ ଆବଶ୍ୟକ ରହିଛି;-

ଏହି ବିଜନେସରେ ଦୁଇପ୍ରକାରର ମେସିନ ରହିଥାଏ ପ୍ରଥମ ସେମି ଅଟୋମାଟିକ ମେସିନ ଓ ଦ୍ଵିତୀୟରେ ଫୁଲି ଅଟୋମାଟିକ ମେସିନ। ଏମାନଙ୍କ ଭିତରେ ଆକାରର ବହୁତ ଡିଫରେନ୍ସ ରହିଥାଏ।

ଜାଣନ୍ତୁ କେତେ ହେବ ପ୍ରଫିଟ:-

ଏହାର ପ୍ରଫିଟ କଥା କହିବାକୁ ଗଲେ ବର୍ଷସାରା କେବଳ ଗୋଟିଏ ପ୍ରକାରର ପ୍ରଫିଟ ରହିଥାଏ। କରୋନା ସମୟରେ ଏହି କାର୍ଡ଼ବୋର୍ଡ଼ ବିଜନେସରେ ବହୁତ ଲାଭ ଦେଖିବାକୁ ମିଳିଥିଲା। ଖାଆସ କଥା ଏହା ହେଉଛି କି, ଏହି ବ୍ୟବସାୟରେ ପ୍ରଫିଟ ମାର୍ଜିନ ମଧ୍ୟ ବହୁତ ଅଧିକ ଅଟେ। ଯଦି ଆପଣ ଗ୍ରାହକ ବନାଇ ପାରିବେ ତାହେଲେ ଆପଣ ପ୍ରତିମାସରେ 5 ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମାଇପାରିବେ।

କେତେ କରିବାକୁ ହେବ ନିବେଶ:-

ଯଦି ଆପଣ ଏହାକୁ ଛୋଟ ଆକାରରେ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କୁ କମ ନିବେଶ କରିବାକୁ ହେବମ ଜଣାଇଦେଉଛୁ ଏହି ବିଜନେସରେ ବ୍ୟବହାର ହେଉଥିବା ମେସିନ ମହଙ୍ଗା ରହିଥାଏ। ଯଦି ଆପଣ ସେମି ଅଟୋମାଟିକ ମେସିନ ନିଅନ୍ତି ତାହେଲେ ଆପଣଙ୍କୁ 20 ଲକ୍ଷ ଟଙ୍କା ନିବେଶ କରିବାକୁ ହେବ। ଫୁଲ ଅଟୋମାଟିକ ମେସିନ ପାଇଁ ଆପଣଙ୍କୁ 50 ଲକ୍ଷ ଟଙ୍କା ନିବେଶ କରିବାକୁ ହେବ।

odia sambada
Comments (0)
Add Comment