ପିତା ହେଉଛନ୍ତି ପେଶାରେ ଜଣେ ମୋଚି,ଆଉ ପୁଅର IPL ରେ ଖୋଲିଗଲା ଭାଗ୍ୟ, ଏହି ଟିମ ରାତାରାତି ବଦଳାଇଦେଲା ଜୀବନ,ଜାଣନ୍ତୁ ସେ ଖେଳାଳି ଜଣକ କିଏ ?

ଆଇପିଏଲ 2022 ର ମେଗା ଅକ୍ସନ ଶେଷ ହୋଇଗଲାଣି, ଏହି ଅକ୍ସନରେ ପ୍ରତ୍ୟେକ ଖେଳାଳି ମାଲାମାଲ ହୋଇଯାଇଛନ୍ତି। ଆଇପିଏଲରେ ଏମିତି ଏକ ଖେଳାଳି ମାଲାମାଲ ହୋଇଛନ୍ତି ଯାହାର ପିତା ମୋଚିଙ୍କ କାମ କରିଥାନ୍ତି। ଆସନ୍ତୁ ଜାଣିବା ଏହି ଖେଳାଳି ବିଷୟରେ।

ଜଲାଲାବାଦ ଠାରୁ ରମେଶ କୁମାର ବେଲାନି ଓରଫ ନାରାୟଣଙ୍କୁ ଆଇପିଏଲ ମେଗା ଅକ୍ସନ କେକେଆର ଟିମ 20 ଲକ୍ଷ ଟଙ୍କା ଦେଇ କିଣିଥିଲା। ଏହି ପଇସା ହୁଏତ ଆପଣଙ୍କୁ ବହୁତ କମ ଲାଗୁଥିବ କିନ୍ତୁ ନାରାୟଣ ପାଇଁ ଏହା ବହୁତ ବଡ଼ ରାଶି ଅଟେ। ଟେନିସ ବଲ କ୍ରିକେଟରେ ସେ ନାରାୟଣ ଜଲାଲାବାଦୀ ନାମରେ ଫେମସ ଅଟନ୍ତି। ସେ ଲୋକାଲ କ୍ରିକେଟରେ ଲମ୍ବା ଲମ୍ବା ଛକା ମାରିବାରେ ଫେମସ ଅଟନ୍ତି। ତାଙ୍କ ପାଖରେ ଉଇକେଟ ଉପରେ ତିଷ୍ଠି ରହିବାରେ ଗଜବ କ୍ଷମତା ରହିଛି।

ପିତା ଜଣେ ମୋଚି ଓ ବୁଟ ପଲିସ କାମ କରିଥାଆନ୍ତି:-

ରମେଶ କୁମାର ବେଲାନି ପଞ୍ଜାବର ଫାଜିଲକା ଜିଲ୍ଲାର ଜଲାଲାବାଦରେ ରୁହନ୍ତି। ତାଙ୍କର ପିତା ଜଣେ ମୋଚି ଅଟନ୍ତି ଓ ବୁଟ ପଲିସ କାମ କରନ୍ତି। ପୁଅର ଆଇପିଏଲରେ ବିକ୍ରି ହେବାର ଖବର ଯେତେବେଳେ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା। ପିତାଙ୍କ କହିବା ହେଲା, ତାଙ୍କ ପରିବାର ଗରିବରେ ଜୀବନ କଟାଉଥିଲେ ଓ ଆଜି ସେ ତାଙ୍କ ପୁଅ ପାଇଁ ଗର୍ବ ଅନୁବ୍ଜ କରୁଛନ୍ତି ବୋଲି କହିଛନ୍ତି। ଜଲାଲାବାଦ ସହରରେ ବର୍ତ୍ତମାନ ତାଙ୍କର ଚର୍ଚ୍ଚା ଜୋରସୋରରେ କରାଯାଉଛି।

ମାତା-ପିତା ଥିଲେ ରାଜସ୍ଥାନ ସହିତ ସମ୍ବନ୍ଧିତ:-

ନାରାୟଣଙ୍କ ମାତା-ପିତା ରାଜସ୍ଥାନ ସହିତ ସମ୍ବନ୍ଧିତ ଅଟନ୍ତି। 20 ବର୍ଷ ପୂର୍ବରୁ ତାଙ୍କ ପିତା କାମ ଅନୁସନ୍ଧାନରେ ରାଜସ୍ଥାନର ହନୁମାନଗଡ଼ରୁ ପଞ୍ଜାବ ଚାଲି ଆସିଥିଲେ। ନାରାୟଣଙ୍କ ମାଆ ଚୁଡ଼ି ବିକ୍ରି କରିଥାଆନ୍ତି। ନାରାୟଣଙ୍କ ଏହି ସଫଳତା ପରେ ତାଙ୍କ ପରିବାରକୁ ଆଉ ଆଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼ିବନାହିଁ। ଏବେ ତାଙ୍କ ଘରକୁ ଖୁସି ଟିକେ ଆସିଯାଇଛି।

odia sambada
Comments (0)
Add Comment