କମଳା ଚୋପାରେ ରହିଛି ଏହିସବୁ ପ୍ରକାରର ଔଷଧୀୟ ଗୁଣ , ଏମିତି ସବୁ ଉପାୟରେ ଏହାକୁ ବ୍ୟବହାର କରନ୍ତୁ

ଆମେ ପରିବାରରେ ଦୈନିକ କମଳା ଲେମ୍ବୁକୁ ଜଳଖିଆରେ ନିଶ୍ଚିତ ସାମିଲ କରୁ ବା ପରିବାରର କୌଣସି ଲୋକ ରୋଗରେ ପଡିଲେ ତାଙ୍କୁ ମଧ୍ୟ କମଳା ଖାଇବା ପାଇଁ ଦିଆଯାଇଥାଏ। କମଳା ଖାଇବା ପୂର୍ବରୁ ଆମ୍ଭେ ଏହାର ଚୋପାକୁ ଛଡାଇ ଫିଙ୍ଗି ଦେଉ। ହେଲେ ଆପଣମାନେ ଜାଣନ୍ତି ନାହିଁ ଯେ ଏହି କମଳା ଚୋପା ଆମମାନଙ୍କର ଅନେକ କାମରେ ମଧ୍ୟ ଲାଗିପାରେ। ଏହି ଚୋପାକୁ ଆପଣ ବିଭିନ୍ନ ରୋଗର ଔଷଧ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା କମଳା ଚୋପାର ଗୁଣବତ୍ତା ବିଷୟରେ।

କମଳା ଭଳି ତାର ଚୋପାରେ ମମଧ୍ୟ ଅନେକ ପ୍ରକାରଭିଟାମିନ ରହିଥାଏ। ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ। କମଳା ଚୋପାରେ ଭିଟାମିନ-ସି ମଧ୍ୟ ଥାଏ, ଯାହାକି ଆମ ତ୍ୱଚା ପାଇଁ ବହୁତ ଲାଭଦାୟକ ଓ ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

କମଳା ଚୋପାକୁ ଶୁଖାଇ ଏହାର ପାଉଡରକୁ ବିଭିନ୍ନ ଉପାୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଯଦି ଆପଣ କମଳା ଚୋପାର ପାଉଡରକୁ ମହୁ ସହ ମିଶାଇ ମୁହଁ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଲଗାନ୍ତି ତେବେ ଆପଣଙ୍କର ତ୍ୱଚାର ସୁନ୍ଦରତା ମଧ୍ୟ ବୃଦ୍ଧି ପାଇଥାଏ।

ଯଦି ଆପଣଙ୍କ ମୁହଁରେ ବ୍ରଣ କିମ୍ବା ସେଭଳି କିଛି ଦେଖାଯାଉଛି ତେବେ କମଳା ଚୋପାର ପାଉଡର ସହିତ କିଛି ଗୋଲାବ ଜଳ ମିଶାଇ ବ୍ୟବହାର କରିଲେ ଆପଣଙ୍କୁ ନିଶ୍ଚିତ ଏଥିରେ ସୁଫଳ ମିଳିଥାଏ।

ଯଦି ଆପଣଙ୍କ ଘରେ କିମ୍ବା ପାଖ ପାଖରେ ମଶାର ପ୍ରାର୍ଦୁଭାବ ରହିଛି ତେବେ ଆପଣ କମଳା ଚୋପାର ପାଉଡରକୁ ଜଳୁଥିବା କୋଇଲା ପକାଇ ଦିଅନ୍ତୁ। ଏଥିରୁ ବାହାରୁଥିବା ଧୁଆଁ ଆପଣଙ୍କର ଘରୁ ମଶା ଓ ମାଛିକୁ ବାହାରକୁ କାଢିଦେବ।

କମଳା ଚୋପାକୁ ଆପଣମାନେ ରୁମ ଫେସନର ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ପାଣିରେ କମଳା ଚୋପାକୁ ପକାଇ ଦିଅନ୍ତୁ, ଏହା ସହିତ କିଛି ଡାଲଚିନି ଓ ଲବଙ୍ଗ ପକାଇ ଦେବା ପରେ ଏହି ପାଣିରୁ ସୁଗନ୍ଧ ମଧ୍ୟ ବାହାରିବ। ଯାହାକି ରୁମ ଫ୍ରେସନର ଭଳି କାମ କରିବ।

କମଳା ଚୋପା କେବଳ ତ୍ୱଚା ପାଇଁ ନୁହେଁ ବରଂ ଚୁଟି ପାଇଁ ମଧ୍ୟ ଲାଭ ଦାୟକ ଅଟେ। ଚୁଟିରେ ରହୁଥିବା ରୂପିକୁ ହଟାଇବା ପାଇଁ କମଳା ଚୋପାକୁ ବାଟି ଦିଅନ୍ତୁ ଓ ଏହାକୁ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା ରୂପି ସମସ୍ୟା ମଧ୍ୟ ଦୂରହେବା ସହିତ ବାଳ ଝଡିବା ମଧ୍ୟ ବନ୍ଦ ହୋଇଯିବ।

odia sambada
Comments (0)
Add Comment