ଦୁଇ ବର୍ଷ ଧରି ନିଖୋଜ ଥିବା କୁନି ଝିଅ ଘରର ସିଡି ତଳୁ ହେଲା ଜୀବନ୍ତ ଉଦ୍ଧାର ! ଜାଣନ୍ତୁ ପୁରା ଘଟଣା

ପୋଲିସ ଦୁଇ ବର୍ଷ ଧରି ୪ ବର୍ଷର ଏକ ଶିଶୁ କନ୍ୟାକୁ ଖୋଜୁଥିଲା, କିନ୍ତୁ ଶିଶୁ କନ୍ୟା ମିଳୁନଥିଲା। ବର୍ତ୍ତମାନ ସେ ଜୀବନ୍ତ ଅବସ୍ଥାରେ ନିଜ ଘରର ସିଡିଘର ତଳୁ ଉଦ୍ଧାର ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ଝିଅଟିକୁ ତା’ର ମାଆ, ବାପା ଦୀର୍ଘ ଦୁଇ ବର୍ଷ ଧରି ସେଠାରେ ଲୁଚାଇ ରଖିଥିଲେ। ଝିଅଟି ଅତି ରହସ୍ୟଜନକ ଭାବରେ ସିଡି ଘର ତଳୁ ଉଦ୍ଧାର ହୋଇଛି। ପୋଲିସ ସିଡିଘର ତଳେ ଥିବା ଏକ ଗୁପ୍ତ କୋଠରୀରୁ ଝିଅଟିକୁ ଉଦ୍ଧାର କରିଛି। କୁହାଯାଉଛିଯେ ଅଭିଭାବକତ୍ୱ ନ ମିଳିବାରୁ ମାଆ, ବାପା ନିଜର ୪ ବର୍ଷର କୁନି ଝିଅକୁ ଅପହରଣ କରି ନେଇଥିଲେ। ଏବଂ ତାକୁ ଏକ ଗୁପ୍ତ କୋଠରୀ ମଧ୍ୟରେ ଦୁଇ ବର୍ଷ ଧରି ଲୁଚାଇ ରଖି ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛିକି, ଦୁଇ ବର୍ଷ ଧରି ଝିଅଟି ଘର ଭିତରେ ଲୁଚି ରହିଥିଲେ ମଧ୍ୟ କେହି ଏ ବିଷୟରେ କେବେବି ସୁରାକ ସୁଦ୍ଧା ପାଇ ପାରିନଥିଲେ। ବର୍ତ୍ତମାନ ଝିଅଟିକୁ ୬ ବର୍ଷ ବୟସ।

ଝିଅଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି:-

ଝିଅଟି ୨୦୧୯ ମସିହାରୁ ହିଁ ନିଖୋଜ ଥିଲା। ତାକୁ ନିକଟରେ ପୋଲିସ ଖୋଜି ପାଇଛି। ନ୍ୟୁୟର୍କର ହଡସନସ୍ଥିତ ନିଜ ଘରର ସିଡିଘର ତଳେ ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ଚାମ୍ବରରୁ ପୋଲିସ ତାକୁ ଉଦ୍ଧାର କରିଛି। ଝିଅଟିର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ ଅଛି। ଜଣାପଡ଼ିଛିକି, ଝିଅକୁ ତା’ର ଜୈବିକ ମାଆ, ବାପା ଅପହରଣ କରି ନେଇଥିଲେ। ନ୍ୟୁୟର୍କ ପୋଲିସ କହିଛିଯେ ଘରର ସିଡ଼ିଘର ତଳେ ନିର୍ମିତ ଚାମ୍ବରରୁ ୬ ବର୍ଷର ଏକ ଝିଅକୁ ଉଦ୍ଧାର କରାଯାଇଛି। ଝିଅଟିର ନାଁ ପ୍ୟାସଲି ଶୁଲ୍ଟିସ। ସେ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷିତ ଏବଂ ସୁସ୍ଥ ଅଛି।

ଛୋଟ ଏବଂ କୋଠରୀଟି ଥଣ୍ଡା ଥିଲା:-

କୁହାଯାଉଛିକି, ପ୍ୟାସଲିଙ୍କୁ ତାଙ୍କର ଜୈବିକ ମାଆ, ବାପା କିମ୍ବର୍ଲେ କୁପର ଓ କିର୍କ ଶୁଲ୍ଟିସ ଅପହରଣ କରି ନେଇଥିଲେ। କାରଣ, ସେମାନଙ୍କ ପାଖରେ ଝିଅକୁ ରଖିବା ଲାଗି କୌଣସି ଆଇନଗତ ଅଧିକାର ନଥିଲା। ୨୦୧୯ ମସିହାରେ ଅଭିଭାବକତ୍ୱ ନ ମିଳିବା କାରଣରୁ ପ୍ୟାସଲି ଗାଏବ ହୋଇ ଯାଇଥିଲେ। ପୋଲିସର କହିବା ଅନୁସାରେ, ଅପହରଣ ପରେ ପ୍ୟାସଲିଙ୍କୁ ଏକ ଘରର ଗୁପ୍ତ କୋଠରୀରେ ରଖାଯାଇଥିଲା, ଯାହାକି ଅତି ଛୋଟ, ଥଣ୍ଡା ଏବଂ ଓଦାଳିଆ ସ୍ଥାନ ଥିଲା।

ପୋଲିସ ଏମିତି ପହଞ୍ଚିଥିଲା ଝିଅ ପାଖରେ:-

ପୋଲିସ କହିଛିକି, ସୋମବାର ଦିନ ସେମାନଙ୍କୁ ଝିଅ ବିଷୟରେ ସୂଚନା ମିଳିଥିଲା। ସିଡି ଘରେ ଖୋଜାଖୋଜି କରିବା ସମୟରେ ଯେତେବେଳେ ସେମାନେ ପାହାଚ ଉପରେ ଲଦା ହୋଇଥିବା କାଠଗୁଡ଼ିକୁ ହଟାଇଥିଲେ, ସେତେବେଳେ ଝିଅଟିର ଗୋଡ଼ ଦେଖା ଯାଇଥିଲା। ଏହା ପରେ ସେଠାରୁ ଝିଅକୁ ଉଦ୍ଧାର କରାଯାଇଥିଲା। ଯଦିଓ ତା’ର ମା’ଙ୍କ କହିବା ହେଲା, ସେ ୨୦୧୯ ପରଠାରୁ ସେମାନେ ଝିଅକୁ ଦେଖିନାହାନ୍ତି। ତାଙ୍କୁ ଲାଗୁଥିଲାଯେ କୁପର ଝିଅକୁ ଧରି ପେନସିଲଭାନିଆ ପଳାଇ ଯାଇଛନ୍ତି। ପୋଲିସ ଝିଅର ମାଆ, ବାପା ଏବଂ ଅନ୍ୟ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଓ ଝିଅଟିକୁ ତା’ର ଆଇନଗତ ଅଭିଭାବକଙ୍କୁ ହସ୍ତାନ୍ତର କରିଦେଇଛି।

odia sambada
Comments (0)
Add Comment