ଆଇପିଏଲ ମହାନିଲାମୀ : ଚେନ୍ନାଇ ୧.୫ କୋଟି ଟଙ୍କାରେ କିଣିଥିବା ଖେଳାଳି ଉପରେ ଆସିଲା ସାଂଘାତିକ ଅଭିଯୋଗ,ଜାଣନ୍ତୁ ପୁରା ଖବର

ଚଳିତ ବର୍ଷ ଆଇପିଏଲ ମହାନିଲାମୀରେ ୧୯ ବର୍ଷରୁ କମ ବିଶ୍ୱବିଜୟୀ ଦଳର ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ କିଣିଛନ୍ତି। ଅଧିନାୟକ ୟସ ଧୂଲଙ୍କ ସମେତ ଅନେକ ଖେଳାଳୀ ସବୁ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏହି ତାଲିକାରେ ୧୯ ବର୍ଷରୁ କମ ବିଶ୍ୱକପର ହିରୋ ରାଜବର୍ଦ୍ଧନ ହଙ୍ଗରଗେକର ମଧ୍ୟ ସାମିଲ ଅଛନ୍ତି। ହଙ୍ଗରଗେକର ୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ, ଯାହା ଫଳରେ ଆଇପିଏଲ ମହାନିଲାମୀରେ ନିଜକୁ ସାମିଲ କରି ପାରିଥିଲେ । ଆଉ ଚାମ୍ପିୟନର ଚେନ୍ନାଇ ମଧ୍ୟ ହଙ୍ଗରଗେକରଙ୍କୁ ଦେଢ କୋଟି ଟଙ୍କାରେ କିଣିଥିଲା। ତେବେ ଆଇପିଏଲ ମହାନିଲାମୀ ପରେ ହଙ୍ଗରଗେକରଙ୍କୁ ନେଇ ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ୧୯ ବର୍ଷରୁ କମ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ହିରୋ ହଙ୍ଗରଗେକରଙ୍କ ନାଁରେ ବୟସ ଜାଲିଆତିର ଏକ ସାଂଘାତିକ ଅଭିଯୋଗ ଆସିଛି।

ମହାରାଷ୍ଟ୍ର କ୍ରୀଡା ବିଭାଗର ସଚିବ ଓମପ୍ରକାଶ ବକୋରିଆ ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ଉପରେ ବୟସକୁ ଜାଲିଆତି କରିବାର ଅଭିଯୋଗ ଆଣିଛନ୍ତି। ବିସିସିଆଇକୁ ଏକ ଚିଠି ଲେଖି ଓମପ୍ରକାଶ ବୟସର ଜାଲିଆତିର ସମସ୍ତ ପ୍ରମାଣପତ୍ର ଦେଇଛନ୍ତି। ଏଥିରେ ଓମପ୍ରକାଶ ଦର୍ଶାଇଛନ୍ତିକି, ଧାରାଶିବର ଟେରନା ପବ୍ଲିକ ସ୍କୁଲ ଛାତ୍ର ଥିବା ହଙ୍ଗରଗେକରଙ୍କ ବୟସ ବାବଦରେ ଧାରାଶିବର ସିଇଓ ରାହୁଲ ଗୁପ୍ତା ସ୍ପଷ୍ଟ ଭାବରେ କହିଛନ୍ତି। ସ୍କୁଲର ରେକର୍ଡ ଅନୁସ
ଜାତି, ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ହଙ୍ଗରଗେକରଙ୍କ ଜନ୍ମ ତାରିଖ ୧୦ ଜାନୁଆରୀ ୨୦୦୧ ଥିଲା। ସେତେବେଳେ ସେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ସମୟରେ ତାଙ୍କର ବୟସ ତାରିଖକୁ ୧୦ ନଭେମ୍ବର ୨୦୦୨ କରାଯାଇଥିଲା। ଅଥାର୍ତ ୱେଷ୍ଟଇଣ୍ଡିଜରେ ୧୯ ବର୍ଷରୁ କମ ବିଶ୍ୱକପରେ ଭାଗ ନେଇଥିବା ହଙ୍ଗରଗେକରଙ୍କର ବୟସ ସେତେବେଳେ ମାତ୍ର ୨୧ ବର୍ଷ ଥିଲା ।

୧୯ ବର୍ଷରୁ କମ ବିଶ୍ୱକପରେ ହଙ୍ଗରଗେକର ୫ଟି ୱିକେଟ ଅକ୍ତିଆର କରିଥିଲେ। ପେସ ବୋଲିଂ କରିବା ସହ ହଙ୍ଗରଗେକର ଦମଦାର ବ୍ୟାଟିଂ କରନ୍ତି। ଆୟରଲାଣ୍ଡ ବିପକ୍ଷରେ ସେ ୧୭ଟି ବଲରୁ ବିସ୍ଫୋରକ ୩୯ ରନ କରିଥିଲେ। ଏପରିକି ସେ ଫାଇନାଲ ମ୍ୟାଚରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ।

odia sambada
Comments (0)
Add Comment