ନାସାର ଭବିଷ୍ୟବାଣୀ: ଦୁନିଆରେ ଖୁବଶୀଘ୍ର ଆସିବ ସବୁଠୁ ବଡ ପ୍ରଳୟ,ସମୁଦ୍ରରେ ବୁଡ଼ିଯିବ ପୃଥିବୀ !

ଦୁନିଆରେ ଆସିବାକୁ ଯାଉଥିବା ପ୍ରଳୟକୁ ନେଇକି ତ ଆପଣ ଅନେକ ଖବର ଶୁଣିଥିବେ । ଅନେକ ଥର ଭବିଷ୍ୟବାଣୀଗୁଡିକରେ,ତ ବେଳେବେଳେ କୌଣସି ରିପୋର୍ଟରେ ଭବିଷ୍ୟବାଣୀଗୁଡିକ ସତ୍ୟ ବୋଲି କିଛି କୁହାଯାଇପାରିବ ନାହିଁ, କିନ୍ତୁ ଏଥର ପୁଣି ଆମର ବୈଜ୍ଞାନିକମାନେ ଗୋଟେ ଏମିତି ରିପୋର୍ଟ ପ୍ରସ୍ତୁତ କରିଛନ୍ତି କି ଯାହା ଅନୁଯାୟୀ ବିଶ୍ୱରେ ପ୍ରଳୟ ଆସିବାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ଏହି ରିପୋଟ ଅନୁଯାୟୀ ଦୁନିଆରେ କିଛି ବର୍ଷ ମଧ୍ୟରେ ଏପରି ପ୍ରଳୟ ଆସିଯିବ ଯେଉଁଥିରେ ଦୁନିଆର ବଡ଼ ଅଂଶ ସମୁଦ୍ର ରେ ବୁଡିଯିବ । ଏହି ରିପୋର୍ଟ ଅନୁଯାୟୀ ୨୮ବର୍ଷ ପରେ ଅର୍ଥାତ ୨୦୫୦ ସୁଦ୍ଧା ସମଗ୍ର ଦୁନିଆର ସମୁଦ୍ରର ଜଳସ୍ତର ପ୍ରାୟ ଏକ ଫୁଟ ବଢିଯିବ । ଆପଣଙ୍କୁ କହିରଖୁଛୁ କି ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏବଂ ନ୍ୟାସନାଲ୍ ଓସେନିକ୍ ଆଣ୍ଡ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍ ଏନଓଏ ବହୁ ବର୍ଷ ଧରି ଏହି ବିଷୟ ଉପରେ ଅଧ୍ୟୟନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି

୧୦୦ ବର୍ଷରେ ସର୍ବୋଚ୍ଚ ଜଳ ସ୍ତର ।

ନାସାର ରିପୋର୍ଟ ରେ କୁହାଯାଇଛି କି ଆମେରିକା ଆଉ ଏହାର ଆଖ ପାଖର ଅଞ୍ଚଳ ରେ ଷ୍ଟଡି କରିବା ପରେ ହିଁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ରିପୋର୍ଟ ରେ କୁହାଯାଇଛି କି ୨୮ ବର୍ଷ ପରେ ସମୁଦ୍ରର ଜଳସ୍ତର ରେ ଯାହା ଅଭିବୃଦ୍ଧି ହେବ ତାହା ପ୍ରାୟ ୧୦୦ ବର୍ଷ ଠୁ ଅଧିକ ଅଭିବୃଦ୍ଧି ହେବ । ଜଳସ୍ତର ରେ ଏହି ପ୍ରକାରର ଅଭିବୃଦ୍ଧି ରେ ବହୁତ କ୍ଷତି ହେବାକୁ ଯାଉଛି ।

ମନୁଷ୍ୟଙ୍କ ଭୁଲ କାରଣରୁ ହିଁ ଆସିବ ପ୍ରଳୟ

ଏମିତିରେ ପୃଥିବୀରେ ହେବାକୁ ଥିବା ଏହି କ୍ଷତିକୁ ରୋକିବା ପାଇଁ ଏବେ ଠାରୁ ହିଁ ସଠିକ ପଦକ୍ଷେପ ନେବା ଜରୁରୀ,ନାହିଁ ତ ହବାକୁ ଯାଉଥିବା ଏହି ପ୍ରଲୟକୁ କେହି ମଧ୍ୟ ରୋକିପାରିବେ ନାହିଁ । ଯଦିଓ ସମୁଦ୍ରର ବଢୁଥିବା ଜଳସ୍ତରର ଦାୟୀ ବି ଆମେ ହିଁ ଅଟନ୍ତି । ମନୁଷ୍ୟର ପ୍ରଦୂଷଣ କରିବାର ବ୍ୟବହାର ଯୋଗୁ ହିଁ ଆଜି ଦୁନିଆରେ ଏହି ଗଭୀର ସଙ୍କଟ ଆସିଯାଇଛି ।

ଆପଣଙ୍କୁ କହିରଖୁଛୁ କି ନାସାର ବୈଜ୍ଞାନିକ ଗତ କୋଡିଏ ବର୍ଷରୁ ଏହି ବିଷୟରେ ଷ୍ଟଡିକରୁଛନ୍ତି । ନିଜର କୋଡିଏ ବର୍ଷର ରିସର୍ଚ ପରେ ହିଁ ଏହି ବୈଜ୍ଞାନିକ ମାନେ ଏହି ସମସ୍ୟା କୁ ଜାଣିଛନ୍ତି । ଏହି ବୈଜ୍ଞାନିକଙ୍କ ରିପୋର୍ଟ ରେ କିଛି ପରିମାଣରେ ଠିକ ମଧ୍ୟ ବିଶ୍ୱାସ କରାଯାଉଛି । ଗତ କିଛି ବର୍ଷ ପୂର୍ବେ ସମଗ୍ର ଦୁନିଆର୍ବ ସମୁଦ୍ରାର୍ବ ଜଳସ୍ତରରେ ବହୁତ ଅଭିବୃଦ୍ଧି ଦେଖାଯାଇଛି ।

ଦ୍ରୁତ ଗତିରେ ତରଳୁଛି ଗ୍ଲେସିୟର୍ ।

ଏହି ବୈଜ୍ଞାନିକମାନଙ୍କ ଅନୁଯାୟୀ ଜଳବାୟୁର ପରିବର୍ତ୍ତନରେ ହିଁ ସମୁଦ୍ରର ଜଳସ୍ତରରେ ଅଭିବୃଦ୍ଧି ହୋଉଛି । ଜଳବାୟୁ ରେ ଏହି ପ୍ରକାରର ପରିବର୍ତ୍ତନ ପାଇଁ ମଧ୍ୟ ଗ୍ଲୋବାଲ୍ ୱାର୍ମିଂ ହେଉଛି । ଗ୍ଲୋବାଲ୍ ୱାର୍ମିଂ ପାଇଁ ଦ୍ରୁତ ଗତିରେ ଗ୍ଲେସିୟର୍ ତରଳୁଛି । ଏମିତି ପରିସ୍ଥିତିରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ସମୁଦ୍ର ରେ ଏହି ପ୍ରକାରରେ ବଢୁଥିବା ଜଳସ୍ତରର କାରଣ ରୁ ହିଁ ଲୋକମାନଙ୍କୁ ପ୍ରତିଦିନ ଝଡ଼ ର ସାମ୍ନା କରିବାକୁ ପଡୁଛି । ଯାହାର ପ୍ରଭାବ ଲୋକମାନଙ୍କର ଜୀବନରେ ମଧ୍ୟ ଦେଖିବାକୁ ମିଳୁଛି ।

odia sambada
Comments (0)
Add Comment