ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ କୋଲକାତାକୁ ଲାଗିଲା ବଡ ଝଟକା, ଟିମରୁ ବାହାରିଲେ ଏହି 2 ଜବରଦସ୍ତ ଖେଳାଳି।:-

0

Get real time updates directly on you device, subscribe now.

ଚଳିତ ବର୍ଷର ଆଇପିଏଲ ମାର୍ଚ୍ଚ 31 ରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜର ପ୍ରସ୍ତୁତି ଶେଷ କରିସାରିଛନ୍ତି। ସେପଟେ ଆଇପିଏଲ ଆରମ୍ଭ ପୂର୍ବରୁ ଶାହରୁଖ ଖାନଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖରାପ ଖବର ସାମ୍ନାକୁ ଆସିଛି।

ପ୍ରକୃତରେ ଦଳର ଷ୍ଟାର ଖେଳାଳି ଶାକିବ ଅଲ ହସନ ଏବଂ ଲିଟନ ଦାସ ଆଇପିଏଲର ଏହି ସିଜିନର କିଛି ମ୍ୟାଚକୁ ମିସ୍ କରିପାରନ୍ତି।  ଆଇପିଏଲ୍ 2023 ପାଇଁ ଉଭୟ ଖେଳାଳିଙ୍କ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ ଦ୍ୱାରା NOC ଦିଆଯାଇ ନାହିଁ।

ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ଶାକିବ ଅଲ ହସନ ଏବଂ ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ ଉଭୟ ଖେଳାଳି କେକେଆର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ବାହାରେ ରହିବା ଦଳ ପାଇଁ ଏକ ବଡ଼ ଝଟକା ହୋଇପାରେ। ଶାକିବ ଅଲ ହସନ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ଗଣାଯାଏ।

ଯେକୌଣସି ସମୟରେ ମ୍ୟାଚର ଗତି ପରିବର୍ତ୍ତନ କରିବାର କ୍ଷମତା ଶାକିବ ଅଲ ହସନଙ୍କ ପାଖରେ ଅଛି। ଅନ୍ୟପକ୍ଷରେ ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କ ଅନୁପସ୍ଥିତି ଦଳ ପାଇଁ ଅସୁବିଧା ବଢ଼ାଇପାରେ। ଏଭଳି ପରିସ୍ଥିତିରେ କେକେଆର୍ ପ୍ରାରମ୍ଭିକ ମ୍ୟାଚ୍‌ରେ ଉଭୟଙ୍କ କମିକୁ ଅନୁଭବ କରିବ। ଏହାସହ କେକେଆର ଅଧିନାୟକ ଶ୍ରେୟସ ଆୟର ଆହତ ହୋଇଛନ୍ତି।

ଏଭଳି ପରିସ୍ଥିତିରେ ଶାକିବ ଅଲ ହାସନଙ୍କୁ ଆଇପିଏଲ 2023 ପାଇଁ ଦଳର ଦାୟିତ୍ୱ ଦିଆଯାଇପାରେ। କାରଣ ତାଙ୍କ ପାଖରେ ଅଧିନାୟକତ୍ୱର କରିବାର ଅଭିଜ୍ଞତା ରହିଛି।କିନ୍ତୁ ବର୍ତ୍ତମାନ ବାଂଲାଦେଶ କ୍ରିକେଟ୍ ବୋର୍ଡରୁ ଶାକିବଙ୍କୁ NOC ନ ମିଳିବାରୁ ତାଙ୍କୁ ଅଧିନାୟକତ୍ୱର ସୁଯୋଗ ମିଳିବ ନାହିଁ । ତେବେ ଶ୍ରେୟସ ଆୟରଙ୍କ ଆଘାତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକ ସୂଚନା ମିଳିପାରି ନାହିଁ।

ଆଇପିଏଲ 2023 ପାଇଁ KKR ର ଦଳ।

ଶ୍ରେୟସ୍ ଆୟର , ନୀତିଶ ରାଣା, ସୂୟଶ ଶର୍ମା, ଡେଭିଡ ୱିସେ, କୁଲୱନ୍ତ ଖେଜ୍ରୋଲିଆ, ମନଦୀପ ସିଂ, ରହମାନୁଲ୍ଲା ଗୁରୁବାଜ, ଲକି ଫର୍ଗୁସନ, ଉମେଶ ଯାଦବ, ଟିମ ସାଉଥୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ରିଙ୍କୁ ସିଂ, ନାରାୟଣ ଜଗଦିଶନ, ଭେଙ୍କଟେଶ ଆୟର, ଆଣ୍ଡ୍ରେ ରସେଲ, ସୁନୀଲ ନରେନ, ଶାର୍ଦ୍ଦୁଲ ଠାକୁର, ବୈଭବ ଅରୋଡ଼ା, ଲିଟନ୍ ଦାସ, ଶାକିବ ଅଲ ହାସନ ।

Leave A Reply

Your email address will not be published.