ପ୍ରେମିକକୁ ସରପ୍ରାଇଜ ଦେବାକୁ ଅଚାନକ ପହଞ୍ଚିଲେ ଗାର୍ଲଫ୍ରେଣ୍ଡ,ଆଉ ଘର ଭିତରେ ଯାହା ଚାଲିଥିଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ,ଜାଣନ୍ତୁ ପୁରା ଘଟଣା

ପ୍ରେମିଯୁଗଳଙ୍କ ମଧ୍ୟରେ ଏମିତି କିଛି ଘଟିଯାଏ ଯାହା ଫଳରେ ସେମାନେ ସମ୍ପୂର୍ଣ ଅଲଗା ହୋଇଯାଆନ୍ତି। ଏପରି ଘଟଣା ଅନେକ ଥର ସାମ୍ନାକୁ ଆସିଛି ଯାହା ଫଳରେ ପ୍ରେମିକ ପ୍ରେମିକାଙ୍କ ଭିତରେ ଅନ୍ୟ ତୃତୀୟ ବ୍ୟକ୍ତି ମଧ୍ୟ ପ୍ରବେଶ କରନ୍ତି। ତେବେ ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପ୍ରେମିକା ଜଣଙ୍କ ନିଜର ପ୍ରେମିକକୁ ସରପ୍ରାଇଜ ଦେବା ପାଇଁ ଅଚାନକ ତାଙ୍କ ଘରେ ପହଞ୍ଚି ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କର ପ୍ରେମିକ ଅନ୍ୟ ଝିଅ ସହ ବ୍ୟସ୍ତ ଥିବାର ପ୍ରେମିକା ଜାଣିବାକୁ ପାଇଲେ।

ଖବର ଅନୁଯାୟୀ ଏପରି ଘଟଣା ଆମେରିକାର କେରୋଲିନାରୁ ସାମ୍ନାକୁ ଆସିଛି। ‘ଡେଲିଷ୍ଟାର’ର ଏକ ରିପୋର୍ଟ ଅନୁଯାୟୀ ପ୍ରେମିକାଙ୍କ ନାଁ ମେରି ଫଟସ। ତାଙ୍କ ପ୍ରେମିକଙ୍କ ସହ ମେରି ଫଟସ ସମ୍ପର୍କରେ ଥିଲେ। କିନ୍ତୁ ଦୁଇଜଣ ଯାକ ଅଲଗା ଅଲଗା ରହୁଥିଲେ। ବର୍ଷରେ ଅଳ୍ପ କିଛି ଦିନ ଉଭୟ ପରସ୍ପର ପରସ୍ପରକୁ ଭେଟୁଥିଲେ। ଏହା ମଧ୍ୟରେ ପ୍ରେମିକା ଜଣକ ତାଙ୍କର ପ୍ରେମିକଙ୍କୁ ସରପ୍ରାଇଜ ଦେବାପାଇଁ ଚିନ୍ତା କରିଲେ ଓ ତାଙ୍କ ଘରେ ପହଞ୍ଚି ଯାଇଥିଲେ।

ପ୍ରେମିକା ଜଣଙ୍କ ପ୍ରେମିକଙ୍କ ଘରେ ପହଞ୍ଚିଲା ପରେ ଜାଣି ପାରିଲେକି ତାଙ୍କ ପ୍ରେମିକ ଅନ୍ୟ ଏକ ଝିଅ ସହ ବ୍ୟସ୍ତ ଅଛନ୍ତି। ମେରି ଫଟସ ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯେତେବେଳେ ପ୍ରେମିକା ତାଙ୍କର ପ୍ରେମିକଙ୍କ ଘରେ ପହଞ୍ଚି କବାଟ ବାଡ଼େଇଲେ ଘର ଭିତରୁ କୌଣସି ପ୍ରତିଉତ୍ତର ମିଳିନଥିଲା। ପରେ ପ୍ରେମିକା ଜଣଙ୍କ ଜାଣିପାରିଥିଲେକି ତାଙ୍କର ପ୍ରେମିକ ଅନ୍ୟ କୌଣସି ଝିଅ ସହ ଭିତରେ ଅଛନ୍ତି।

ରିପୋର୍ଟ ଅନୁସାରେ ପ୍ରେମିକା ଜଣକ ବହୁତ ସମୟ ପ୍ରେମିକଙ୍କ ଘର ବାହାରେ ଛିଡ଼ାହୋଇଥିଲେ। କିନ୍ତୁ ତାଙ୍କର ପ୍ରେମିକ କବାଟ ଖୋଲି ନଥିଲେ କାରଣ ସେ ଭୁଲ କରିଛନ୍ତି ବୋଲି ଜାଣି ସାରିଥିଲେ। ବହୁତ ସମୟ ପର୍ଯ୍ୟନ୍ତ କବାଟ ବାଡ଼େଇବା ପରେ କୌଣସି ପ୍ରତିଉତ୍ତର ନମିଳିବାରୁ ଯୁବତୀ ଜଣକ ନିରାଶ ହୋଇ ସେଠାରୁ ଫେରି ଆସିଥିଲେ।

ଏହି ସମ୍ପୂର୍ଣ ଘଟଣାକୁ ମେରି ଫଟସ ନିଜର ସୋସିଆଲ ମିଡିଆରେ ବଖାଣିଛନ୍ତି। ଅନେକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଏହାର ପ୍ରତିଉତ୍ତର ଦେଇଛନ୍ତି।

odia sambada
Comments (0)
Add Comment