31 ତାରିଖରେ ହେବ ପ୍ରବଳ ବର୍ଷା ! 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

0

Get real time updates directly on you device, subscribe now.

ଆସନ୍ତାକାଲିଠାରୁ ରାଜ୍ୟକୁ ଆସୁଛି ଆଉ ଏକ ଝଡ଼। ଏହାର ପ୍ରଭାବରେ ଆସନ୍ତା 30 ତାରିଖରେ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ 31 ତାରିଖରେ ଉପକୂଳ ଓଡ଼ିଶାର କିଛି ଭାଗରେ ପ୍ରବଳ ବର୍ଷାର ପୂର୍ବାନୁମାନ ସହ ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।

ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।ଆଜି ପାଇଁ 10 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ନୟାଗଡ଼, ଗଂଜାମ, ଗଜପତି, ଢେଙ୍କାନାଳ, ଯାଜପୁର, କଟକ, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ରାଜ୍ୟରେ ଗତ କିଛିଦିନ ହେବ କାଳବୈଶାଖୀ ସହ ପଶ୍ଚିମାଝଡ ଲାଗି ରହୁଛି। 31 ତାରିଖରେ ସାରା ରାଜ୍ୟରେ ବର୍ଷା ସହ 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାରେ 31 ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ସମସ୍ତଙ୍କୁ ସତର୍କ ରହିବାକୁ ପୂର୍ବରୁ ସୂଚାଇ ସାରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.