ଟେଷ୍ଟରେ ଅଧିନାୟକ ହେଲେ ରୋହିତ ଶର୍ମା, ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ରାହାଣେ-ପୂଜାରାଙ୍କୁ ଦଳରୁ ଛୁଟି

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଦିନ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଆଗାମୀ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କରାଯାଇଛି। ଅନ୍ୟପଟେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ମଧ୍ୟ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଓପନିଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ୍ଵେଷ୍ଟଇଣ୍ଡିଜ ସିରିଜରେ ଆହତ ହୋଇଥିବା କାରଣରୁ ତାଙ୍କୁ ଦଳରେ ଆଦୌ ସାମିଲ କରାଯାଇନାହିଁ। ଉଭୟ ଟି-୨୦ ଏବଂ ଟେଷ୍ଟ ସିରିଜ ପାଇଁ ଯଶପ୍ରୀତ ବୁମରାଙ୍କୁ ଉପ-ଅଧିନାୟକ କରାଯାଇଛି।

ଶ୍ରୀଲଙ୍କାର ଭାରତ ଗସ୍ତ ଫେବୃଆରୀ ୨୪ ତାରିଖରେ ଆରମ୍ଭ ହେଉଛି। ଦୁଇ ଦଳ ମଧ୍ୟରେ ପ୍ରଥମେ ଟି-୨୦ ସିରିଜ ଖେଳାଯିବ। ସିରିଜର ପ୍ରଥମ ମୁକାବିଲା ଲକ୍ଷ୍ନୌ ଠାରେ ଖେଳାଯିବ। ବାକି ଦୁଇଟି ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ଏହା ପରେ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ ତାରିଖରେ ମୋହାଲିରେ ଏବଂ ମାର୍ଚ୍ଚ ୧୨ ତାରିଖରେ ଦ୍ଵିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ଦିବାରାତ୍ର ଖେଳାଯିବ। ଟେଷ୍ଟ ଦଳରୁ ବରିଷ୍ଠ ଖେଳାଳି ଚେତେଶ୍ଵର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ବାଦ ଦିଆଯାଇଛି। ଉଭୟଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ କୁହାଯାଇଛି। ଟେଷ୍ଟ ଦଳରୁ ଶାର୍ଦ୍ଦୁଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ପ୍ରିୟଙ୍କ ପାଞ୍ଚାଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମାନ ଗିଲ୍, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନ(ଫିଟନେସ୍ ଉପରେ ନିର୍ଭର), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା(ଉପ ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଇଶାନ କିଶନ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଆର ବିଷ୍ଣୋଇ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଯଶପ୍ରୀତ ବୁମରା(ଉପ ଅଧିନାୟକ), ଅଭେଶ ଖାନ।

odia sambada
Comments (0)
Add Comment