ବ୍ରାଜିଲରେ ଭୂସ୍ଖଳନ ଓ ବନ୍ୟା ତାଣ୍ଡବ ! ୯୪ ଜଣଙ୍କ ମୃତ୍ୟୁ,ପାହାଡ଼ ଧସି ୫୪ ଘର ଧ୍ୱଂସ…

ମଙ୍ଗଳବାର ଦିନ ବ୍ରାଜିଲରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସମୟରେ ହଜାର ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିବାର ସୂଚନା ରହିଛି। ରାଷ୍ଟ୍ରପତି ଜାୟର ବୋଲସୋନାରୋ ଏ ନେଇ ଦୁଃଖ ପ୍ରକାଶ କରିବା ସହ ମନ୍ତ୍ରୀମାନଙ୍କୁ ମୃତକଙ୍କ ପରିବାର ଏବଂ ପୀଡ଼ିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଗଣମାଧ୍ୟମ ସୂଚନା ଅନୁସାରେ, ବ୍ରାଜିଲର ରିଓ ଡି ଜନେରିୟୋର ପେଟ୍ରୋପଲିସ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ୯୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୫୪ଟି ଘର ଧ୍ୱଂସ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଜଣ ନିଖୋଜ ଅଛନ୍ତି।

ନାଗରିକ ସୁରକ୍ଷା ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିଲ କ୍ୟାପରସ୍ମ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତାର ରୂପେ ବର୍ଣ୍ଣନା କରି କହିଛନ୍ତିଯେ ନିଖୋଜ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମୋରୋ ଦା ଓଫିସିନାରେ ହୋଇଥିବା ଭୂସ୍ଖଳନକୁ ନେଇ ସେ କହିଥିଲେକି, ସ୍ଥାନୀୟ ବାସିନ୍ଦାମାନେ ମାଟି ତଳେ ନିଜର ପ୍ରିୟଜନଙ୍କୁ ଖୋଜାଖୋଜି କରୁଛନ୍ତି।

ସେପଟେ ଏକ ପାହାଡ଼ରେ ଥିବା ପାଖାପାଖି ୮୦ଟି ଘର ପ୍ରଖର ସ୍ରୋତରେ ଭାସିଯାଇଛି। ସ୍ଥାନୀୟ ଲୋକମାନେ ଭୂସ୍ଖଳନର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖାଯାଇପାରିବକି ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି।

ରିଓ ଡି ଜନେରିୟୋରେ ହୋଇଥିବା ଏହି ବିପର୍ଯ୍ୟୟର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଏହି ଭିଡିଓରେ ପ୍ରବଳ ବର୍ଷା କାରଣରୁ ହୋଇଥିବା ବନ୍ୟାର ଭୟାବହ ସ୍ଥିତିକୁ ଦେଖି ହେବ। ଭିଡିଓଟିକୁ ଦେଖିଲେ ଲୋକମାନେ ବିନାଶକୁ ଆକଳନ କରିପାରିବେ। ଏକ ଭିଡିଓ ଦେଖା ଯାଉଛିକି, ଯାତ୍ରୀରେ ଭରପୂର ଥିବା ଏକ ବସ ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଛି। ଏହି ବସରେ ଥିବା ଲୋକମାନେ ଚିତ୍କାର କରୁଥିବାର ଆପଣମାନେ ସ୍ପଷ୍ଟ ଭାବରେ ଦେଖିପାରିବେ।

odia sambada
Comments (0)
Add Comment