ଏହି ନବାବଙ୍କର ଥିଲେ ୩୦୦ରୁ ଅଧିକ ପତ୍ନୀ,ଜାଣନ୍ତୁ କେମିତି ଥିଲା ତାଙ୍କ ଜୀବନ ଶୈଳୀ

ଉତ୍ତରପ୍ରଦେଶ ଯାହାକୁ ବ୍ରିଟିଶ ଶାସନ କାଳରେ ଅୱଧ ମଧ୍ୟ କୁହାଯାଉଥିଲା । ୧୮୫୬ ମସିହାରେ ଅୱଧର ଶେଷ ନବାବକୁ ବନ୍ଦୀ କରିବା ପରେ ବ୍ରିଟିଶ ସରକାର ଏହାହୁ ତାଙ୍କ କବ୍ଜାରେ କରିନେଇଥିଲେ । ଅୱଧର ଏହି ଶେଷ ନବାବଙ୍କ ବିଷୟରେ ଅନେକ କଥା କୁହାଯାଏ । କୁହାଯାଏ ଯେ ନବାବ ନିଜର ନବାବିୟତ କାରଣରୁ ଅୱଧକୁ ନିଜ ହାତରୁ ହରାଇଥିଲେ ।

ନବାବ ୱାଜିଦ ଅଲି ଶାହା ପ୍ରାୟ ନଅ ବର୍ଷ ପର୍ଯ୍ୟନ୍ତ ଅୱଧକୁ ଶାସନ କରିଥିଲେ । ୱାଜିଦ ଅଲିଙ୍କ ନବାବିୟତର ଚର୍ଚା ମଧ୍ୟ କିଛି ଏହିପରି କୁହାଯାଏ କି ନବାବ ମାନଙ୍କୁ ନେଇ କୁହାଯାଇଥିବା କେତେ ସବୁ ଲୋକକଥା ଏହି ନବାବଙ୍କ ଉପରେ କୁହାଯାଇଛି । ବାସ୍ତବରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନବାବ ୱାଜିଦ ଅଲ୍ଲୀଙ୍କ ୩୦୦ରୁ ବି ଅଧିକ ପତ୍ନୀ ଥିଲେ ।

ନବାବ ୱାଜିଦ୍ ତାଙ୍କ ପତ୍ନୀ ଏବଂ ଚାକରମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ । ଏପରିକି ସେ ନିଜ ଜୋତା ମଧ୍ୟ ନିଜ ହାତରେ ପିନ୍ଧି ନଥିଲେ । ଆଉ ଏହି କାରଣ ଥିଲା କି ୱାଜିଦ ଅଲ୍ଲୀ ସରକାରଙ୍କ ଆୟତ୍ତରେ ଆସିଗଲେ ଆଉ ତାଙ୍କୁ ତାଙ୍କ ସାମ୍ରାଜ୍ୟ ଛାଡିବାକୁ ପଡିଲା । ବାସ୍ତବରେ ୧୮୫୬ ରେ ବ୍ରିଟିଶ ସରକାର ଅୱଧ ଉପରେ କବ୍ଜା କରିବା ପାଇଁ ୱାଜିଦ ଅଲ୍ଲୀଙ୍କ ଲକ୍ଷ-ନଉ ମହଲ ଉପରେ ଆକ୍ରମଣ କରି ଦେଇଥିଲେ |

ଜୋତା କାରଣରୁ ଇଂରେଜଙ୍କ ଗିରଫ୍ ରେ ଆସିଗଲେ ନବାବ :-

ଆକ୍ରମଣର ଖବର ସୈନିକ ମାନଙ୍କୁ କଣ ନବାବଙ୍କ ପାଖକୁ ମଧ୍ୟ ସେତେବେଳେ ଖବର ଆସିଲା ଯେତେବେଳେ ଆକ୍ରମଣ ହୋଇସାରିଥିଲା | ଏମିତିରେ ଯେତେବେଳେ ବ୍ରିଟିଶ ସରକାର ଆକ୍ରମଣ କରି ମହଲ ଭିତରକୁ ଆସିଗଲା ସେତେବେଳେ ସେବାୟତମାନେ ଇଂରେଜି ମାନଙ୍କ ଭୟରେ ମହଲ ଛାଡି ପଳେଇବା ଆରମ୍ଭ କରିଦେଲେ | ଏତିକି ହିଁ ନୁହଁ ୱାଜିଦ୍ ଅଲିଙ୍କ ପତ୍ନୀ ମାନେ ମଧ୍ୟ ମହଲରେ କେଉଁଠି ଲୁଚି ଯାଇଥିବା ସମୟରେ ଅନେକ ବେଗମ୍ ମହଲ ହିଁ ଛାଡି ପଳାଇ-ଯାଇଥିଲେ |

ଏମିତିରେ ୱାଜିଦ୍ ଅଲି ନିଜ ରୁମ୍ ରେ ହିଁ ରହିଗଲେ | ଆଉ ବ୍ରିଟିଶ ସରକାର ତାଙ୍କୁ ବନ୍ଦୀ ବନେଇଦେଲେ | ଇଂରେଜି ମାନେ ଯେତେବେଳେ ନବାବ ୱାଜିଦ୍ ଅଲିଙ୍କୁ ପଚାରିଲେ କି ଯେତେବେଳେ ସବୁଲୋକ ମହଲ ଛାଡି ଚାଲିଗଲେ ସେତେବେଳେ ଆପଣ କାହିଁକି ଏହି ମହଲ ଛାଡ଼ିକରି ଗଲେ ନାହିଁ ସେତେବେଳେ ନବାବ ନିଜ ଉତ୍ତରରେ କହିଥିଲେ ଯେ ତାଙ୍କ ଜୋତା ଏପର୍ଯ୍ୟନ୍ତ ମିଳିନାହିଁ, ଆଉ ଏମିତିରେ ସେ କେମିତି ଯାଇଥାନ୍ତେ

ବେଗମ୍ ହଜରତ ଆରମ୍ଭ କରିଥିଲେ ଯୁଦ୍ଧ :-

ବ୍ରିଟିଶମାନେ ନୱାଜ ୱାଜିଦ ଅଲିଙ୍କୁ କଲିକତାରେ ମାଟିଆବର୍ଗଙ୍କ କାରାଗାରକୁ ପଠାଇ-ଦେଇଥିଲେ | ଏହା ପରେ ତାଙ୍କ ପତ୍ନୀ ବେଗମ୍ ହଜରତ ମହଲରେ ଯୁଦ୍ଧ କରି ସ୍ୱାମୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ | ଏଥିରେ ତାଙ୍କ ସହ ୱାଜିଦଙ୍କ ଅନ୍ୟ ପତ୍ନୀମାନେ ମଧ୍ୟ ଦେଇଥିଲେ | ବେଗମ୍ ହଜରତ ମହଲ ଚିନ୍ହାଟ ଆଉ ଦିଲକୂଶାରେ ତ ବ୍ରିଟିଶମାନଙ୍କୁ ହାରର ମୁହଁ ଦେଖେଇ-ଦେଲେ | କିନ୍ତୁ ୧୮୭୯ ମସିହାରେ ନେପାଳରେ ତାଙ୍କର ମୃତ୍ୟୁ ହୋଇଗଲା |

odia sambada
Comments (0)
Add Comment