ବଡ ଖବର : କର୍ମଚାରୀଙ୍କ ଅବସର(Retirement) ବୟସରେ ହେଲା ବୃଦ୍ଧି, ଜାରି ହେଲା ଆଦେଶ

0

Get real time updates directly on you device, subscribe now.

ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ସରକାର ଆଣିଛନ୍ତି ସେମାନଙ୍କ ପାଇଁ ଆଉ ଏକ ସୁବର୍ଣ୍ଣ ସୁଯୋଗ । ଆଜ୍ଞା ହଁ ବନ୍ଧୁଗଣ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ବାସ୍ତବରେ ସେମାନଙ୍କର ଅବସର ବୟସ ବୃଦ୍ଧି କରାଯାଇଛି । ଏଥିପାଇଁ ଆଦେଶ ଜାରି କରାଯାଇଛି ।

କର୍ମଚାରୀମାନେ ୬୫ ବର୍ଷ ବୟସରେ ଅବସର ନେବେ । ସେମାନଙ୍କର ଅବସର ବୟସ ୭ ବର୍ଷ ବୃଦ୍ଧି କରାଯାଇଛି । ଦୀର୍ଘ ଦିନ ଧରି କର୍ମଚାରୀମାନେ ଅବସର ବୟସ ବୃଦ୍ଧି କରିବାକୁ ଦାବି କରୁଥିଲେ, ଯାହା ବର୍ତ୍ତମାନ ହୋଇସାରିଛି । ଆପଣ ଜାଣି ବହୁତ ଖୁସି ହେବେ ଯେ ବର୍ତ୍ତମାନ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଇଛି ।

ବାସ୍ତବରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସି-ଏ-ଟି)ର ଚଣ୍ଡିଗଡ଼ ବେଞ୍ଚ ଦ୍ୱାରା ଏହି ଆଦେଶ ଜାରି କରାଯାଇଛି । ସୂଚନଯୋଗ୍ୟ ଯେ, ଶିକ୍ଷକମାନଙ୍କ ଦ୍ୱାରା ଅବସର ବୟସ ସୀମାକୁ ୫୮ରୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା ।

ଯାହାକି ବର୍ତମାନ କାର୍ଯ୍ୟକାରୀ ହୋଇଛି । ଆଉ ବର୍ତମାନ ଚଣ୍ଡିଗଡ଼ର ସରକାରୀ କଲେଜ ଶିକ୍ଷକ ସବୁ ଏବେ ୬୫ ବର୍ଷ ବୟସରେ ଅବସର ନେବେ ।

ତେବେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲର ଏହି ନିଷ୍ପତ୍ତି ପରେ ଚଣ୍ଡିଗଡ଼ କଲେଜ ଅଫ୍ ଆର୍ଟ ଆର୍କିଟେକ୍ଟ କୁ ଛାଡ଼ି ଚଣ୍ଡିଗଡ଼ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ମହିଳା ରାଜନୈତିକ ମହାବିଦ୍ୟାଳୟ ଏବଂ ସରକାରୀ କଳା ମହାବିଦ୍ୟାଳୟର ଅନେକ ଶିକ୍ଷକ ବଡ଼ ଲାଭ ପାଇବାକୁ ଯାଉଛନ୍ତି । ସୂଚନଯୋଗ୍ୟ ଯେ, ଶିକ୍ଷକମାନେ ଏଆଇସିଟିଇ ରେଗୁଲେସନ୍ ୨୦୧୦ ଓ ଅନ୍ୟାନ୍ୟ ନିୟମାବଳୀ ଦର୍ଶାଇ ଏହି ଦାବି କରିଥିଲେ ।

୨୦୨୧ ମେ ମାସରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଶିକ୍ଷକମାନଙ୍କ ପକ୍ଷରୁ ଓକିଲ ଶୁଣାଣି ସମୟରେ ଶିକ୍ଷକ ମାନଙ୍କ ଏହି ନିଷ୍ପତ୍ତିକୁ ଉଲ୍ଲେଖ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଏହି ଆଇନ ସଂସଦରେ ପାରିତ ହୋଇଥିଲା । ଫଳରେ ଚଣ୍ଡିଗଡ଼ ପ୍ରଶାସନ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକଙ୍କ ଅବସର ବୟସ ୬୫ ବର୍ଷକୁ ବର୍ଦ୍ଧିତ ହେବା ଉଚିତ୍ ବୋଲି ଦାବି ହୋଇଥିଲା ।

ତେବେ ବନ୍ଧୁଗଣ ଏଠାରେ ଆମେ କହି ରଖୁଛୁ ଯେ ଶେଷଥର ୧୯୯୪ ମସିହାର ପ୍ରଣୟନ ହୋଇଥିବା ନିୟମ ଅନୁସାରେ ଅବସର ବୟସ ସୀମା ୫୮ ବର୍ଷରୁ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.