କରୋନା ପରେ ଆସିଲା “ଲାସା” ଭାଇରସ,ନେଲାଣି ଲୋକଙ୍କ ଜୀବନ,ଜାଣନ୍ତୁ ରୋଗର ଲକ୍ଷଣ ଓ ଉପଚାର ବିଷୟରେ

କରୋନା ପରେ ଆସିଲା “ଲାସା” ଭାଇରସ,ନେଲାଣି ଲୋକଙ୍କ ଜୀବନ,ଜାଣନ୍ତୁ ରୋଗର ଲକ୍ଷଣ ଓ ଉପଚାର ବିଷୟରେ

ବର୍ତ୍ତମାନ ସମୟରେ ସାରା ବିଶ୍ବ କୋରନା ଭାଇରସରେ ଆକ୍ରାନ୍ତ ହେଉଥିବା ସମୟରେ ଲୋକମାନଙ୍କୁ ଭୟଭୀତ କରିଛି ଆଉ ଏକ ମାରାତ୍ମକ ଭୂତାଣୁ ଲାସା ଭାଇରସ। ଏହା ଲୋକମାନଙ୍କୁ ଲାସା ଜ୍ବରରେ ପୀଡ଼ିତ କରାଉଛି। କରୋନା ପରେ ବର୍ତ୍ତମାନ ଏହି ଭାଇରସ ମାରାତ୍ମକ ଭୂତାଣୁ ଭାବରେ ଆତଙ୍କ ଖେଳାଉଛି।

ଫେବୃଆରୀ ମାସ ୧୧ ତାରିଖରେ, ବ୍ରିଟେନରେ ଲାସା ଜ୍ୱରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଥିଲା। ବ୍ରିଟେନରେ ୨୦୦୯ ମସିହା ପରେ ଲାସା ରୋଗର ତିନୋଟି ମାମଲା ରିପୋର୍ଟ କରାଯାଇଛି, ସେଥିମଧ୍ୟରୁ ଜଣେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି। ଯାହାକି ବ୍ରିଟେନବାସୀଙ୍କୁ ବର୍ତ୍ତମାନ ଭୟଭୀତ କରିଛି। ତେବେ ସଂକ୍ରମିତ ହୋଇଥିବା ତିନିଜଣ ଗୋଟିଏ ପରିବାରର ଅଟନ୍ତି। କିଛି ଦିନ ପୂର୍ବରୁ ଏହି ପରିବାର ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ।

ଭାଇରସର ପ୍ରଥମ ମାମଲା ନାଇଜେରିଆର ଲାସା ନାମକ ଏକ ସ୍ଥାନରେ ଦେଖାଯାଇଥିଲା, ଯାହା ପରେ ଏହାର ନାମ ଲାସା ଭାଇରସ ବା ଲାସା ଜ୍ଵର କରାଯାଇଥିଲା। ଲାସା ଜୀବାଣୁ ମଧ୍ୟ ଇବୋଲା ଏବଂ ମାର୍ଗବର୍ଗ ଶ୍ରେଣୀର ଏକ ଭୂତାଣୁ ଅଟେ। ତେବେ ଆସନ୍ତୁ ଜାଣିବା ଏହି ଲାସା ଭାଇରସ ଓ ଜ୍ୱର ବିଷୟରେ।

ଲାସା ଜ୍ୱର କ’ଣ?

ସେଣ୍ଟର ଫର ଡିଜିଜ୍ ଆଣ୍ଡ୍ ପଲ୍ୟୁସନ୍ ଅନୁସାରେ ଲାସା ଭାଇରସର ପ୍ରଥମ ମାମଲା ୧୯୬୯ ମସିହାରେ ନାଇଜେରିଆରେ ଦେଖାଯାଇଥିଲା। ନାଇଜେରିଆରେ ଏହି ରୋଗ ବିଷୟରେ ପ୍ରଥମେ ଚିହ୍ନଟ ହୋଇଥିଲା। ସେତେବେଳେ ଯେତେବେଳେ ଲାସା ରୋଗରେ ଦୁଇଜଣ ନର୍ସଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ଏହି ଲାସା ଜ୍ୱର ମୂଷା ଦ୍ୱାରା ସଂକ୍ରମିତ ହୋଇଥାଏ। ହୁଏତ ଆପଣମାନେ ଜାଣିଥିବେ ପ୍ଲେଗ ରୋଗ ମୂଷା ପାଇଁ ହୋଇଥାଏ କିନ୍ତୁ ଏହି ଲାସା ରୋଗ ମଧ୍ୟ ମୂଷା ଦ୍ଵାରା ହିଁ ବ୍ୟାପୀଥାଏ। ତେବେ ପ୍ରଥମରୁ ଦକ୍ଷିଣ ଆଫ୍ରିକାରେ ଏହି ଭୂତାଣୁ ଦେଖିବାକୁ ମିଲିଥିଲା।

ଲାସା ଭାଇରସ କେମିତି କେମିତି ସଂକ୍ରମଣ କରାଏ ଜାଣନ୍ତୁ:-

ଲାସା ଭାଇରସ ମୂଷାଙ୍କର ମଳ ଏବଂ ମୂତ୍ର ମାଧ୍ୟମରେ ବ୍ୟାପିଥାଏ।ସଂକ୍ରମିତ ମୂଷାଙ୍କର ମଳ ଏବଂ ପରିସ୍ରା ସଂସ୍ପର୍ଶରେ ଆସି ଲାସା ଭୂତାଣୁ ମଣିଷକୁ ସଂକ୍ରମିତ କରିଦିଏ। ସଂକ୍ରମିତ ମୂଷାର ମଳ ମୂତ୍ର କରିଥିବା ସ୍ଥାନରେ ଏରୋସୋଲାଇଜଡ୍ ଉପାଦାନ ସୃଷ୍ଟି ହୁଏ ଯାହା ବାୟୁରେ ମିଶିଯାଏ, ପରେ ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରେ। ଯେଉଁ କାରଣରୁ ମଣିଷମାନେ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥାନ୍ତି। କେବଳ ଏତିକି ନୁହେଁ ଏହା ସହ ସଂକ୍ରମିତ ମୂଷାମାନଙ୍କୁ ମଧ୍ୟ ଖାଦ୍ୟ ଭାବରେ ଖାଇବା ଦ୍ଵାରା ଏମାନଙ୍କ ମଧ୍ୟରେ ଥିବା ଜୀବାଣୁ ମଧ୍ୟ ମଣିଷଙ୍କ ଶରୀରକୁ ଚାଲି ଯାଇଥାଏ।

ଲାସା ଜ୍ୱରର ଲକ୍ଷଣ କଣ:-

ଲାସା ଜ୍ୱରର ଲକ୍ଷଣ ସାମାନ୍ୟ ହୋଇଥାଏ। ଏହା ପରେ ମଧ୍ୟ ଲାସା ଜ୍ୱର ହେଲେ ସାମାନ୍ୟ ଜ୍ୱର, ଦୁର୍ବଳତା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି, ଲୁଜ୍ ମୋସନ ଏବଂ କାଶ ଆଦି ହୋଇଥାଏ। ଯେତେବେଳେ ଏହା ଅଧିକ ସଂକ୍ରମଣ ହୁଏ ସେତେବେଳେ ଫୁସଫୁସରେ ପାଣି ଛାଣିବା, ମୁହଁ ଫୁଲିଯିବା ଏବଂ ଅନ୍ତନଳୀରୁ ରକ୍ତସ୍ରାବ ହୁଏ।

ଏହା ଅତ୍ୟାଧିକ ହେଲେ ଶରୀର ଥରିବାକୁ ଲାଗେ, ଝଟକା ଲାଗିବା ପରି ଲାଗିବା ସହ ମଣିଷ କୋମାକୁ ମଧ୍ୟ ଯାଇପାରେ। ତେଣୁ ଏପରି ଯଦି କୌଣସି ଲକ୍ଷଣ ଆପଣ ଦେଖୁଛନ୍ତି ତେବେ ତୁରନ୍ତ ନିକଟସ୍ଥ ଡାକ୍ତଖାନା ସହ ଯୋଗାଯୋଗ କରିବା ଆବଶ୍ୟକ। ଭାଇରସ ଅଧିକ ମାତ୍ରାରେ ସଂକ୍ରମଣ କରାଇଲେ ଏହା ମାରାତ୍ମକ ହୋଇଥାଏ। ଏମିତିକି ଏହା ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।

ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କିପରି ବ୍ୟାପେ:-

ଲାସା ଭାଇରସ ହାତ ମିଶାଇବା ଦ୍ଵାରା, ଆଲିଙ୍ଗନ କରିବା ଦ୍ଵାରା କିମ୍ବା ପାଖରେ ବସିବା ଦ୍ଵାରା ସଂକ୍ରମଣ ହୋଇଥାଏ। ଲାସା ଭାଇରସର ଲକ୍ଷଣ ଦେଖାଯିବା ପାଇଁ ପ୍ରାୟ ୧ ରୁ ୩ ସପ୍ତାହ ଲାଗିଥାଏ।

ଏହି ଲାସା ଭାଇରସରୁ କିପରି ନିଜକୁ ରକ୍ଷା କରିବେ ଜାଣନ୍ତୁ:-

ପ୍ରଥମେ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଆପଣ ମୂଷାଙ୍କର ସଂସ୍ପର୍ଶରେ ଆଦୌ ଆସନ୍ତୁ ନାହିଁ। କେବଳ ମୂଷା ନୁହେଁ ତାଙ୍କର ମଳ ମୂତ୍ର ଥିବା ସ୍ଥାନରୁ ମଧ୍ୟ ଦୂରେଇ ରୁହନ୍ତୁ। ମୂଷାଙ୍କୁ ଆଦୌ ଘରେ ପୁରାନ୍ତୁ ନାହିଁ। ଆପଣ ଯାହାବି ଖାଦ୍ୟସବୁ ଘରେ ରଖିଛନ୍ତି ତାହାକୁ ଡବା ଭିତରେ ଭର୍ତି କରି ରଖନ୍ତୁ।

odia sambada
Comments (0)
Add Comment