ନୂଆ କାର କିଣିବା ଆଗରୁ ତୁରନ୍ତ କରନ୍ତୁ ଏହି କାମ । କମିବ ପ୍ରିମିୟମ ମିଳିବ ବଢ଼ିଆ ଇନସୁରାନ୍ସ କଭରେଜ ।

0

Get real time updates directly on you device, subscribe now.

ବନ୍ଧୁଗଣ ଗାଡ଼ି କିଣିବା ସମୟରେ ଯଦି ଆପଣ କିଛି ଜରୁରୀ କଥା ଉପରେ ଧ୍ୟାନ ନଦେବେ ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ରକମ ଦେବାକୁ ପଡ଼ିପାରେ । ତେଣୁ ସାବଧାନ ରୁହନ୍ତୁ ଆଉ ଆମର ଏହି ଜରୁରୀ ଭିଡ଼ିଓ ଦେଖି ନିଅନ୍ତୁ । ଏମିତିରେ ଆପଣ ଠକାମିରୁ ରକ୍ଷା ପାଇ ପାଇବେ । ଏଠାରେ ଆମେ ଆପଣଙ୍କୁ କାର ଇନସୁରାନ୍ସ ସମ୍ପର୍କରେ କିଛି ଜରୁରୀ ନିୟମ ସମ୍ପର୍କରେ କହିବୁ ଯାହାକୁ ଜାଣିବା ଆପଣଙ୍କ ପାଇଁ ଖୁବ ଜରୁରୀ ।

ଯେବେ ବି ଆମେ କୌଣସି ନୂଆ ଗାଡ଼ିକୁ କିଣିଥାଉ ସେତେବେଳେ କାର ଇନୁସରାନ୍ସ ନେବା ମଧ୍ୟ ସମସ୍ତଙ୍କ ପାଇଁ ଜରୁରୀ ହୋଇଥାଏ । ଗାଡ଼ି ଯାହାବି ହୋଇଥାଉ ଏହାସହିତ ଇନସୁରାନ୍ସ ରହିବା ନିହାତି ଜରୁରୀ । ଏମିିତିରେ ବାହନ ଚୋରି ହେଲେ ଯେମିତି କିଛି ଅସୁବିଧା ହେବ ନାହିଁ । ଆପଣଙ୍କର ଏଥିରେ ଯେପରି କିଛି କ୍ଷତି ହେବ ନାହିଁ ।

ଆକ୍ସିଡେଣ୍ଟ ପରେ ଅନ୍ୟ ପକ୍ଷର ଲୋକ ଏଥିପାଇଁ ଟଙ୍କା ଦେବେ । ଗାଡ଼ିର ଇନସୁରାନ୍ସ ୧ ରୁ ୩ ବର୍ଷ ମଧ୍ୟରେ ଥାଏ । ଏହାପରେ ଇନସୁରାନ୍ସକୁ ରିନ୍ୟୁ କରିବାକୁ ପଡେ । କିନ୍ତୁ ଏହିସମୟରେ କିଛି ଜରୁରୀ କଥାକୁ ଧ୍ୟାନ ରଖନ୍ତୁ । ଏମିତିରେ ଆପଣ ମୋଟା ଅଙ୍କର ରକମ ଦେବାକୁ ପଡ଼ିବ ନାହିଁ ।

ଜିରୋ ଡେପ୍ରିସିଏସନ୍ କଭର୍ :- ଏହାକୁ ଜିରୋ ଡେପ କୁହାଯାଏ । ଯଦି ଆପଣ ଇନସୁରାନ୍ସ ସହିତ ଜିରୋ ଡେପ କଭର ନେଉଛନ୍ତି ତେବେ ଗାଡ଼ି କ୍ଷତିଗ୍ରସ୍ତ ହେବା ପରେ ଏହାକୁ ଠିକ କରିବା ପାଇଁ ଆପଣଙ୍କଠୁ କୌଣସି ଚାର୍ଜ ନିଆଯିବ ନାହିଁ । ନାହିଁ ବାରମ୍ବାର ଏହା ନିଆଯିବ । ଜିରୋ ଡିପ୍ରିସିଏସନ୍‌ କଭର ନୁଆ କାର କିମ୍ବା ଅଧିକ ତମ ଭାବେ ୩ ବର୍ଷ ପୁରୁଣା କାରରେ ମିଳିଥାଏ ।

ଥାର୍ଡ୍ ପାର୍ଟି ଇନ୍ସୁରାନ୍ସ :- କାର କିଣିବା ସହିତ ଲୋକଙ୍କୁ କାର ଇନ୍ସୁରାନ୍ସ ନେବା ବହୁତ୍ ଜରୁରୀ । ଦୁର୍ଘଟଣା ହେଉଥିବା ସ୍ଥିତିରେ କାରକୁ ନେଇ ହେଉଥିବା କ୍ଷତିର ଭରପାଇ କରିବା ପାଇଁ ଇନ୍ସୁରାନ୍ସ ଗୁରୁତ୍ଵପୂର୍ଣ୍ଣ । ସେମିତିରେ ଯଦି ଆପଣଙ୍କ ପାଖରେ କାର ଇନ୍ସୁରାନ୍ସ ନାହଁ ତେବେ ଜରିମାନା ମଧ୍ୟ ଲାଗିପାରେ ।

ଏଥିପାଇଁ ଥାର୍ଡ୍ ପାର୍ଟି ଇନ୍ସୁରାନ୍ସ କରିନେବା ଜରୁରୀ । ଭଲ ପଲିସି କିଣନ୍ତୁ ମନଇଚ୍ଛା ପଲିସି କିଣନ୍ତୁ ନାହିଁ । ଆପଣ ନିଜର ଆବଶ୍ୟକତା ଅନୁସାରେ ପଲିସିକୁ ଚୟନ କରନ୍ତୁ । ଯାହାଠାରୁ ଆପଣ କାର କିଣୁଛନ୍ତି ତାଙ୍କ ଦ୍ଵାରା ଆପଣଙ୍କୁ ପଲିସି ଦିଆଯିବ । ପଲିସିରେ କଣ କଣ କଭରେଜ୍ ମିଳୁଛି ତାହା ଚେକ୍ କରନ୍ତୁ । ଭଲ ଓ କମ୍ ପ୍ରିମିୟମର ବଢ଼ିଆ ପଲିସି ଆପଣ ଏଥିରୁ ପାଇ ପାରିବେ ।

Leave A Reply

Your email address will not be published.