ଦେଖନ୍ତୁ ଭିଡ଼ିଓ : ‘ଦାନ୍ତ୍‌ ମତ୍‌ ଦିଖା ଉସକୋ.. ବୋଲିଂ କର୍‌’: ଖେଳ ମଝିରେ ଚହଲକୁ ଏମିତି କାହିଁକି କହିଲେ ରୋହିତ ?

ଓ୍ବେଷ୍ଟିଇଣ୍ଡିଜ୍‌ ବିପକ୍ଷରେ ହେଉଥିବା ପ୍ରଥମ ଟି-ଟ୍ବେଣ୍ଟି ମୁକାବିଲାକୁ ଭାରତୀୟ ଦଳ ୬ ଓ୍ବିକେଟରେ ଜିତିନେଇଛି। ୩ଟି ଦିନକିଆ ସିରିଜ୍‌ରେ ଭାରତ ବର୍ତ୍ତମାନ ୧-୦‌ରେ ଆଗୁଆ ହୋଇଯାଇଛି। ଅଧିନାୟକ ରୋହିତ ଶର୍ମା ଦଳର ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ବ୍ୟାଟରେ କମାଲ କରି ୧୮ଟି ବଲରୁ ରୋହିତ ୪୦ ରନ କରିଥିଲେ। ଏହା ସହ ହିଟ ମ୍ୟାନଙ୍କ ଅଧିନାୟକତ୍ବ ସମସ୍ତଙ୍କୁ ପ୍ରଭାବିତ କରିଛି।

ରୋହିତ ଶର୍ମା ଅଧିନାୟକ ହେବାପରେ ଦଳରେ ନୂଆ ଉର୍ଜା ଦେଖିବାକୁ ମିଳିଛି। ଖେଳାଳିମାନେ ଥଣ୍ଡା ମିଜାଜ୍‌ରେ ଖେଳୁଛନ୍ତି ଏବଂ ମ୍ୟାଚ୍‌ ସମୟରେ ଥଟ୍ଟା ମଜ୍ଜା ମଧ୍ୟ କରୁଛନ୍ତି । ମ୍ୟାଚ ମଝିରେ ନିଜେ ଅଧିନାୟକ, ସାଥୀ ଖେଳାଳିଙ୍କ ସହିତ ଏମିତି କଥା ହେଉଛନ୍ତିକି ଯାହାକି ପରେ ସମସ୍ତଙ୍କର ଚର୍ଚ୍ଚାକୁ ଆସୁଛି।

ପ୍ରଥମ ଟି-୨୦ ରେ ଏମିତି କିଛି ଘଟଣା ଘଟିଥିଲା। ଷଳଗ୍‌ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କୁ ରୋହିତ ଶର୍ମା ଟ୍ରୋଲ କରୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ବର୍ତ୍ତମାନସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରୋହିତ କହୁଛନ୍ତିକି, ‘ଦାନ୍ତ୍‌ ମତ୍‌ ଦିଖା ଉସକୋ, ଚାଲ୍‌ ବୋଲିଂ କର୍‌ (ଦାନ୍ତ ଦେଖାନି ବୋଲିଂ କର୍)’। ଅବଶ୍ୟ ରୋହିତ ଶର୍ମା ଏମିତି ରାଗିକି କହିନାହାନ୍ତି। ଥଟ୍ଟା ମଜାରେ ସାଥି ଖେଳାଳିଙ୍କୁ ରୋହିତ ଶର୍ମା ଏଭଳି କହିଛନ୍ତି। ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥିଲା।

ଘଟଣାଟି ଥିଲା ଏମିତି:-

ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ବୋଲିଂ କରୁଥିବା ସମୟରେ ଚହଲ ୧୫ ତମ ଓଭର ବୋଲିଂ କରୁଥିଲେ। ପ୍ରଥମ ବଲ୍‌ରେ ହିଁ ଚହଲ ନିଜ ସ୍ପିନ୍‌ ଯାଦୁରେ ପୋଲାର୍ଡକୁ ବିଟ କରିଥିଲେ। କିନ୍ତୁ ପୋଲାର୍ଡ ଏକ ରନ୍‌ କରିଥିଲେ। ଯାହାକୁ ନେଇ ଚହଲ ହସିବାକୁ ଲାଗିଥିଲେ। ଏତିକି ସମୟରେ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମା ଚହଲକୁ ଦାନ୍ତ ନଦେଖାଇ ବୋଲିଂ କରିବାକୁ କହିଥିଲେ। ହିଟମ୍ୟାନଙ୍କ ଏହି କଥା ଷ୍ଟମ୍ପରେ ଲାଗିଥିବା ମାଇକରେ ସ୍ପଷ୍ଟ ଭାବରେ ଶୁଣାଯାଉଥିଲା।

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନକିଆ ଟି-ଟ୍ବେଣ୍ଟି ସିରିଜ୍‌ର ଦ୍ବିତୀୟ ମୁକାବିଲା ଶୁକ୍ରବାର ଦିନ ଅର୍ଥାତ ଆଜି ଖେଳାଯିବ। କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଟି-ଟ୍ବେଣ୍ଟି ସିରିଜର ସମସ୍ତ ମ୍ୟାଚ ଖେଳାଯିବାକୁ ଅଛି। ଦ୍ବିତୀୟ ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଥିବା ସମୟରେ ୱେଷ୍ଟଇଣ୍ଡିଜ ବରାବର କରିବା ଲକ୍ଷ୍ୟରେ ରହିଛି।

odia sambada
Comments (0)
Add Comment