ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ : ଆଜି ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି,ସିରିଜ୍ କବ୍‌ଜା କରିବା ଲକ୍ଷ୍ୟରେ ଭାରତୀୟ ଦଳ,ଏମିତି ହୋଇପାରେ ଉଭୟ ଦଳର ପ୍ଲେଇଂ ଇଲେଭେନ

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନକିଆ ଟି-ଟ୍ବେଣ୍ଟି ସିରିଜ୍‌ର ଦ୍ବିତୀୟ ମୁକାବିଲା ଶୁକ୍ରବାର ଦିନ ଅର୍ଥାତ ଆଜି ଖେଳାଯିବ। କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଟି-ଟ୍ବେଣ୍ଟି ସିରିଜର ସମସ୍ତ ମ୍ୟାଚ ଖେଳାଯିବାକୁ ଅଛି। ଦ୍ବିତୀୟ ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଥିବା ସମୟରେ ୱେଷ୍ଟଇଣ୍ଡିଜ ବରାବର କରିବା ଲକ୍ଷ୍ୟରେ ରହିଛି।

ତେବେ ଦ୍ବିତୀୟ ଟି-ଟ୍ବେଣ୍ଟି ସିରିଜରେ ଉଭୟ ଦଳର ପ୍ଲେଇଂ ଇଲେଭେନ୍‌କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି। କାରଣ ଦ୍ବିତୀୟ ମ୍ୟାଚ ହାଇଭୋଲଟେଜ୍‌ ହେବ। ଓ୍ବେଷ୍ଟଇଣ୍ଡିଜ ଏହି ସିରିଜ୍‌କୁ ଫେରିବାକୁ ଚାହୁଁଥିବା ସମୟରେ ଭାରତ ମ୍ୟାଚ୍‌ ଜିତି ସିରିଜକୁ କବ୍‌ଜା କରିବାକୁ ଚାହିଁବ।

ଭାରତୀୟ ଦଳ କଥା କହିବାକୁ ଗଲେ, ଦଳ ଦ୍ବିତୀୟ ଟି-ଟ୍ୱେଣ୍ଟିରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ। କାରଣ ଦଳ ପ୍ରଥମ ମ୍ୟାଚ ଜିତିସାରିଛି। ଶ୍ରେୟସ ଅୟର ଫର୍ମରେ ଥିବାରୁ ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ। ଏ ନେଇ ଅଧିନାୟକ ରୋହିତ ଶର୍ମାଙ୍କ ନଜର ପ୍ଲେଇଂ ଇଲେଭେନ୍‌ ଉପରେ ରହିବ। ଅନ୍ୟପଟେ ଦେଖିବାକୁ ଗଲେ, ଦଳରେ ବର୍ତ୍ତମାନ କାହାରିକୁ ବାହାରେ ବସାଇବା ମଧ୍ୟ ଚିନ୍ତାକରାଯାଇନପାରେ। କାରଣ ସୂର୍ଯ୍ୟକୁମାର ଯାଦବ ଏବଂ ଭେଙ୍କଟେଶ୍‌ ଆୟର ପ୍ରଥମ ମ୍ୟାଚ୍‌ରେ ଓ୍ବିନିଂ ଇନିଂସ ଖେଳିଥିଲେ। ତେଣୁ ଉଭୟଙ୍କ ମଧ୍ୟରୁ କାହାରିକୁ ବାହାରେ ବସାଇବା ସମ୍ଭବପର ମଧ୍ୟ ନୁହେଁ।

ଭାରତୀୟ ଦଳର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:-

ଇଶାନ କିଶନ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋୟୀ ଏବଂ ୟୁଜବେନ୍ଦ୍ର ଚହଲ

ଓ୍ବେଷ୍ଟଇଣ୍ଡିଜ ଦଳର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:-

ବ୍ରେଣ୍ଡନ୍‌ କିଙ୍ଗସ, କାଇଲ୍‌ ମେୟର୍ସ, ନିକୋଲସ୍‌ ପୁର (ଓ୍ବିକେଟ୍ କିପର), ରୋବ୍‌ମେନ୍‌ ପୋଓ୍ବେଲ, କିରନ୍‌ ପୋଲାର୍ଡ (ଅଧିନାୟକ), ରୋଷ୍ଟନ୍‌ ଚେଜ୍‌, ଜେସନ୍ ହୋଲଡର, ରୋମାରିୟୋ ସେଫର୍ଡ, ଅକୀଲ ହୁସେନ୍‌, ଓଡିୟନ୍‌ ସ୍ମିଥ ଏବହ କେବିୟନ୍ ଏଲେନ

odia sambada
Comments (0)
Add Comment