ଫେସବୁକ୍,ଇନଷ୍ଟାଗ୍ରାମ, ୟୁଟ୍ୟୁବ ଆପ୍ ଡିଲିଟ କଲେ ଏହି କମ୍ପାନୀ ଦେବ ମୋଟା ଅଙ୍କର ଟଙ୍କା ! ଜାଣନ୍ତୁ ପୁରା ଖବର

ଫେସବୁକ୍,ଇନଷ୍ଟାଗ୍ରାମ, ୟୁଟ୍ୟୁବ ଆପ୍,ଟୁଇଟର ଭଳି ପ୍ଲାଟଫର୍ମ ଲୋକଙ୍କ ଏକ ଅଂଶ ହୋଇ ଯାଇଛି|କୋଟି କୋଟି ଲୋକ ଏହି ସୋସିଆଲ ମିଡିଆର ଅଂଶ ବନିଛନ୍ତି|ଲୋକଙ୍କ ଅଧିକାଂଶ ସମୟ ଏହି ଆଭାଶୀ ଦୁନିଆରେ ବିତିଯାଏ|ଏହା ମଧ୍ୟରେ ଏପରି ଏକ କମ୍ପାନୀ ଯିଏ ଦୁଇମାସ ମଧ୍ୟରେ ସୋସିଆଲ ମିଡ଼ିଆ ଛାଡୁଥିବା ଲୋକଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ଚାହୁଁଛି|

କମ୍ପାନୀ ନାଁ ଅପଟାଇମ ଆପ୍ ଅଟେ|ଏହା ଅନୁସାରେ ଯଦି ଆପଣ ଦୁଇମାସ ପାଇଁ ସୋସିଆଲ ମିଡ଼ିଆ ଛାଡି ପାରିବେ ତେଵେ ଆପଣଙ୍କୁ ଦୁଇହଜାର ଡଲାର (ପାଖାପାଖି ୧.୫ ଲକ୍ଷ) ଟଙ୍କା ମିଳିବ|ପ୍ରକୃତରେ ଅପଟାଇମ ସୋସିଆଲ ମିଡିଆ ଓ ଡ୍ରୁମ ସ୍କଲିଙ୍ଗରେ କୈାଣସି ବ୍ୟକ୍ତିର ଉତ୍ପାଦକତା , ଲାଭ ଓ ଆତ୍ମବିଶ୍ଵାସ ଉପରେ ପଡୁଥିବା ପ୍ରଭାବ ଖୋଜିବାକୁ ଚାହେଁ|

ଏଥିପାଇଁ କମ୍ପାନୀ ଆସନ୍ତା କିଛି ମାସ ପାଇଁ ଷ୍ଟଡି କରିବାକୁ ଚାହେଁ|ଏଥିରେ ସେମାନଙ୍କୁ ସାମିଲ କରାଯିବ ଯେଉଁମାନେ ଅତିକମରେ ଦୁଇମାସ ପାଇଁ ସୋସିଆଲ ମିଡ଼ିଆ ଉପଯୋଗ ଛାଡି ଦେଇଥିବେ|ଏହି ଲୋକଙ୍କୁ ଅପଟାଇମ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ଦେଵ|

ଅପଟାଇମ ୱେବସାଇଟ ଅନୁସାରେ ସଫଳ ଆବେଦକକୁ ୮ ସପ୍ତାହ ପାଇଁ ସମସ୍ତ ସୋସିଆଲ ମିଡ଼ିଆ ବନ୍ଦ ପାଇଁ ୨ ହଜାର ଡଲାର ଟଙ୍କା ଦିଆଯିବ|କମ୍ପାନୀ ଏହା ଜାଣିବ ଯେ ନୂଆ ଡାଉନ ଟାଇମକୁ କିଭଳି ଉପଯୋଗ କରନ୍ତି|ଏହାସହ ଫେସବୁକ୍,ଇନଷ୍ଟାଗ୍ରାମ, ୟୁଟ୍ୟୁବ ଆପ୍,ସ୍ନାପ ଚାଟ,ଟୁଇଟର ,ଟିକଟକ ରେ ସମୟ ଖର୍ଚ୍ଚ ନକରି ଖୁସି ସ୍ତର, ବ୍ୟବହାର,ଉତ୍ପାଦକତା ରେକର୍ଡ କରିବାକୁ କହିବେ|

ଅପଟାଇମ ଆପ କହିଛନ୍ତି ଯେ “ଡ୍ରୁମରସ୍କଲିଙ୍ଗ” ମାନସିକ ସ୍ଵାସ୍ଥ୍ୟ ପାଇଁ ହାନିକାରକ ଓ ସୋସିଆଲ ମିଡ଼ିଆ ପାଇଁ ଲାତ ହୋଇପାରେ|ଅଧ୍ୟୟନରୁ ଜଣାପଡିଛି ସୋସିଆଲ ମିଡ଼ିଆ ମସ୍ତିସ୍କର ସେହି ଅଂଶ ଡୋପାମାଇଧ ସ୍ତର ବଢାଇ ପାରେ|

ବହୁତ ଅଧ୍ୟୟନର ନିଷ୍କର୍ଷ, ସଂଖ୍ୟା ସହ ଯିଏ କହେ ଯେ ମହାମାରୀ ଆରମ୍ଭ ପରେ ସୋସିଆଲ ମିଡିଆରେ ବିତେଇଥିବା ହାରାହାରି ବ୍ୟକ୍ତିର ସମୟ ୧୬% ବୃଦ୍ଧି ହୋଇଥିଲା ଫଳରେ ଆମର ଅଧ୍ୟୟନ ପାଇଁ ପ୍ରେରିତ କରିଥିଲେ|ଆମକୁ ଲାଗେ ନାହିଁ କାହାକୁ ସୋସିଆଲ ମିଡିଆରେ ସବୁଦିନ ପାଇଁ ଡିଲିଟ କରିବା କିନ୍ତୁ ଆମର ଉଦ୍ଦେଶ୍ୟ ଲୋକଙ୍କ ଡାଉନ ଟାଇମକୁ ଏଭଳି ଉପଯୋଗ ପାଇଁ ପ୍ରେରିତ କରିବା ଯାହା ତାଙ୍କ ପାଇଁ ଉତ୍ତମ

odia sambada
Comments (0)
Add Comment