ଅନନ୍ତ ଅମ୍ବାନୀ ପିନ୍ଧନ୍ତି ଏତେ କୋଟି ଟଙ୍କାର ଘଣ୍ଟା, ମୂଲ୍ୟ ଜାଣି ଉଡିଯିବ ଆପଣଙ୍କ ହୋସ !

0

Get real time updates directly on you device, subscribe now.

ଏବେ ଉଦଘାଟିତ ହୋଇଥିବା ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟର ବିଷୟରେ ଆପଣ ଜାଣିଥିବେ। ଯାହାର ଉଦଘାଟନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  ଏହି ଉଦଘାଟନୀ ଉତ୍ସବରେ ବହୁ ନାମୀଦାମୀ ଲୋକେ ସାମିଲ ହୋଇଥିଲେ। ଦେଶ ତଥା ଦେଶ ବାହାରୁ ଏକାଧିକ ଅତିଥି ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ଉଦଘାଟନୀ ସମାରୋହରେ ଅମ୍ବାନୀଙ୍କ ପୁରା ପରିବାର ଉପସ୍ଥିତ ଥିଲେ। ଯେତେବେଳେ ଅନନ୍ତ ଅମ୍ବାନୀ ଏବଂ ଅମ୍ବାନୀ ପରିବାରର ଭାବି ବୋହୂ ରାଧିକା ମର୍ଚାଣ୍ଟ ସହ ଏହି କାର୍ଯ୍ୟକ୍ରମରେ ପହଞ୍ଚି ଥିଲେ ସେତେବେଳେ ସମସ୍ତଙ୍କ ନଜର ଉଭୟଙ୍କ ଉପରେ ହିଁ ଥିଲା।

ତେବେ ଏହି ଉଦଘାଟନୀ ଉତ୍ସବରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କ ଆଖି ହଠାତ୍ ଅନନ୍ତଙ୍କ ଘଣ୍ଟା ଉପରେ ପଡିଥିଲା। କାରଣ ଅନନ୍ତ ପିନ୍ଧିଥିବା ଘଣ୍ଟାଟି ବହୁତ ଆକର୍ଷଣୀୟ ଥିଲା। ବାକ୍ଲ କର୍ଲରର ଏକ ସେରଓ୍ବାନି ସାଙ୍ଗକୁ  ହାତରେ ଏକ ଦାମିକିଆ ଘଣ୍ଟା ପିନ୍ଧିଥିଲେ ଅନନ୍ତ।

ଅନନ୍ତ ପିଟେକ୍ ଫିଲିପେ ବ୍ରାଣ୍ଡର ଏକ  ଦାମିକିଆ ଘଣ୍ଟା ପିନ୍ଧିଥିଲେ। ତେବେ ଏହି ଘଣ୍ଟାର ଦାମ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରିପୋର୍ଟ ଅନୁସାରେ ଏହି ଘଣ୍ଟାର ମୂଲ୍ୟ ପ୍ରାୟ 18 କୋଟି ଟଙ୍କା ହେବ। ଅନନ୍ତ ଗ୍ରାଣ୍ଡମାଷ୍ଟର ଚିମ ଓ୍ବାଚ୍ ପିନ୍ଧିଥିଲେ। ପିଟେକ୍ ଫିଲିପେ ବ୍ରାଣ୍ଡ ବିଶ୍ବର ସବୁଠୁ ଦାମିକିଆ ଘଣ୍ଟା ତିଆରି କରେ।
ଏହି ବ୍ରାଣ୍ଡର ଘଣ୍ଟା ଗୁଡିକର ଦାମ କୋଟି କୋଟି ଟଙ୍କା ଅଟେ। ଏହା ବ୍ୟତୀତ ଜୁନିଅର ଅମ୍ବାନୀ ବିଳାସପୂର୍ଣ୍ଣ କାରକୁ ମଧ୍ୟ ଭଲ ପାଆନ୍ତି। ତାଙ୍କ ପାଖରେ ରୋଲ୍ସ ରୋଏସ୍ ଫାଣ୍ଟମ୍, ବିଏମଡବ୍ଲୁ i8, ଏସୟୁଭି ମର୍ସିଡିଜ୍ ବେଞ୍ଜ, ଲ୍ୟାଣ୍ଡ ରୋଭର, ରେଞ୍ଜ ରୋଭର ଏବଂ ସେଡାନ ମର୍ସିଡିଜ ବେଞ୍ଜ ଏସ-କ୍ଲାସ ଭଳି ବିଳାସପୂର୍ଣ୍ଣ କାର  ମଧ୍ୟ ରହିଛି।

ସାରା ବିଶ୍ୱର କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଦେଶର ସର୍ବବୃହତ୍‌ କଲ୍‌ଚରାଲ ସେଣ୍ଟର ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଦେଶ ବିଦେଶର କଳାକାର, କ୍ରୀଡ଼ା ଏବଂ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ଏହା ଉଦ୍‌ଘାଟିତ ହୋଇଯାଇଛି।

Ambani Son

ଏ ସମ୍ପର୍କରେ ନୀତା କହିଛନ୍ତି ଯେ,” ଏହି ଉଦଘାଟନରେ ମିଳିଥିବା ସମର୍ଥନକୁ ନେଇ ଆମେ ବେଶ୍‌ ଉତ୍ସାହିତ। ଏପରିକି ଏହା ଦୁନିଆର ଶ୍ରେଷ୍ଠ କଲ୍‌ଚରାଲ ସେଣ୍ଟର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ବିଶେଷକରି ଏଠାରେ ସମସ୍ତ କଳା ଏବଂ କଳାକାରଙ୍କୁ ସ୍ବାଗତ କରୁଛୁ।

ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଞ୍ଚଳର ଯୁବତୀଯୁବକଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ଶୋ ଗୁଡ଼ିକ ମଧ୍ୟ ଏଠାରେ ଆୟୋଜିତ ହେବ।

ସେହିଭଳି ମୁକେଶ କହିଛନ୍ତି ଯେ,” ମୁମ୍ବାଇ ସମେତ ସାରା ଦେଶ ପାଇଁ ଉକ୍ତ ସେଣ୍ଟର ସବୁଠୁ ବଡ଼ କେନ୍ଦ୍ର ଭାବେ ଉଭାହେବ। ଏଠାରେ ବଡ଼ ବଡ ଶୋ’ର ଆୟୋଜନ କରାଯାଇପାରିବ। ମୁଁ ଆଶା କରୁଛି ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ଅରିଜିନାଲ୍‌ ଶୋ’ ଏଠାରେ ପ୍ରସ୍ତୁତ କରିପାରିବେ।”

Leave A Reply

Your email address will not be published.