ଦେଖନ୍ତୁ ଭିଡ଼ିଓ : ବ୍ୟକ୍ତି ଜଣକ ନିଜ ବାଇକ ପଛରେ ଏକ “ବାର୍ବୀ ଡଲ” ବସାଇ ବୁଲିଲେ ବଜାର, ଏପରି ଦୃଶ୍ୟ ଦେଖି ଲୋକଙ୍କର ଉଡ଼ିଗଲା ହୋସ

0

Get real time updates directly on you device, subscribe now.

ଇଣ୍ଟରନେଟ୍ ହେଉଛି ଅଜବ ଏବଂ ଚମକାର ଜିନିଷର ଏକ ଭଣ୍ଡାର। ପଶୁମାନଙ୍କର ଭିଡିଓ ଠାରୁ ବିଚିତ୍ର ରୋଷେଇ କ୍ଲିପ୍ ପର୍ଯ୍ୟନ୍ତ, ମନୋରଞ୍ଜନ ବିକଳ୍ପଗୁଡ଼ିକର ଜମାବି ଅଭାବ ନାହିଁ। ତେବେ ସେହିପରି ରାସ୍ତାରେ ମଧ୍ୟ ଘଟୁଥିବା କିଛି ଅଦ୍ଭୁତ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ଆଜି ମଧ୍ୟ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଜଣେ ବାଇକ୍ ଡ୍ରାଇଭର ବାର୍ବୀ ଡଲ୍ ସହିତ ବାଇକ୍ ଯାଉଥିବାର ଦେଖାଯାଇଥିଲା। ଏହି ଅଦ୍ଭୁତ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କବୀର ତନେଜା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ଛବି ସେୟାର କରିଥିଲେ, ଯେଉଁଥିରେ ଜଣେ ବ୍ୟକ୍ତି ଏକ ଛୋଟ ବାର୍ବୀ ଡଲ୍ କୁ ନିଜ ବାଇକ ପଛ ସିଟରେ ବସାଇଥିଲେ।

ଏହି ଫଟୋ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଅଜବ ଦୃଶ୍ୟ ଦେଖିବା ପରେ ଲୋକମାନେ ଏବେ ଅନେକ ପ୍ରଶ୍ନ କରୁଛନ୍ତି। ଟ୍ୱିଟର ବ୍ୟବହାରକାରୀ ତନେଜା କ୍ୟାପସନରେ ଏହି ଛବି ସେୟାର କରିଛନ୍ତି, “ଦିଲ୍ଲୀ ରାସ୍ତାରେ ବାସ୍ତବରେ କିଛି ନା କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ ।”

ଏହି ପୋଷ୍ଟ ଭାଇରାଲ ହେବା ପରେ ଅନେକ ଲୋକ ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି। କେହି କେହି କହିଛନ୍ତି ଯେ ବାଇକ୍ ଡ୍ରାଇଭର ଜାଣିଛନ୍ତି କି ତାଙ୍କ ପଛ ସିଟରେ ଏକ ବାର୍ବୀ ଡଲ୍ ବସିଛି। ଜଣେ ଉପଭୋକ୍ତା କହିଛନ୍ତି ଯେ , “ମୁଁ ନିଶ୍ଚିତ ଯେ ଏହା ତାଙ୍କ ଝିଅର କାରନାମା!”

ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ ପିତା ତାଙ୍କ ଝିଅ ପାଇଁ ଉପହାର ନେଉଛନ୍ତି କିମ୍ବା ତାଙ୍କ ଝିଅ ତାଙ୍କୁ ଏପରି କରିବାକୁ କହିଛନ୍ତି। କିଛି ଲୋକ ପରିସ୍ଥିତିକୁ ପରିହାସ କରି ଲେଖିଥିଲେ ଭଲ ହେଇଛି ଯେ କଣ୍ଡେଇଟି ସିଟ୍ ବେଲ୍ଟ ପିନ୍ଧିଛି। ଅନ୍ୟ ଜଣେ ଲେଖିଛନ୍ତି ଯେ, ବ୍ୟକ୍ତି ଜଣକ ଜାଣିବି ନଥିବେ ତାଙ୍କ ପଛରେ କିଛି ଅଛି।

Leave A Reply

Your email address will not be published.