ମହିଳା ଜଣକ ଛୁଟି ପାଇଁ କଲେ ଗର୍ଭବତୀ ହେବାର ନାଟକ,ଆଉ ଏମିତି ଭାବରେ ଖୋଲିଗଲା ପୋଲ, ଚାଲିଗଲା ୭୫ ଲକ୍ଷ ଟଙ୍କା ସ୍ୟାଲେରୀ ପାଉଥିବା ଚାକିରୀ

କିଛି ଅନୁଷ୍ଠାନକୁ ଛାଡି ଅଧିକାଂଶ ପ୍ରାଇଭେଟ ଅନୁଷ୍ଠାନର ଚାକିରୀରେ ଛୁଟି ମିଳିବା ସବୁଠାରୁ କଷ୍ଟକର କାମ ହୋଇଥାଏ | ଦିନେ ଦୁଇଦିନ ଛୁଟି ପାଇଁ ମଧ୍ୟ କର୍ମଚାରୀମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ | ଏପରି ପରିସ୍ଥିତିରେ ଅଧିକ ସମୟ ଛୁଟି ନେବା ବିଷୟରେ ଭାବିବା ସ୍ୱପ୍ନ ପରି ଲାଗେ |

ଛୁଟି ପାଇଁ ଏସବୁ ସମସ୍ୟାରୁ ବଞ୍ଚିବାପାଇଁ ଜଣେ ମହିଳା ଅଫିସରୁ ଛୁଟି ନେବାପାଇଁ ଅନନ୍ୟ ପ୍ଲାନ କଲେ | ସେ ପ୍ରେଗ୍ନେଣ୍ଟ ହେବାର ନାଟକ କଲେ ଏବଂ ଛୁଟି ନେଇ ଘରେ ବସିଲେ | କିନ୍ତୁ କିଛି ସମୟ ପରେ ତାଙ୍କର ପୋଲ ଖୋଲିଗଲା ଏବଂ ତାଙ୍କୁ ୭୫ ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ ଥିବା ଚାକିରୀ ହରାଇବାକୁ ପଡିଲା | ଆସନ୍ତୁ ଜାଣିବା ଏହି ପୋଲ କେମିତି ଖୋଲିଲା |

ମହିଳା ନକଲି ବେବି ଵମ୍ପ ଲଗାଇଲେ :-

୪୩ ବର୍ଷୀୟ ଏହି ମହିଳା ନକଲି ପେଟ ଲଗାଇ ପ୍ରେଗ୍ନେଣ୍ଟ ହେବାର ଡ୍ରାମା କଲେ ଏବଂ ଅଫିସରୁ ଛୁଟି ନେଇଗଲେ | ରବୀନ ଫଲସମ ନାମକ ଏହି ମହିଳାଙ୍କୁ ଲାଗୁଥିଲା ଯେ ତାଙ୍କର ଏହି ବାହାନା କାମ କରିବ, କିନ୍ତୁ ତାଙ୍କର ଜଣେ ସହକର୍ମୀ ଫଲସମଙ୍କ ନକଲି ବେବି ଵମ୍ପକୁ ତାଙ୍କ ଶରୀର ଠାରୁ କିଛି ଦୂରରେ ପଡୁଥିବାର ଦେଖିନେଲେ ଏବଂ ଠିକ ସେତିକିବେଳେ ଫଲସମଙ୍କ ମିଛର ପର୍ଦାଫାଶ ହୋଇଗଲା |

ଯାଞ୍ଚରେ ସାମ୍ନାକୁ ଆସିଲା ଯେ ଫଲସମ ନିଜକୁ ପ୍ରେଗ୍ନେଣ୍ଟ ଥିବାର ଦେଖାଇବା ପାଇଁ ନକଲି ପେଟ ପିନ୍ଧିଥିଲେ | କିନ୍ତୁ ସେତେବେଳେ ଫଲସମ ଆଉ ଗୋଟିଏ ବାହାନା କଲେ, ଯାହା ବିଷୟରେ ଆମେ ଆପଣଙ୍କୁ ଆଗକୁ କହିବୁ |

ମହିଳା ପଠାଇଲେ ପିଲାର ଫଟୋ :-

ଯେତେବେଳେ ଏହି କଥା ଖୁଲାସା ହେବାକୁ ଲାଗିଲା, ସେତେବେଳେ ଫଲସମ ନିଜ କଥାକୁ ସତ ବୋଲି ପ୍ରମାଣିତ କରିବାପାଇଁ ନିଜ ସହକର୍ମୀମାନଙ୍କୁ ପିଲାର ଫଟୋ ପଠାଇଲେ, କିନ୍ତୁ ସହକର୍ମୀମାନଙ୍କୁ ପଠାଯାଇଥିବା ପିଲାର ଫଟୋ ସମାନ ନଥିଲା, ଯାହାଦ୍ୱାରା ଏହି ମାମଲାରେ ଫଲସମ ଉପରେ ସନ୍ଦେହ ଆହୁରି ବଢିଗଲା |

ଫଲସମ ନିଜ ସହକର୍ମୀଙ୍କୁ କହିଲେ ଯେ ୨୦୨୧ ଅଗଷ୍ଟରେ ଦ୍ୱିତୀୟଥର ଗର୍ଭବତୀ ହେବା ପୂର୍ବରୁ ସେ ୨୦୨୦ ଜୁଲାଇରେ ଥରେ ପିଲାକୁ ଜନ୍ମ ଦେଇଥିଲେ, କିନ୍ତୁ ଯାଞ୍ଚ କରୁଥିବା ଲୋକମାନଙ୍କୁ ପିଲା ଜନ୍ମ ହେବାର କୌଣସି ରେକର୍ଡ ମିଳିଲା ନାହିଁ |

ମହିଳାଙ୍କୁ ଚାକିରୀ ଛାଡିବାକୁ ପଡିଲା :-

ମାମଲା ଖୁଲାସା ହେବାପରେ ଫଲସମଙ୍କୁ ଜର୍ଜିଆ ବ୍ୟବସାୟିକ ପୁନର୍ବାସ ଏଜେନ୍ସିରେ ବିଦେଶ ମାମଲାର ନିର୍ଦେଶକ ଭାବରେ ନିଜ ପଦରୁ ଇସ୍ତଫା ଦେବାକୁ ପଡିଲା | ଏଜେନ୍ସି ତାଙ୍କର ଏହି ଭୁଲ ପାଇଁ ତାଙ୍କୁ କ୍ଷମା କଲେ ନାହିଁ ଏବଂ ତାଙ୍କୁ ଦ୍ୱିତୀୟ ସୁଯୋଗ ଦେଲେନାହିଁ | ଆପଣଙ୍କୁ କହିରଖୁଛୁ ଯେ ଏହି ପଦରେ ରହି ଫଲସମ ବର୍ଷକୁ ପ୍ରାୟ ୭୫ ଲକ୍ଷ ଟଙ୍କା ଲେଖାଏଁ ରୋଜଗାର କରୁଥିଲେ |

odiasambada
Comments (0)
Add Comment