ଭାରତୀୟ ଟେଷ୍ଟ ଦଳରେ କିଏ ହେବ ନୁଆଁ ଅଧିନାୟକ ? କାହାକୁ ବାଛିବ ବିସିସିଆଇ, ଜାଣନ୍ତୁ ଚର୍ଚ୍ଚାରେ କାହାର ନାଁ ରହିଛି ?

ବିରାଟ କୋହଲି ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡି ଦେବା ପରେ ବର୍ତ୍ତମାନ ଉଭୟ ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ତେବେ ଟେଷ୍ଟ ଅଧିନାୟକ କିଏ ହେବ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଯାହାକି ବିସିସିଆଇର ଚିନ୍ତାକୁ ବଢାଇ ଦେଇଛି। କାରଣ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦ ଦେବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ। ଏଭଳିସ୍ଥଳେ ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ କିଏ ହେବ ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଏକ ଅନୁସାରେ,ବିରାଟଙ୍କ ଟେଷ୍ଟ ଅଧିନାୟକ ସ୍ଥାନ ନେବାକୁ ଭାରତୀୟ ଦଳର ଅନେକ ଚେହେରା ରହିଛନ୍ତି। ଖାସ ଭାବରେଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜିରେ କଷ୍ଟସାଧ୍ୟ ପିଚରେ ଶତକ ମାରି ରିଷଭ ପନ୍ତ ନିଜକୁ ପ୍ରମାଣିତ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଭାରତ ଖେଳିଥିଲା। ଆଉ ରିଷଭଙ୍କର ଏହି ଅନ୍ଦାଜ ମଧ୍ୟ କ୍ରିକେଟପ୍ରେମୀଙ୍କୁ ବହୁତ ପସନ୍ଦ କରିଛନ୍ତି। ଏପରିକି ରିଷଭଙ୍କୁ ନୂଆ ଟେଷ୍ଟ ଦଳର ଅଧିନାୟକ କରାଯାଉ ବୋଲି ଦାବି ଉଠିଛି।

କ୍ରିକେଟପ୍ରେମୀଙ୍କର ଏହି ଦାବିକୁ ସୁନୀଲ ଗାଭାସ୍କରଙ୍କ ବୟାନ ବଳ ଯୋଗାଇଛି। ଗାଭାସ୍କର କହିଛନ୍ତିକି, ରିଷଭ ପନ୍ତ ଗତ କିଛି ବର୍ଷରେ ନିଜ ଖେଳକୁ ନେଇ ଅନେକଙ୍କୁ ପ୍ରଭାବିତ କରିଛନ୍ତି। ତେଣୁ ତାଙ୍କୁ ଅଧିନାୟକ ପାଇଁ ବାଟ ଛାଡିବା ଉଚିତ। ମନସୁର ଅଲ୍ଲୀ ପଟୌଦି ଖାନଙ୍କୁ ମଧ୍ୟ ବହୁତ କମ ବୟସରେ ଅଧିନାୟକ କରାଯାଇଥିଲା। ଆଉ ତାଙ୍କର ନେତୃତ୍ୱରେ ଭାରତ ଅନେକ ଥର ସଫଳତା ଲାଭ କରିଥିଲା। ଆଉ ପନ୍ତ ମଧ୍ୟ ସେଭଳି କରିପାରିବେ।

ଏହାଛଡା ରୋହିତ ଶର୍ମାଙ୍କୁ ୩୪ ବର୍ଷ ହେଲାଣି। ତେଣୁ ବିସିସିଆଇ ଯଦି ଭବିଷ୍ୟତ ବାବଦରେ ଚିନ୍ତା କରୁଥିବ ତେବେ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ କରିନପାରେ। କାରଣ ଆଉ ମାତ୍ର ଅଳ୍ପ କିଛି ବର୍ଷ ରୋହିତ କ୍ରିକେଟ ଖେଳିପାରନ୍ତି। ଏଭଳିସ୍ଥଳେ ୨୪ ବର୍ଷୀୟ ରିଷଭ ପନ୍ତଙ୍କୁ ସୁଯୋଗ ମିଳିବା ଉଚିତ ବୋଲି କୁହାଯାଉଛି।

କାରଣ ଭାରତୀୟ କ୍ରିକେଟ ସହିତ ପନ୍ତ ଆହୁରି ଅନେକ ବର୍ଷ ଖେଳିବେ। ଏହାପୂର୍ବରୁ କୋହଲିଙ୍କୁ ୨୭ ବର୍ଷ ବୟସରେ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ମିଳିଥିଲା। ଆଉ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟ କ୍ରିକେଟରେ ବହୁତ ଦମଦାର ପ୍ରଦର୍ଶନ ମଧ୍ୟ କରିଥିଲା।

odia sambada
Comments (0)
Add Comment