୨୦୦୮ ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ: ୧୩ ବର୍ଷ ପରେ ଆସିଲା ରାୟ, ୪୯ ଅଭିଯୁକ୍ତ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

୨୦୦୮ ମସିହାର ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ଘଟଣାରେ ଆଜି ରାୟ ଆସିଲା। ୪୯ ଜଣ ଅଭିଯୁକ୍ତ ମଧ୍ୟରୁ ୩୮ ଜଣଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିଭଳି କୋର୍ଟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣିଛନ୍ତି। ୨୦୦୮ ମସିହାର ସିରିଜ ବ୍ଲାଷ୍ଟରେ ୫୬ ଜଣ ପ୍ରାଣ ହରାଇଥିଲେ।

ପ୍ରଥମ ଥର ଏକ ସାଥୀରେ ଏତେଜଣଙ୍କୁ ଫାଶୀ ଦିଆଯିବାର ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି। ଫେବୃଆରୀ ମାସ ୮ ତାରିଖରେ, ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଯେତେବେଳେ ୨୮ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି ମାମଲାର ଶୁଣାଣି ୧୩ ବର୍ଷ ଧରି ଏକ ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା। ଅହମ୍ମଦାବାର ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ସାମିଲ ଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇ ଯାଇଥିଲେ। ଏହି କାରଣରୁ ମୋଟ ୭୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ୧୩ ବର୍ଷର ବିଚାର ସମୟ ମଧ୍ୟରେ, ୧୧୬୩ ସାକ୍ଷୀଙ୍କ ବିବୃତ୍ତି ଏହି ରେକର୍ଡ କରାଯାଇଥିଲା। ୬ ହଜାରରୁ ଅଧିକ ପ୍ରମାଣ ପୋଲିସ ଏବଂ ଆଇନ ଏଜେନ୍ସିମାନେ ଉପସ୍ଥାନ କରିଥିଲେ।

odia sambada
Comments (0)
Add Comment