ଆଇପିଏଲ ମ୍ୟାଚ ଦେଖିବା ପାଇଁ କେଉଁ ସହରର ଲୋକଙ୍କୁ କେତେ ଟଙ୍କା ଦେବାକୁ ପଡିବ ? ଜାଣନ୍ତୁ…..

0

Get real time updates directly on you device, subscribe now.

ବନ୍ଧୁଗଣ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ ୨୦୨୩)ର ୧୬ ତମ ସିଜନ୍ ପାଇଁ ଜୋର୍ ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ତେବେ ଉଦଘାଟନୀ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

୧୬ତମ ସିଜିନର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ । ଟୁର୍ଣ୍ଣାମେଣ୍ଟର ୧୬ତମ ସଂସ୍କରଣ ୩୧ ମାର୍ଚ୍ଚରେ ଆରମ୍ଭ ହେବ ଓ ଶେଷ ଲିଗ୍ ମ୍ୟାଚ୍ ୨୧ ମେ’ରେ ଖେଳାଯିବ । ଆଇପିଏଲ୍ ୨୦୨୩ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ଟି ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ ।

ଏହିପରି, ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ । ତା’ପରେ ପ୍ଲେ ଅଫ୍ ର ଚାରୋଟି ମ୍ୟାଚ୍ ଖେଳାଯିବ । ଏହିପରି, ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଏହାରି ମଧ୍ୟରେ ଆଇପିଏଲ ୨୦୨୩ ପାଇଁ ଟିକେଟ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ଚଳିତ ଆଇପିଏଲ ମ୍ୟାଚ ପୁରୁଣା ହୋମ ଗ୍ରାଉଣ୍ଡ ସହିତ ଆବେ ଫର୍ମାଟ ଆଧାରରେ ଖେଳାଯିବ ।

ଅର୍ଥାତ ପ୍ରତ୍ୟେକ ଆଇପିଏଲ ଟିମ ନିଜ ହୋମ ଗ୍ରାଉଣ୍ଡ ବ୍ୟତୀତ ଅନ୍ୟ ସହରରେ ମଧ୍ୟ ମ୍ୟାଚ ଖେଳିବ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଆଇପିଏଲ ମ୍ୟାଚ ଦେଖିବା ଲାଗି ପ୍ରତ୍ୟେକ ସହରର କ୍ରିକେଟ ପ୍ରେମୀଙ୍କୁ ଅଲଗା ଅଲଗା ମୂଲ୍ୟ ପ୍ରଦାନ କରିବାକୁ ହେବ । ଏବେ ଜାଣନ୍ତୁ ଟିକେଟ ମୂଲ୍ୟ ବିଷୟରେ ।

୧. ଗୁଜରାଟ ଟାଇଟନ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଅହମ୍ମଦାବାଦ । ଆଉ ଏହି ମ୍ୟାଚ ଦେଖିବା ପାଇଁ ଟିକେଟ ମୂଲ୍ୟ ୪୦୦ ଟଙ୍କା ରହିଛି ।

୨. ସନରାଇଜର୍ସ ହାଇଦ୍ରାବଦ ଦଳର ହୋମଗ୍ରାଉଣ୍ଡ ହେଉଛି ହାଇଦ୍ରାବାଦ । ଆଉ ଏହି ଦଳର ମ୍ୟାଚ ଦେଖିବା ପାଇଁ ଟିକେଟ ମୂଲ୍ୟ ୪୯୯ ଟଙ୍କା ରହିଛି ।

୩. ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳର ହୋମଗ୍ରାଉଣ୍ଡ ହେଉଛି ଲକ୍ଷ୍ନୌ । ତେବେ ଏହି ଦଳର ମ୍ୟାଚ ଦେଖିବା ପାଇଁ ଟିକେଟ ମୂଲ୍ୟ ମଧ୍ୟ ସମାନ ୪୯୯ ଟଙ୍କା ହିଁ ରହିଛି ।

୪. କୋଲକାତା ନାଇଟ ରାଇଡର୍ସ ଦଳର ହୋମଗ୍ରାଉଣ୍ଡ ହେଉଛି କୋଲକାତା । କୋଲକାତା ନାଇଟ ରାଇଡର୍ସ ମ୍ୟାଚ ଦେଖିବାକୁ ହେଲେ ୭୫୦ ଟଙ୍କା ଦେବାକୁ ହେବ ।

୫. ମୁମ୍ବାଇ ଇଣ୍ଡିଆନ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ମୁମ୍ବାଇ । ଏହି ମ୍ୟାଚ ଦେଖିବାକୁ ହେଲେ ୯୦୦ ଟଙ୍କା ଦେବାକୁ ହେବ ।

୬. ପଞ୍ଜାବ କିଙ୍ଗ୍ସ ଦଳର ହୋମଗ୍ରାଉଣ୍ଡ ମୋହାଲି ଥିବା ବେଳେ ଉକ୍ତ ମ୍ୟାଚ ଦେଖିବାକୁ ହେଲେ ୯୫୦ ଟଙ୍କା ଦେବାକୁ ହେବ ।

୭. ରାଜସ୍ଥାନ ରୟାଲ୍ସ ଦଳର ହୋମଗ୍ରାଉଣ୍ଡ ହେଉଛି ଗୌହାଟି ଏବଂ ଜୟପୁର । ଆଉ ଏହି ମ୍ୟାଚ ଦେଖିବାକୁ ହେଲେ ୧୦୦୦ ଟଙ୍କା ଦେବାକୁ ପଡିବ ।

୮. ଦିଲ୍ଲୀ କ୍ୟାପିଟାଲ୍ସ ଦଳର ହୋମଗ୍ରାଉଣ୍ଡ ଦିଲ୍ଲୀ ଥିବା ବେଳେ ଏହି ମ୍ୟାଚକୁ ଦେଖିବାକୁ ହେଲେ ୧୨୫୦ ଟଙ୍କା ଦେବାକୁ ହେବ ।

୯. ଚେନ୍ନାଇ ସୁପର କିଙ୍ଗ୍ସ ଦଳର ହୋମଗ୍ରାଉଣ୍ଡ ଚେନ୍ନାଇ ହୋଇଥିବା ବେଳେ ଏହି ମ୍ୟାଚ ଦେଖିବାକୁ ହେଲେ ୧୫୦୦ ଟଙ୍କା ଦେବାକୁ ହେବ

୧୦. ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ହୋମଗ୍ରାଉଣ୍ଡ ହେଉଛି ବାଙ୍ଗାଲୋର । ଆଉ ଏହି ମ୍ୟାଚ ଦେଖିବାକୁ ହେଲେ ସର୍ବାଧିକ ୨୪୦୫ ଟଙ୍କା ଦେବାକୁ ହେବ ।

Leave A Reply

Your email address will not be published.