୪ ଦିନ ପରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଗ୍ରହ,ରଚିବ ଧ୍ୱଂସର ତାଣ୍ଡବ !

ଆସନ୍ତା ଫେବୃଆରୀ ୨୨ ତାରିଖ ଦ୍ୱିପ୍ରହର ପ୍ରାୟ ୧ ଟା ୨୪ ମିନିଟ୍‌ରେ ପାଖାପାଖି ପୃଥିବୀଠାରୁ ୫୩.୬୬ ଲକ୍ଷ କିଲୋମିଟର ଦୂରରୁ ଏକ ବଡ଼ ଗ୍ରହ ପୃଥିବୀ ଆଡ଼କୁ ଧୀରେ ଧୀରେ ମାଡ଼ି ଆସୁଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଭାବରେ ଗ୍ରହ ଶ୍ରେଣୀରେ ରଖିଛି। ଯଦିଓ ଏହାର ଆକାରର ଗଣନା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ହୋଇନାହିଁ, କିନ୍ତୁ ବୈଜ୍ଞାନିକମାନଙ୍କ ଅନୁଯାୟୀ ଏହା ୬୨୩ ଫୁଟରୁ ନେଇ ୧୪୧୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ତେବେ ୨୦୧୯ ମସିହାରେ କରାଯାଇଥିବା ଏକ ଗଣନା ଅନୁସାରେ, ଏହା ୭୩୮ ଫୁଟ ଲମ୍ବା ରହିଛି। ମହାକାଶରୁ ଆସୁଥିବା ଏହି ଗ୍ରହର ନାମ ହେଉଛି ଆଷ୍ଟେରଏଡ (455176) 1999 VF22।

ଆସନ୍ତା ସପ୍ତାହ ମଙ୍ଗଳବାର ଦିନ ଅର୍ଥାତ ଫେବୃଆରୀ ୨୨ ତାରିଖରେ ଏହା ପୃଥିବୀଠାରୁ ଯେଉଁ ଦୂରତାରେ ବାହାରୁଅଛି, ତାହା ପୃଥିବୀ ଏବଂ ଚନ୍ଦ୍ରର ଦୂରତାଠାରୁ ୧୪ ଗୁଣା ଅଧିକ ହେବ। ଯଦିଓ ଏହି ଦୂରତା ମହାକାଶ ଜଗତରେ ଅଧିକ ବୋଲି ବିବେଚନା କରାଯାଏ ନାହିଁ। ଏହା ପୃଥିବୀ ପାର୍ଶ୍ୱରୁ ପ୍ରତି ସେକେଣ୍ଡ ୨୫.୧୦ କିଲୋମିଟର ବେଗରେ ଗତି କରିବ। ଅର୍ଥାତ ଏହାର ଗତି ହେଉଛି ଘଣ୍ଟା ପ୍ରତି ୯୦,୩୬୦ କିଲୋମିଟର। ଆଷ୍ଟେରଏଡ (455176) 1999 VF22 ପୃଥିବୀର ସବୁଠାରୁ ନିକଟତର ଏବଂ ପାଖାପାଖି ଏକ ଶତାବ୍ଦୀ ପରେ ପୁଣିଥରେ ଆସିବ। ଅର୍ଥାତ ଏହା ୨୧୫୦ ମସିହା ଫେବୃଆରୀ ୨୩ ତାରିଖରେ ଆସିବ। କିନ୍ତୁ ଏହା କେତେ ଦୂରତାରୁ ବାହାରିକ, ତାହା ବର୍ତ୍ତମାନ ଠାରୁ ଆକଳନ କରିବା କଷ୍ଟକର। ଏହି ଗ୍ରହର ଆବିଷ୍କାର ୧୯୯୯ ମସିହା ଅକ୍ଟୋବର ୩୧ ତାରିଖରେ ହୋଇଥିଲା। କିନ୍ତୁ ଏହା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଠିକ ଭାବରେ ଦେଖାଯାଇନଥିଲା। ଏହାକୁ କ୍ୟାଟାଲିନା ସ୍କାଏ ସର୍ଭେ ଆବିଷ୍କାର କରିଥିଲେ।

ଆଷ୍ଟେରଏଡ (455176) 1999 VF22 ଆକାରରେ ଏତେ ବଡ଼ଯେ ଯଦି ଏହା ପୃଥିବୀର କୌଣସି ସ୍ଥାନରେ ପଡ଼େ, ତେବେ ବଡ଼ ଧ୍ୱଂସ ଘଟାଇପାରେ। ସ୍ଥଳଭାଗରେ ପରମାଣୁ ବୋମା ପରି ଏବଂ ସମୁଦ୍ରରେ ବଡ଼ ସୁନାମି ପରି ଏହା ଶକ୍ତିଶାଳୀ ହୋଇଥାଏ। ଏମିତିରେ ଏହାର ପୃଥିବୀ ସହିତ ଧକ୍କା ହେବାର କୌଣସି ପ୍ରକାର ଆଶଙ୍କା ନାହିଁ, କିନ୍ତୁ ଯଦି ଏହା ଧକ୍କା ହୁଏ, ତେବେ ହିରୋସିମା-ନାଗାସାକି ଉପରେ ପଡ଼ିଥିବା ପରମାଣୁ ବୋମାଠାରୁ ମଧ୍ୟ ଆହୁରି ଭୟଙ୍କର ଧ୍ୱଂସ ଘଟାଇବ।

ଏହା ଏକ ପ୍ରସ୍ତରମୟ S ପ୍ରକାରର ଆଷ୍ଟେରଏଡ ଅଟେ, ଯାହା ଆପୋଲୋ ଆଷ୍ଟେରଏଡ ଶ୍ରେଣୀ ମଧ୍ୟରେ ଆସିଥାଏ। ଆପୋଲୋ ଆଷ୍ଟେରଏଡ ଗ୍ରୁପ ସବୁଠାରୁ ସାଧାରଣ କ୍ଷୁଦ୍ରଗ୍ରହ ଗୋଷ୍ଠୀ। ଆଷ୍ଟେରଏଡ (455176) 1999 VF22 ଆକାଶରେ ଦ୍ରୁତ ଗତିରେ ଚାଲିବା ସମୟରେ ମଧ୍ୟ ତାରା ପରି ଦେଖାଯିବ। କେବଳ ଏହାର ସ୍ଥିତି ଲଗାତାର ବଦଳି ଚାଲିଥିବ। ଏହି ଆକାର ଗ୍ରହର ପୃଥିବୀ ସହିତ ଧକ୍କା ଦେବାର ସମ୍ଭାବନା ୬ ଲକ୍ଷ ବର୍ଷରେ ଗୋଟିଏ ଥର ହୋଇଥାଏ। ସୌଭାଗ୍ୟର କଥା ହେଉଛିକି, ନାସା ନିକଟରେ DART ମିଶନ ଲଞ୍ଚ କରିଛି, ଯେଉଁଥିରେ ଏକ ମହାକାଶଯାନକୁ ଆଷ୍ଟେରଏଡ୍ ସହ ଧକ୍କା ଦେଇ ତାହାର ଦିଗ ଏବଂ ଗତି ବଦଳାଇବାକୁ ଚେଷ୍ଟା କରାଯିବ। ଯଦି ଏହି ମିଶନ ସଫଳ ହୁଏ, ତେବେ ଭବିଷ୍ୟତରେ ପୃଥିବୀକୁ ଆଷ୍ଟେରଏଡ ଆକ୍ରମଣରୁ ରକ୍ଷା କରାଯାଇ ପାରିବ।

ପୃଥିବୀ ଉପରେ ଶେଷ ଥର ଯେଉଁ ଆଷ୍ଟେରଏଡଟି ପଡ଼ିଥିଲା, ତାହା ରୁଷ୍‌ରେ ଅନେକ ଧ୍ୱଂସ ଘଟାଇଥିଲା। ଏହି ଘଟଣା ହେଉଛି ୨୦୧୩ ମସିହାର। ଉକ୍ତ ଆଷ୍ଟେରଏଡ ୧୭ ମିଟରର ଲମ୍ବ ଥିଲା। ତାହା ରୁଷ୍ ଉପରେ ଆସି ବାୟୁମଣ୍ଡଳରେ ଫାଟି ଯାଇଥିଲା, ଯେଉଁଥିରେ ଏକ ସହରର ସମସ୍ତ କୋଠା ଘରର ଝରକା, କବାଟ ସବୁ ଭାଙ୍ଗି ଯାଇଥିଲା। ଅନେକ ଲୋକ ଏଥିରେ ମଧ୍ୟ ଆହତ ହୋଇଥିଲେ। ଏହା ପୂର୍ବରୁ ୧୯୦୮ ମସିହାରେ ରୁଷରେ ଯେଉଁ ଆଷ୍ଟେରଏଡଟି ଧ୍ୱଂସ ଘଟାଇଥିଲା, ତାହା ପୋଦ୍‌କାମେନୟା ତୁଙ୍ଗସୁକା ନଦୀ ଭିତରେ ପଡ଼ିଥିଲା। ଏଠାରେ ଏକ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଥିଲା, ଯାହାକୁ ତୁଙ୍ଗସୁକା ଇଭେଣ୍ଟ ମଧ୍ୟ କୁହାଯାଏ।

odia sambada
Comments (0)
Add Comment