ଶେଷରେ ବାଛୁରୀକୁ ବି ଛାଡ଼ିଲେନି ଏହି ଯୌନ ରାକ୍ଷସମାନେ,୪ ଗିରଫ

ଯୌନ ପିପାସୁଙ୍କ ପାଶବିକ ଅତ୍ୟାଚାର ସୀମା ଟପିଲା। ନିଜର ଯୌନ ସୁଖ ମେଣ୍ଟେଇବା ପାଇଁ ନୀରିହ ପଶୁମାନଙ୍କୁ ମଧ୍ୟ ଛାଡ଼ିଲେନି। ଏକ ମାଈ ବାଛୁରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ରାଜସ୍ତାନରେ ଅଲୱରରର ଏଭଳି ଏକ ସ୍ପର୍ଷକାତର ଭଳି ଘଟଣା ଘଟିଛି। ଏକ ମାଈ ବାଛୁରୀ ପ୍ରତି ଅଭିଯୁକ୍ତମାନେ ନୃଶଂସ ଆଚରଣ କରିବା ସହିତ ଆମନବୀୟ ଭାବରେ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ଖେଳାଇ ଦେଇଛି।

ଏହି ଘୃଣ୍ୟ ଏବଂ ବର୍ବର କାଣ୍ଡର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଅଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଅଭିଯୁକ୍ତମାନେ ବାଛୁରୀଟି ତଳେ ପଡ଼ିଥିବା ସମୟରେ ଦୁଷ୍କର୍ମ କରୁଥିବା ନଜରକୁ ଆସିଛି। ଭିଡିଓରେ ଜଣେ ଅଭିଯୁକ୍ତ ଘଟଣାର ମଜା ନେଇ ଚିଲାଉ ଥିବା ସମୟରେ ଆଉ ୨ ଜଣ ଘଟଣାର ଭିଡିଓ ଶୁଟିଂ କରୁଥିଲେ। ବାଛୁରୀକୁ ଅମାନବୀୟ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଫତେ ମହମ୍ମଦ ନାମକ ଜଣେ ବ୍ୟକ୍ତି ଏହି ଘଟଣାରେ ଏକ ଏତଲା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଜୁବିର, ତଲିମ, ୱାରିସ ଏବଂ ଚୂନା। ପୂର୍ବରୁ ଉକ୍ତ ଉକ୍ତ ଅଞ୍ଚଳରେ ଗୋଚାଲାଣ ହେଉଥିବାର ମଧ୍ୟ ଅଭିଯୋଗ ରହିଛି।

ଅନେକ ସମୟରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ପୋଲିସକୁ ଟାର୍ଗେଟ କରି ଅଭିଯୁକ୍ତମାନେ ବୋମା ମଧ୍ୟ ଫିଙ୍ଗିଥାନ୍ତି। ସବୁ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୨ ବର୍ଷ ମଧ୍ୟରେ ହେବ। ଆଇପିସି ଧାରା ୩୭୭ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବାଛୁରୀର ମେଡିକାଲ ପରିକ୍ଷା କରାଯାଇଥିବା ପୋଲିସ କହିଛି। ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ବୁଧବାର ଦିନ ୧୦୦୦ରୁ ଅଧିକ ଲୋକ ଘଟଣାକୁ ନିନ୍ଦା କରି ବିକ୍ଷୋଭ ମଧ୍ୟ କରିଥିଲେ।

ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ବିକ୍ଷୋବ ପାଇଁ ଦୋକାନ ବଜାର ବନ୍ଦ ରହିଛି। ଅଭିଯୁକ୍ତଙ୍କ ଫାଶୀ ଦେବା ଦାବିରେ ସ୍ଥାନୀୟ ଲୋକ ନିଜ ଜିଦରେ ଅଟଳ ଅଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସକୁ ଏହି ଅଞ୍ଚଳରେ ମୁତୟନ କରାଯାଇଛି।

odia sambada
Comments (0)
Add Comment