ବିହାରର ଏକ ଯୁବକଙ୍କୁ ପ୍ରେମ କରି ବସିଲେ ଫ୍ରାନ୍ସର ଏହି ଯୁବତୀ, ଆଉ ଶେଷରେ ବିବାହ କରିବାକୁ ଗାଁକୁ ପଳାଇ ଆସିଲେ

ପ୍ରେମ ନା କୌଣସି ଜାତି ଦେଖିଥାଏ ନା କୌଣସି ଧର୍ମର ବନ୍ଧନ। ପ୍ରେମକୁ ଦେଶର ସୀମା ଭିତରେ ମଧ୍ୟ ବନ୍ଧା ଯାଇ ପାରିବନାହିଁ। ଯଦି କାହାରିକୁ ପ୍ରେମ ହୋଇଯାଏ ତାହେଲେ ସେ କିଛିବି କରିବାକୁ ପ୍ରସ୍ତୁତ।

ଏମିତି ହିଁ କିଛି ହେଲା ଫ୍ରାନ୍ସର ଏକ ଯୁବତୀଙ୍କ ସହିତ ଯାହାଙ୍କୁ ଭାରତୀୟ ଏକ ଯୁବକ ସହିତ ପ୍ରେମ ହୋଇଗଲା। ଝିଅଟି ଏହାପରେ ନା ଧର୍ମ ଦେଖିଲେ ନାକି ଦେଶ। ଏହାପରେ ବିବାହ କରିବାକୁ ଯାଇ ପହଞ୍ଚିଗଲେ। ଆସନ୍ତୁ ଜାଣିବା ଏହି ବିଷୟରେ।

ଉଭୟଙ୍କ ଭେଟ ପ୍ରଥମେ ଏହି ଫ୍ରାନ୍ସରେ ହିଁ ହୋଇଥିଲା। ରଣବୀର ନିଜର ମେକାନିକାଲ ଇଞ୍ଜିନିୟରିଂ ଚେନ୍ନାଇରେ କରିବାପରେ 2015 ମସିହାରେ ଫ୍ରାନ୍ସର ଏକ କମ୍ପାନୀରେ ସେଲସ ମ୍ୟାନେଜର ଭାବରେ ଚାକିରୀ କରୁଥିଲେ।

ରଣବୀର ଯେଉଁ ଅଫିସରେ କାମ କରୁଥିଲେ ଏହାର ସାଇଟରେ ଶର୍ଲିନଙ୍କ କଲେଜ ଥିଲା ଯେଉଁଠିକୁ ସେ ଗ୍ରାଫିକ୍ସ ଡ଼ିଜାଇନିଂ କୋର୍ସ କରିବାକୁ ଆସୁଥିଲେ। ଏହାପରେ ଉଭୟ ଭେଟ ହୋଇଥିଲେ ଓ ପରସ୍ପର ସହିତ ସମୟ ବିତାଇଥିଲେ କିନ୍ତୁ ପ୍ରେମର ଆଭାସ କାହାରିକୁ ଜଣାପଡ଼ିନଥିଲା।

ଯୁବକ ଭାରତ ଫେରିବାରୁ ଶର୍ଲିନଙ୍କୁ ପ୍ରେମର ଆଭାସ ଜଣାପଡ଼ିଲା:-

ରଣବୀର ଓ ଶର୍ଲିନଙ୍କ ବନ୍ଧୁତା 2015 ରୁ 2020 ପର୍ଯ୍ୟନ୍ତ ଚାଲିଥିଲା। 2020 ରେ କରୋନା ପ୍ରବେଶ କରିବା ପରେ ରଣବୀର ଭାରତ ଫେରି ଆସିଥିଲେ ଓ ଏହି ସମୟରେ ଶର୍ଲିନଙ୍କୁ ରଣବୀରଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା ଓ ତାଙ୍କୁ ପ୍ରେମ ହୋଇଥିଲା। ଏହାପରେ ଉଭୟ ନିଜ ପ୍ରେମ ଉପସ୍ଥାପନା କରି ସୋସିଆଲ ମିଡ଼ିଆ ଜରିଆରେ ଜଣେ ଆଉଜଣଙ୍କ ସହିତ ଦେଖା ହୋଇଥିଲେ।

ପ୍ରେମ ଉପସ୍ଥାପନା ପରେ ଉଭୟ ଏକାଠି ରହିବାକୁ ଲାଗିଲେ ଓ ଧର୍ମକୁ ଗୋଟିଏ ପଟ ତରାଜୁରେ ରଖି ଦେଇଥିଲେ। ସବୁ ପରେ ଗୋଟିଏ କଥା ଥିଲା ଉଭୟଙ୍କ ପରିବାରର ଅନୁମତି।

ଶର୍ଲିନ ପହଞ୍ଚିଥିଲେ ରଣବୀରଙ୍କ ଘରେ:-

ରଣବୀରଙ୍କ କଥାରେ ତାଙ୍କ ପରିବାର ରାଜି ହୋଇଗଲେ ଓ ଏହାପରେ ଶର୍ଲିନ ମଧ୍ୟ ତାଙ୍କ ପରିବାରକୁ ରାଜି କରାଇଥିଲେ ଏହାପରେ ଶର୍ଲିନ ମୁଙ୍ଗେର ଜିଲ୍ଲାର ଜମାଲପୁରରେ ପହଞ୍ଚିଗଲେ।

ଶୁକ୍ରବାର ଦିନ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ, ବିବାହ ସମ୍ପନ୍ନ କରିଥିଲେ। ଉଭୟ ସେମାନଙ୍କର ବିବାହକୁ କୋର୍ଟରେ ରେଜିଷ୍ଟର ମଧ୍ୟ କରାଇଥିଲେ। ଦେଶୀ ଯୁବକ ଓ ବିଦେଶୀ ଯୁବତୀଙ୍କ ଏହି ବିବାହ ଗାଁ ରେ ଚର୍ଚ୍ଚାର ବିଷୟ ବନିଯାଇଛି।

ଶର୍ଲିନଙ୍କୁ ଭାରତ ବହୁତ ପସନ୍ଦ:-

ଶର୍ଲିନଙ୍କୁ ଭାରତ ବହୁତ ପସନ୍ଦ। ସେ ରଣବୀରଙ୍କ ଠାରୁ ଭାରତର ରୀତିନୀତି ଓ ସଂସ୍କୃତି ବିଷୟରେ ଜାଣି ବହୁତ ପ୍ରଭାବିତ ହୋଇଥିଲେ। ଏହାପରେ ସେ ଭାରତରେ ରହିବାକୁ ନିର୍ଣ୍ଣୟ ନେଇଥିଲେ ଓ ତାଙ୍କର ଯୋଡ଼ି ଦେଖି ପରିବାର ଲୋକେ ମଧ୍ୟ ବହୁତ ଖୁସି ରହିଛନ୍ତି। ସେମାନଙ୍କୁ ଆଶୀର୍ବାଦ ଦିଆଯାଉଛି ଓ ସେମାନଙ୍କର ଯୋଡ଼ି ମଧ୍ୟ ସର୍ବଦା ରହିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି।

odia sambada
Comments (0)
Add Comment