ସଙ୍କଟରେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା,ପେଟ୍ରୋଲ ଓ ଡିଜେଲ କିଣିବାକୁ ପାଖରେ ନାହିଁ ଟଙ୍କା,ଅଧିକାଂଶ ପେଟ୍ରୋଲ ପମ୍ପରେ ପଡିଲାଣି ତାଲା ।

ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସଙ୍କଟରେ। ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବର୍ତ୍ତମାନ ଅତି ଶୋଚନୀୟ ଅଟେ। ଶ୍ରୀଲଙ୍କା ନିକଟରେ ପର୍ଯ୍ୟାପ୍ତ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ଯାହାଦ୍ୱାରା ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ମଧ୍ୟ ଶ୍ରୀଲଙ୍କା ନିକଟରେ ଟଙ୍କା ନାହିଁ। ଏପରିକି ଅଧିକାଂଶ ପେଟ୍ରୋଲ ପମ୍ପରେ ଇନ୍ଧନ ଓ ପେଟ୍ରୋଲର ସମାପ୍ତ ହେବା କାରଣରୁ କିଛି ଖୋଲାଥିବା ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଛି।

ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବର୍ତ୍ତମାନ ଏତେ ଶୋଚନୀୟ ହୋଇଛିଯେ, ଇନ୍ଧନ ଟାଙ୍କି ମଧ୍ୟ ଭର୍ତ୍ତି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆମେରିକୀୟ ଡଲାର ମଧ୍ୟ ନାହିଁ। ଏପରିକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଦରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ବିକ୍ରି କାରଣରୁ ଶ୍ରୀଲଙ୍କାର ପେଟ୍ରୋଲିୟମ କମ୍ପାନି ସିପିସି ମଧ୍ୟ ଏହା ମଧ୍ୟରେ ୪୧.୫ କୋଟି ଡଲାର କ୍ଷତି ସହିଲାଣି। ଶ୍ରୀଲଙ୍କା ମୁଖ୍ୟତଃ ପେଟ୍ରୋଲ ଓ ଇନ୍ଧନର ଆମଦାନୀ ଉପରେ ବହୁତ ନିର୍ଭର କରିଥାଏ। କିନ୍ତୁ ଆର୍ଥିକ ଦୁର୍ବଳ କାରଣରୁ ବର୍ତ୍ତମାନ ଆବଶ୍ୟକୀୟ ପେଟ୍ରୋଲ ଓ ଇନ୍ଧନ ଶ୍ରୀଲଙ୍କା କିଣି ପାରୁନାହିଁ। ଯାହାଫଳରେ ଦେଶରେ ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି।

ତେବେ ଏହି ସଙ୍କଟକୁ ଦୂର କରିବା ପାଇଁ ଶ୍ରୀଲଙ୍କା ବର୍ତ୍ତମାନ ପେଟ୍ରୋଲ ଓ ଇନ୍ଧନ ଆମଦାନୀ ଉପରେ ସୀମାର ଶୁଳ୍କ କମ କରିବା ପାଇଁ ନିଷ୍ପତ୍ତି ନେଇଛି। ଯାହାଦ୍ୱାରା ଜନତାଙ୍କୁ ଏହାର ଲାଭ ମିଳିପାରିବ। ଚଳିତମାସ ଭାରତୀୟ କମ୍ପାନି ଇଣ୍ଡିଆନ ଅଏଲ କର୍ପୋରେସନ ଠାରୁ ୪୦୦୦୦ ଟନ୍ ଡିଜେଲ ଓ ପେଟ୍ରୋଲ ଶ୍ରୀଲଙ୍କା କିଣିଥିଲା। ଯାହାଦ୍ୱାରା ନିଜର ଦେଶର ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଏହା ସହିତ ଭାରତ ତରଫରୁ ୯୧୫ ମିଲିୟନ ଡଲାରର ବିଦେଶୀ ମୁଦ୍ରାର ସହାୟତା ମଧ୍ୟ ଦିଆଯାଇଛି। ପର୍ଯ୍ୟଟନ କ୍ଷେତ୍ରରୁ ଶ୍ରୀଲଙ୍କା ଆବଶ୍ୟକୀୟ ବିଦେଶୀ ମୁଦ୍ରା ପାଇଥାଏ। କିନ୍ତୁ କରୋନା କାରଣରୁ ବର୍ତ୍ତମାନ ଦେଶର ପର୍ଯ୍ୟଟନ କ୍ଷେତ୍ର ସମ୍ପୂର୍ଣ୍ଣ ରୂପରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି।

odia sambada
Comments (0)
Add Comment