କଣ ଆପଣ ବି ଚାଁହୁଛନ୍ତି ହ୍ଵାଟ୍ସଆପର ଏହି ଜରୁରୀ ଫିଚର୍ସ ? ବଦଳିଯିବ ଆପ୍ଲିକେସନକୁ ୟୁଜ୍ କରିବାର ଶୈଳୀ

ଭ୍ୟୁ ୱାନ୍ସ ଫିଚର

ନିକଟରେ ହ୍ଵାଟ୍ସଆପ୍ ଭ୍ୟୁ ୱାନ୍ସ ଫିଚର ଜାରି କରିଥିଲା ଯେଉଁଥିରେ ସ୍ନାପଚେଟ୍ ପରି ୟୁଜର କୌଣସି ବି ଫୋଟୋ ଆଉ ଭିଡ଼ିଓ କୁ ଏହି ପ୍ରକାରରେ ସେୟାର କରିପାରିବେ କି ତାହା ସାମ୍ନା ୱାଲାଙ୍କୁ କେବଳ ଗୋଟେ ଥର ଦେଖାଯିବ ଯାହା ପରେ ତାହା ଗାୟବ ହୋଇଯିବ । ଫୋଟୋ କି ଭିଡ଼ିଓ ସେୟାର କରିବା ସମୟରେ ସେଠାରେ ଦିଆଯାଇଥିବା ‘1’ ବିକଳ୍ପକୁ ସିଲେକ୍ଟ କରିକି ଆପଣ ଏହି ଫିଚର କୁ ୟୁଜ କରିପାରିବେ ।

ଆଇଫୋନ୍ ରୁ ଆଣ୍ଡ୍ରଏଡ୍ ଫୋନ୍ କୁ ଚାଟ୍ ଟ୍ରାନ୍ସଫର କରନ୍ତୁ ।

2021 ରେ କରାଯାଇଥିବା ହ୍ଵାଟ୍ସଆପ୍ ର ଏହି ଫିଚରକୁ ୟୁଜର୍ସ ସବୁଠୁ ଅଧିକ ପସନ୍ଦ କରିଛନ୍ତି । ଏହି ଫିଚର ସାହାଯ୍ୟରେ ୟୁଏସବି ଟାଇପ-ସି କେବୁଲ୍ ର ସହଯୋଗରେ ଆପଣ ଚାଟ୍ କୁ ଗୋଟେ ଫୋନ ରୁ ଅନ୍ୟ ଫୋନକୁ ପଠେଇପାରିବେ । ଏହି ବିକଳ୍ପ ଆପଣଙ୍କୁ ହ୍ଵାଟ୍ସଆପ୍ ସେଟିଙ୍ଗ ରେ ମିଳିଯିବ ।

ହ୍ଵାଟ୍ସଆପ୍ ରେ ପଇସା ପଠାନ୍ତୁ ଆଉ ଗ୍ରହଣ କରନ୍ତୁ ।

ଏହି ମେସେଜିଂ ଆପ୍ ଏକ ସ୍ୱତନ୍ତ୍ର ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ ‘ହ୍ଵାଟ୍ସଆପ୍ ପେ’ ମଧ୍ୟ ଆରମ୍ଭ କରିଛି ଯାହାର ବ୍ୟବହାର କରିକି ଆପଣ ହ୍ଵାଟ୍ସଆପ୍ ଚାଟ୍ ରେ ହିଁ କାହାକୁ ବି ପଇସା ପଠେଇ ପାରିବେ ଆଉ ତାଙ୍କ ଠାରୁ ପଇସା ଗ୍ରହଣ ବି କରିପାରିବେ ।

ଲାପଟପ୍ ରୁ ଉଠାନ୍ତୁ ଫୋନ୍ କଲସ୍ :-

କିଛି ସମୟ ପୂର୍ବରୁ ଜାରି କରାଯାଇଥିବା ଏହି ଫିଚର୍ସ କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଏହି ଫିଚର୍ସର ସାହାଯ୍ୟରେ ବର୍ତ୍ତମାନ ଆପଣ ଆପଣଙ୍କର ଲାପଟପ୍ କିମ୍ବା ଡେସ୍କଟପ୍ ଅର୍ଥାତ ହ୍ୱାଟ୍ସ-ଆପ୍ ୱେବ୍ସରୁ ମଧ୍ୟ ହ୍ୱାଟ୍ସ-ଆପ୍ କୁ ଆସୁଥିବା ଭଏସ୍ ଆଉ ଭିଡିଓ କଲକୁ ରିସିଭ କରିପାରିବେ |

ମଲ୍ଟି ଡିଭାଇସ୍ ଫିଚର୍ସ :-

ହ୍ୱାଟ୍ସ-ଆପ୍ ର ଏହି ଫିଚର୍ସ ମଧ୍ୟ ବହୁତ ଭଲ ଅଟେ | କିଛି ମାସ ପୂର୍ବରୁ ହିଁ ରୋଲଉଣ୍ଟ କରିଥିବା ଏହି ମଲ୍ଟି-ଡିଭାଇସ୍ ଫିଚର୍ସ ସାହାଯ୍ୟରେ, ଆପଣ ନିଜ ଫୋନକୁ ଇଣ୍ଟରନେଟ୍ ସହିତ ସଂଯୋଗ ନକରି ଅନେକ ସାରା ଡିଭାଇସରେ ହ୍ୱାଟସ୍-ଆପ୍ ଏକ-ସେସ୍ କରିପାରିବେ |

odia sambada
Comments (0)
Add Comment