ପ୍ରଭାସ ଇଞ୍ଜିନିୟର ତ ଅଲ୍ଲୂ ଅର୍ଜୁନ ହେଉଛନ୍ତି ବିବିଏ,ଜାଣନ୍ତୁ କଣ ରହିଛି ଟଲିଉଡର ଆକ୍ସନ୍ ହିରୋଙ୍କର ଶିକ୍ଷାଗତ ଯୋଗ୍ୟତା !

ପିଲ୍ମ ଦୁନିଆରେ ଆଜିକାଲି ଟଲିଉଡ଼ର ଆକ୍ସନ୍ ହିରୋମାନଙ୍କର ଜଲୱା ଚାଲିଛି । ତାଙ୍କର ପିଲ୍ମଗୁଡ଼ିକ ହିନ୍ଦୀରେ ଡବ ହୋଇ ଆସୁଛି ଆଉ ହିନ୍ଦୀ ଭାଷାର ଲୋକମାନଙ୍କ ମଧ୍ୟରେ ଧମାଲ କରୁଛି । ବାହୁବଳୀ ହେଉ କିମ୍ବା କେଜିଏଫ ଅବା ପୁଷ୍ପା, ଏମିତି ଜଣାନାହିଁ କେତେ ପିଲ୍ମଗୁଡିକର ଲୋକ ଦିୱାନା ହୋଇସାରିଛନ୍ତି । ସାଉଥ ର ସୁପର ଷ୍ଟାର ବି ଏବେ ହିନ୍ଦୀ କ୍ଷେତ୍ରକୁ ମଧ୍ୟ ପସନ୍ଦ ଆସିବାରେ ଲାଗିଛନ୍ତି ।

ହେଲେ ତାଙ୍କ ବିଷୟରେ ଲୋକମାନଙ୍କୁ ସୂଚନା ଟିକେ କମ ଅଛି । ବିଶେଷକରି ଟଳିଉଡ଼ର ସୁପରଷ୍ଟାର ଙ୍କ ପାଠପଢ଼ା ବିଷୟରେ କଥା ଆସେ,ସେତେବେଳେ ଦର୍ଶକଙ୍କୁ ସେ ବିଷୟରେ ବହୁତ କିଛି ଜ୍ଞାନ ନଥାଏ । ଚାଲନ୍ତୁ ଆପଣ ମାନଙ୍କର ଏହି ସମସ୍ୟାକୁ ଆମେ ଦୂର କରିଦେଉଛି । ଆଜି ଆମେ ଆପଣଙ୍କୁ କହିବୁ କି ଆପଣଙ୍କର ପ୍ରିୟ ସାଉଥଷ୍ଟାର କେତେ ପାଠ ପଢ଼ିଛନ୍ତି

ବାହୁବଳୀ ଫେମ୍ ପ୍ରଭାସ ଜଣେ ଇଂଜିନିୟର

ଯେତେବେଳେ ଟଲିଉଡ଼ ହିରୋମାନଙ୍କ କଥା ଆସେ ସେତେବେଳେ ସର୍ବପ୍ରଥମେ ଯେଉଁ ନାଁ ସାମ୍ନା କୁ ଆସେ ସେ ନାଁ ପ୍ରଭାସଙ୍କର ଅଟେ । ତାଙ୍କ ବାହୁବଳୀ ପିଲ୍ମ ଏତେ ଆତଙ୍କ ସୃଷ୍ଟି କରିଥିଲା ଯେ ପୁରା ଦେଶରେ ତାଙ୍କର ଫ୍ୟାନ ଫୋଲୋଇଙ୍ଗ ମାନେ ରେକର୍ଡ ଭାଙ୍ଗିଥିଲେ । ପ୍ରଭାସ ହାଇଦ୍ରାବାଦ ର ବାସିନ୍ଦା ଆଉ ସେ ଏବେ ବି କୁଆଁରା ଅଟନ୍ତି । ତାଙ୍କ ପାଠ ପଢା ବିଷୟରେ କଥା ହେଲେ ସେ ଜଣେ ଇଞ୍ଜିନିୟର ଅଟନ୍ତି ।ହଁ ଆଜ୍ଞା, ସେ ହାଇଦ୍ରାବାଦର ଚୈତନ୍ୟ କଲେଜରୁ ବି ଟେକ୍ ପଢ଼ିଛନ୍ତି । ଏହା ପରେ ସେ ଫିଲ୍ମି ଦୁନିଆକୁ ଆସିଥିଲେ | ପ୍ରଭାସ ତାଙ୍କର ପ୍ରତ୍ୟେକ ଫିଲ୍ମି ପାଇଁ ପ୍ରାୟ ୫୦ ରୁ ୧୦୦ କୋଟି ଚାର୍ଜ କରନ୍ତି ।

ପୁଷ୍ପାର ଅଲ୍ଲୂ ମଧ୍ୟ ହେଉଛନ୍ତି ବିବିଏ

ନିକଟ ଦିନମାନଙ୍କରେ ଯେଉଁ ପିଲ୍ମ ଧମାଲ କରିଛି ସେ ହେଉଛି ଅଲ୍ଲୂ ଅର୍ଜୁନ ଙ୍କ “ପୁଷ୍ପା “। ଏହି ଫିଲ୍ମରେ ସେ ଏମିତି ଅଭିନୟ କରିଛନ୍ତି ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଫିଲ୍ମ ର ଗୀତ ହେଉ ଅବା ସଂଳାପ,ଲୋକମାନଙ୍କ ମୁହଁରେ ମୁଖସ୍ତ ହୋଇଅଛି । ତେବେ ଅଲ୍ଲୂ ମଧ୍ୟ କମ ଶିକ୍ଷିତ ନୁହଁନ୍ତି । ସେ ମ୍ୟାନେଜମେଣ୍ଟ ର ଡିଗ୍ରୀ ହାସଲ କରିଛନ୍ତି । ଅଲ୍ଲୂ ମଧ୍ୟ ହାଇଦ୍ରାବାଦ ରେ ପାଠ ପଢ଼ିଛନ୍ତି । ସେ ଏଠାରେ ଏମଏସଆର କଲେଜରୁ ବିବିଏ କରିଛନ୍ତି। ଏହା ପରେ ସେ ଅଭିନୟ ଜଗତକୁ ଆସି ଯାଇଥିଲେ । ଅଲ୍ଲୂ ବହୁତ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ।

କେଜି-ଏଫ୍ ର ୟଶ ଦ୍ୱାଦଶ ପାସ୍ :-

କିଛି ବର୍ଷ ପୂର୍ବେ ଫିଲ୍ମ କେଜିଏଫ୍ ମଧ୍ୟ ଲୋକଙ୍କ ମଧ୍ୟରେ ବହୁତ ଭଲ ପରିଚୟ ବନେଇଥିଲା | ଆଉ ଏହି ଫିଲ୍ମିର ମୁଖ୍ୟ ଭୂମିକାରେ ଥିଲେ ସୁପରଷ୍ଟାର ୟଶ | ତାଙ୍କୁ ଏହି ଫିଲ୍ମିରୁ ଅନେକ ନାମ ମିଳିଥିଲା ​​| ହେଲେ ୟଶଙ୍କୁ ଅଧିକ ପଢିବାର ସୁଯୋଗ ମିଳିଲା ନାହିଁ | ସେ ମୈସୁରରୁ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି | ଏହା ପରେ ସେ ବାଙ୍ଗାଲୋରକୁ ଆସିଗଲେ ଆଉ ଅଭିନୟ ଆରମ୍ଭ କଲେ ଆଉ ଏବେ ତାଙ୍କୁ ସୁପରଷ୍ଟାରମାନଙ୍କ ମଧ୍ୟରେ ଗଣାଯାଏ |

ଧନୁଷ ଆଉ ମହେଶ ଗ୍ରାଜୁଏଟ ଅଟନ୍ତି :-

ଅଭିନେତା ଧନୁଷ ମଧ୍ୟ ସାଉଥ୍ ସହିତ ହିନ୍ଦୀ ଫିଲ୍ମିରେ ନିଜର ଏକ ଭିନ୍ନ ପରିଚୟ ବନେଇଛନ୍ତି | ଆଉ ଯଦି ଆମେ ଧନୁଷଙ୍କ ବିଷୟରେ କହିବା ତେବେ ସେ ଗ୍ରାଜୁଏଟ ଅଟନ୍ତି | ସେ ଚେନ୍ନାଇରୁ ଦ୍ୱାଦଶ ପାସ୍ କରିଛନ୍ତି କିନ୍ତୁ ତାଙ୍କ ପିତା ଚାହୁଁଥିଲେ ଯେ ସେ ଫିଲ୍ମିରେ କାମ କରନ୍ତୁ, ଏହି କାରଣରୁ ସେ ଫିଲ୍ମିକୁ ନିଜ କ୍ୟାରିଅର୍ ବନେଇଦେଲେ | କିନ୍ତୁ ସେ ପରେ ବିସିଏ କରିଥିଲେ | ଆଉ ଏହି ନିକଟରେ ହିଁ ତାଙ୍କର ରଜନୀକାନ୍ତଙ୍କ ଝିଅଙ୍କ ସହ ଛାଡପତ୍ର ହୋଇଛି |

ଏଥିସହିତ ମହେଶ ବାବୁଙ୍କ ଫ୍ୟାନ୍ ଫୋଲୋଇଙ୍ଗ ମଧ୍ୟ କମ୍ ନୁହେଁ । ତାଙ୍କ ନାଁ ରେ ମଧ୍ୟ ଅନେକ ହିଟ୍ ଫିଲ୍ମ ଅଛି । ସେ ଚେନ୍ନାଇର ଲୋୟୋଲା କଲେଜରୁ ତାଙ୍କର ବି.କମ୍ ପାଠ ପଢା ସାରିଥିଲେ । ଏହା ପରେ ସେ ଅଭିନୟ ଶିଖିବା ଆରମ୍ଭ କରିଦେଲେ ତାପରେ ହିରୋ ହୋଇଗଲେ ।

odia sambada
Comments (0)
Add Comment