ପିଲାମାନଙ୍କ ପାଇଁ ଏଲଆଇସି ଆଣିଲା କଲା ଚମତ୍କାର ସ୍କିମ, କେବଳ ୧୫୦ ଟଙ୍କା ଜମା କରି ଚାକିରୀ ପୂର୍ବରୁ ହୁଅନ୍ତୁ ମାଲାମାଲ,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

ନୁଆଁ ବର୍ଷ ଆରମ୍ଭ ହୋଇଯାଇଛି, ଆପଣ ମଧ୍ୟ ନିଜ ପିଲା ପାଇଁ କିଛି ଅଲଗା ଗିଫ୍ଟ କରିପାରିବେ | ଏଲଆଇସି ଆପଣଙ୍କ ପାଇଁ ନେଇଆସିଛି ଗୋଟିଏ ଭଲ ସ୍କିମ- ନ୍ୟୁ ଚିଲଡ୍ରେନ ମନି ବ୍ୟାକ ପ୍ଲାନ | ଏହି ସ୍କିମରେ ବିନିଯୋଗ କରି ଆପଣ ନିଜ ପିଲାର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ | ଏହି ସ୍କିମରେ କରାଯାଇଥିବା ବିନିଯୋଗ ଆପଣଙ୍କ ପିଲା ପାଇଁ ନୂତନ ବର୍ଷର ବହୁତ ଭଲ ଗିଫ୍ଟ ବୋଲି ପ୍ରମାଣିତ ହେବ |

ନ୍ୟୁ ଚିଲଡ୍ରେନ ମନି ବ୍ୟାକ ପ୍ଲାନ :-

ଯଦି ଆପଣ ନିଜ ପିଲାର ଭବିଷ୍ୟତ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏଲଆଇସିର ସ୍କିମ ନ୍ୟୁ ଚିଲଡ୍ରେନ ମନି ବ୍ୟାକ ପ୍ଲାନରେ ବିନିଯୋଗ କରିବା ଆରମ୍ଭ କରି ଦିଅନ୍ତୁ | ଏହି ଛୋଟ ଶେଭିଂ ଦ୍ୱାରା ଆପଣଙ୍କର ପିଲା ଆଗାମୀ ସମୟରେ ଲକ୍ଷପତି ହୋଇଯିବ | ଆପଣଙ୍କୁ କହିରଖୁଛୁ ଯେ ଏଥିପାଇଁ ଆପଣଙ୍କୁ ପ୍ରତିଦିନ କେବଳ ୧୫୦ ଟଙ୍କା ବଞ୍ଚାଇବାକୁ ପଡିବ |

କ’ଣ ଏହି ପଲିସୀ :-

ଜୀବନ ବୀମା ନିଗମର ନୂତନ ନ୍ୟୁ ଚିଲଡ୍ରେନ ମନି ବ୍ୟାକ ପ୍ଲାନ ପଲିସୀ ୨୫ ବର୍ଷ ପାଇଁ କରାଯାଇଥାଏ | ଏହାସହିତ ଏଥିରେ ଆପଣଙ୍କୁ ମ୍ୟାଚୟୋରିଟିର ରକମ କିସ୍ତିରେ ମିଳିଥାଏ | ଯେତେବେଳେ ଆପଣଙ୍କର ପିଲା ୧୮ ବର୍ଷର ହେବ, ସେତେବେଳେ ପ୍ରଥମଥର ପାଇଁ ଏହା ଦିଆଯିବ | ଦ୍ୱିତୀୟ ଥର ଯେତେବେଳେ ପିଲାଟି ୨୦ ବର୍ଷ ବୟସର ହେବ ଏବଂ ତୃତୀୟ ଥର ଯେତେବେଳେ ପିଲାଟି ୨୨ ବର୍ଷ ବୟସର ହେବ ସେତେବେଳେ ଏହା ପ୍ରଦାନ କରାଯାଇଥାଏ |

ରକମ ସହିତ ବୋନସ ମଧ୍ୟ :-

ନ୍ୟୁ ଚିଲଡ୍ରେନ ମନି ବ୍ୟାକ ପ୍ଲାନ ଅଧୀନରେ ଜୀବନ ବୀମାଭୁକ୍ତଙ୍କୁ ମନି ବ୍ୟାକ ଟ୍ୟାକ୍ସ ଭାବରେ ନିଶ୍ଚିତ ହୋଇଥିବା ରାଶିର ୨୦-୨୦ ପ୍ରତିଶତ ମିଳିଥାଏ | ଏହାସହିତ ଯେତେବେଳେ ପିଲାଟି ୨୫ ବର୍ଷର ହୋଇଯାଏ, ସେତେବେଳେ ତାକୁ ପୁରା ରାଶି ଫେରାଇ ଦିଆଯାଏ ଏବଂ ଅବଶିଷ୍ଟ ୪୦ ପ୍ରତିଶତ ରାଶି ସହିତ ବୋନସ ମଧ୍ୟ ଦିଆଯାଏ | ଏହିପରି ଏହି ପଲିସୀରେ ବିନିଯୋଗ କରିବା ଦ୍ୱାରା ଆପଣଙ୍କ ପିଲା ବୟସ୍କ ହେବା ସହିତ ଲକ୍ଷପତି ହୋଇପାରିବ |

ପଲିସୀ ନେବାପାଇଁ ଏହି ଡକ୍ୟୁମେଣ୍ଟ ଗୁଡିକ ଜରୁରୀ :-

– ଏହି ପଲିସୀ ପାଇଁ ବାପା-ମାଙ୍କ ଆଧାର କାର୍ଡ, ପ୍ୟାନ କାର୍ଡ ଏବଂ ଆଡ୍ରେସ ପ୍ରୁଫ ଆବଶ୍ୟକ ହୋଇଥାଏ |

– ବିମାଧାରୀଙ୍କ ମେଡିକାଲ ମଧ୍ୟ ଆବଶ୍ୟକ ହୋଇଥାଏ |

– ପଲିସୀ ନେବାପାଇଁ କୌଣସି ଏଲଆଇସି ବ୍ରାଞ୍ଚକୁ ଯାଇ କିମ୍ବା କୌଣସି ଏଜେଣ୍ଟ ଦ୍ୱାରା ଗୋଟିଏ ଫର୍ମ ନେଇ ପୂରଣ କରିବାକୁ ପଡିବ |

– ଯଦି ଏହି ସମୟରେ ବିମାଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ବୀମାର ଜମା କରାଯାଇଥିବା କିସ୍ତିର ୧୦୫ ପ୍ରତିଶତ ପ୍ରଦାନ କରାଯିବ |

odia sambada
Comments (0)
Add Comment