IIM ଛାତ୍ରୀ ବିନିତା ସିଂହ ଏବେ ଆଇକନ୍‌ : ଏକ କୋଟିର ଚାକିରୀ ଛାଡିଲେ,୧୦୦ କୋଟି କମାଇଲେ,ଜାଣନ୍ତୁ ସଫଳତାର ରହସ୍ୟ

ଜୀବନରେ କିଛି ବଡ କରିବା ପାଇଁ ହେଲେ ରିସ୍କ ନେବାକୁ ପଡିଥାଏ। କାରଣ କିଛି ବଡ ହାସିଲ କରିବା ପାଇଁ ତ୍ୟାଗ ମଧ୍ୟ ସେତିବି ବଡ ହେବା ଆବଶ୍ୟକ। ସେଥିପାଇଁ କୁହାଯାଏକି, Not taking risk itself is a risk। ବିନିତା ସିଂହ ସେମିତି କିଛି ବଡ ରିସ୍କ ନେଇଥିଲେ। ୧ କୋଟିର ଚାକିରି ଅଫରକୁ ଛାଡି ସେ ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ନେଲେ। ପପୁଲାର ଟିଭି ଶୋ ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଏହି ଇନଭେଷ୍ଟର ଘରେ ଘରେ ପରିଚିତ।

ବିନିତା IIM ଅହମ୍ମଦାବାଦର ଛାତ୍ରୀ ଅଟନ୍ତି। ସେ ନିଜର ପାଠ ପଢା ସାରିବା ପରେ ଅନ୍ୟ କୌଣସି ଚାକିରି କରିବା ବଦଳରେ ନିଜର ବ୍ୟବସାୟ ଆରମ୍ଭ କରିବାର ଚିନ୍ତା କରିଲେ। ସେତବେଳେ ତାଙ୍କୁ ବାର୍ଷିକ ୧ କୋଟି ଟଙ୍କାର ଚାକିରି ଅଫର ମିଳିଥିଲା। କିନ୍ତୁ ବିନିତା ସେ ଅଫରକୁ ପ୍ରତ୍ୟାକ୍ଷାନ କରି ତାଙ୍କର ସାଙ୍ଗ କୌଷିକ ମୁଖାର୍ଜୀଙ୍କ ସହିତ ମିଶି ବ୍ୟବସାୟ ଆରମ୍ଭ କଲେ। ସେ ବ୍ୟୁଟି ପ୍ରଡକ୍ଟର ବିଜନେସ୍‌ ଆରମ୍ଭ କଲେ ସେ। ବ୍ରାଣ୍ଡର ନାଁ ରହିଲା ‘ସୁଗାର’। କୌଷିକ ମୁଖାର୍ଜୀ ମଧ୍ୟ IIMର ଛାତ୍ର। ଦୁଇ ଜଣ ୨୦୧୫ ମସିହାରେ ରିସ୍କ ନେଇ ବ୍ୟବସାୟ କରିଥିଲେ।

ବିନିତା ଏବଂ କୌଷିକଙ୍କର ବ୍ୟୁଟି ପ୍ରଡକ୍ଟର ବ୍ୟବସାୟ ଆରମ୍ଭରୁ ଏତେ ଭଲ କ୍ଲିକ କରିନଥିଲା। ପ୍ରଥମେ ସେ ଅନଲାଇନ୍‌ରେ ପ୍ରଡକ୍ଟ ବିକ୍ରି କରିଥିଲେ। ଧିରେ ଧିରେ ପ୍ରଡକ୍ଟର ଚାହିଦା ମଧ୍ୟ ବଢିବାରେ ଲାଗିଲା। ଯାହାକୁ ଦେଖି ସେ ୨୦୧୯ ମସିହାରେ ନର୍ଥ ଇଣ୍ଡିଆରେ ତାଙ୍କର ପ୍ରଥମ ଷ୍ଚୋର ଖୋଲିଲେ ବିନିତା ଏବଂ କୌଷିକ। ବର୍ତ୍ତମାନ ୯୨ ସହରରେ ତାଙ୍କ ପ୍ରଡକ୍ଟର ୭୦୦ରୁ ଅଧିକ ଷ୍ଟୋର ରହିଛି।

ବର୍ତ୍ତମାନ ବର୍ଷକୁ ସୁଗାରର କାରବାର ୧୦୦କୋଟିରୁ ଅଧିକ ଆୟ କରୁଛି। କମ୍ପାନୀର ୪୫ ଭାଗ ରେଭେନ୍ୟୁ ରିଟେଲ୍‌ ଆଉଟଲେଟ୍‌ରୁ ଆସୁଥିବା ବେଳେ ୧୦ ଭାଗ ରେଭେନ୍ୟୁ ବିଦେଶ ବଜାରରୁ ଆସୁଛି। ଭଲ କ୍ୱାଲିଟିର ଲିପ୍‌ଷ୍ଟିକ୍‌ ଏବଂ ଆଇଲାଇନର ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁଗାର ବ୍ରାଣ୍ଡ କିଛି ଦିନ ମଧ୍ୟରେ ଅନ୍ୟ ବ୍ରାଣ୍ଡକୁ କଡାକଡି ଟକ୍କର ଦେଇଛି। ସୁଗାର ମାସକୁ ୩୦ ହଜାରରୁ ଅଧିକ ପ୍ରଡକ୍ଟ ଡେଲିଭର କରୁଛି।

ତେବେ ବିନିତା ରାତାରାତି ସଫଳତା ପାଇନଥିଲେ। ତାଙ୍କର ବ୍ରାଣ୍ଡକୁ ଆଗଧାଡିକୁ ଆଣିବା ପାଇଁ ସେ ଜି ଜିନ ଲଗାଇଦେଇଛନ୍ତି। ଗୁଜୁରାଟର ଆନନ୍ଦ ସହରରେ ବିନିତା ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କର ବାପା ଜଣେ ଡାକ୍ଟର। ପିଲାଦିନୁ ତାଙ୍କର ବାପା ରୋଗୀ ସେବା ସହିତ କ୍ୟାନସର ରୋଗୀମାନଙ୍କ ପାଇଁ ମେଡିସିନ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଥିଲେ। ସେତେବେଳେ ବିନିତା ବହୁତ ଚିନ୍ତା କରିଥିଲେ ତାଙ୍କୁ କିଛି ଏମିତି କାମ କରିବାର ଅଛି ଯାହାର ଚାହିଦା ଦେଶ ନୁହେଁ ବିଦେଶରେ ମଧ୍ୟ ରହିବ। ୧୦ବର୍ଷ ବୟସରେ ବିନିତା ମ୍ୟାଗାଜିନ କରି ଘରକୁ ଘୁ ବୁଲି ବିକ୍ରି କରୁଥିଲେ। ମ୍ୟାଗଜିନର ମୂଲ୍ୟ ୩ଟଙ୍କା ଥିଲା। ସେତେବେଳେ ସେହି ୩ଟଙ୍କା ଦେବାକୁ ଲୋକମାନେ କୁଣ୍ଠା ବୋଧ କରୁଥିଲେ। ବିନିତା କୁହନ୍ତିକି ସେ ସମୟରେ ସେ ଟଙ୍କାର ମୂଲ୍ୟକୁ ବୁଝିଥିଲେ।

ଯୁବ ଉଦ୍ୟୋଗପତି ଭାବରେ ବିନିତା ଚାରିଆଡୁ ପ୍ରଶଂସା ସାଉଁଟୁଛନ୍ତି। ତାଙ୍କର ସଫଳତା ପରେ ବିଭିନ୍ନ ମାଗାଜିନ୍‌ ତରଫରୁ ତାଙ୍କୁ କଭର ପେଜରେ ମଧ୍ୟ ସ୍ଥାନ ଦିଆଯାଇଛି। ସୋନି ଟିଭିରେ ପ୍ରସାରିତ ହେଉଥିଲା ସାର୍କ ଟଙ୍କ ଇଣ୍ଡିଆରେ ବିନିତା ନଜର ଆସିଛନ୍ତି।

odia sambada
Comments (0)
Add Comment