ଯଦି ଯୋଗୀ ଆଦିତ୍ୟନାଥ ନିର୍ବାଚନରେ ହାରିବେ ନାହିଁ ତେବେ ମୁ କେବେବି ଭାରତକୁ ଆଉ ଫେରିବି ନାହିଁ: କେଆରକେ

ବର୍ତ୍ତମାନ ଉତ୍ତରପ୍ରଦେଶ ସହିତ ୫ଟି ରାଜ୍ୟରେ ନିର୍ବାଚନର ମାହୋଲ ଚାଲିଛି। ଫେବ୍ରୁଆରି ୨୦ ତାରିଖରେ ତୃତୀୟ ଚରଣର ମତଦାନ ହେବ। ଏହି ସମୟରେ ଚଳଚ୍ଚିତ୍ର ସମାଲୋଚକ ଓ ଅଭିନେତା କମାଲ୍ ରଶିଦ୍ ଖାନ୍ (ସଂକ୍ଷେପରେ କେଆରକେ) ଙ୍କର ଏକ ଟ୍ଵିଟ୍ ଚର୍ଚ୍ଚାରେ ରହିଛି। କମାଲ୍ ରଶିଦ୍ ଖାନ୍ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସିଧାସଳଖ ଆହ୍ଵାନ ଦେଇ ଶପଥ କରିଛନ୍ତିଯେ, ଯଦି ଯୋଗୀ ଆଦିତ୍ୟନାଥ ନିର୍ବାଚନରେ ହାରିବେ ନାହିଁ ତେବେ ସେ ଭାରତକୁ କେବେବି ଆସିବେ ନାହିଁ।

କେଆରକେ ଟ୍ଵିଟରେ ଲେଖିଛନ୍ତିକି, ଆଜି ମୁଁ ଶପଥ କରୁଛିଯେ ଯଦି ୧୦ ମାର୍ଚ୍ଚ ୨୦୨୨ ମସିହାରେ ଯୋଗୀ ଆଦିତ୍ୟନାଥଙ୍କ ପରାଜୟ ନହୁଏ ତେବେ ମୁଁ ପୁନର୍ବାର କେବେବି ଭାରତକୁ ଫେରିବି ନାହିଁ। ଜୟ ବଜରଙ୍ଗ ବଲୀ।

ଲୋକମାନେ କେଆରକେଙ୍କର ଏହି ଟ୍ଵିଟ୍ ଉପରେ ବିଭିନ୍ନ ପ୍ରକାର ମଜାଦାର ଟ୍ଵିଟ୍ କରୁଛନ୍ତି। ଜଣେ ଟ୍ଵିଟର୍ ୟୁଜର କେଆରକେ ୧୬ ମଇ ୨୦୧୪ ମସିହାରେ କରିଥିବା ସେହି ପୋଷ୍ଟକୁ ଶେୟାର୍ କରିଛନ୍ତି। ଯେଉଁଥିରେ କେଆରକେ ପାକିସ୍ତାନୀ ଦ୍ରୁତ ବୋଲର୍ ସୋଏବ୍ ଅଖତରଙ୍କ ସହ ଅଛନ୍ତି। ସେତେବେଳେ କେଆରକେ ଲେଖିଥିଲେ ମୋଦୀଜୀ ଜିତି ଯାଇଛନ୍ତି ତେଣୁ ମୁଁ ସବୁଦିନ ପାଇଁ ଭାରତକୁ ଛାଡି ଚାଲି ଯାଉଛି। କେଆରକେଙ୍କ ଏହି ଟ୍ଵିଟ୍ ରେ ଜଣେ ପ୍ରତିକ୍ରିୟା ଦେଇ ଲେଖିଛନ୍ତିକି, ଆପଣ ୨୦୧୫ମସିହାରେ ମୋଦୀ ଜିତିବା ପରେ ଭାରତ ଛାଡି ଚାଲିଯାଇଥିଲେ।

ଅନେକ ସମୟରେ କେଆରକେ ନିଜର ବିବାଦୀୟ ଟ୍ଵିଟ ପାଇଁ ଚର୍ଚ୍ଚାରେ ଥାନ୍ତି। ସେ ବଲିଉଡ୍ ଉପରେ ଅନେକ ନକରାତ୍ମକ ଟିପ୍ପଣା ମଧ୍ଯ ଦେଇଥାନ୍ତି। ଉତ୍ତରପ୍ରଦେଶର ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଆସିବ।

odia sambada
Comments (0)
Add Comment