ହୋଲି 2022: ମୁହଁ, ଚୁଟି ଓ ନଖରୁ ବହୁତ ସହଜରେ ଛାଡ଼ିବ ରଙ୍ଗ, ଜାଣନ୍ତୁ କେମିତି ହୋଲିଖେଳ ପରେ ନିଜ ଦେହରୁ ରଙ୍ଗ ଛଡାଇବେ !

0

Get real time updates directly on you device, subscribe now.

ହୋଲି 2022 ମାତ୍ର ଆଉ ଅଳ୍ପ ଦିନ ବାକି ରହିଛି। ହୋଲି ପାଇଁ ସମସ୍ତେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ହୋଲି ରେ କେମିକାଲ ରଙ୍ଗ ଓ ଗୁଲାଲ ବହୁତ ବ୍ୟବହାର ହୋଇଥାଏ। ଆଜି କାଲି ରଙ୍ଗରେ ବ୍ୟବହାର ହେଉଥିବା କେମିକାଲ ଯଦି ମୁହଁ, ଚୁଟି ଓ ନଖରେ ଲାଗିଯାଏ ତାହେଲେ ଏହାକୁ ଛଡ଼ାଇବା ବହୁତ କଷ୍ଟ ହୋଇଥାଏ।

କିଛି ଲୋକଙ୍କ ମୁହଁରୁ ରଙ୍ଗ ବହୁତ ସହଜରେ ଛାଡ଼ି ଯାଇଥାଏ, କିନ୍ତୁ କିଛି ଲୋକଙ୍କ ରଙ୍ଗ ଛାଡ଼ିନଥାଏ। ଯଦି ଏହି କେମିକାଲ ଜନିତ ରଙ୍ଗକୁ ଶାମ୍ପୁ ଦ୍ୱାରା ଛଡ଼ାଇବାକୁ ଚେଷ୍ଟା କରାଯାଇଥାଏ ତାହେଲେ ସ୍କିନ ଓ ହେୟାର କୁ କ୍ଷତି ପହଞ୍ଚିଥାଏ। ଯଦି ଆପଣ ହୋଲି ଖେଳୁଥିବା ଲୋକଙ୍କ ମଧ୍ୟରେ ଅଟନ୍ତି ତାହେଲେ ଆମେ ଆପଣଙ୍କୁ ଆଜି ଏକ ଟ୍ରିକ ବିଷୟରେ କହିବାକୁ ଯାଉଛୁ ଯାହାକି ମୁହଁ, ଚୁଟି ଓ ନଖରୁ ବହୁତ ସହଜରେ ରଙ୍ଗ ଛଡ଼ାଇଦେବ।

ଶରୀରରୁ କେମିତି ରଙ୍ଗ ହଟିବ:-

ଶରୀର ଓ ମୁହଁରୁ ହୋଲିର ରଙ୍ଗ ଛଡ଼ାଇବା ପାଇଁ ଲୋକମାନେ ମୁହଁକୁ ସ୍କ୍ରବ କରିବା ଆରମ୍ଭ କରିଦିଅନ୍ତି। କିନ୍ତୁ କେବେ ଏହାକୁ କରିବା ଉଚିତ ନୁହେଁ। ଏଥିରେ ଚର୍ମରୁ ରଙ୍ଗ ଛାଡ଼ିବା ସହିତ ଚମଡ଼ାକୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ମୁହଁ ଓ ଚମଡ଼ାରୁ କଲର ବାହାର କରିବା ପାଇଁ ବଡ଼ିୱାସ ଓ ସାବୁନ ଲଗାଇବା ପୂର୍ବରୁ ଶରୀରରେ ତେଲ ପ୍ରଥମେ ଲଗାଇବାକୁ ପଡ଼ିବ।

ଏହା ନାକେବଳ ଆପଣଙ୍କ ଶରୀର ରୁ ରଙ୍ଗ ବାହାର କରିବାରେ ସାହାର୍ଯ୍ୟ କରିବ ବରଂ ଶରୀରକୁ ପୋଷଣ ମଧ୍ୟ ଦେବ। ଯଦି ଆପଣ ତେଲ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ ତାହେଲେ ଆପଣ ଏକ ଲୋସନ କିମ୍ବା କ୍ରିମ ମଧ୍ୟ ବ୍ୟବହାର କରିପାରିବେ। ଯଦି ଏହାପରେ ଆପଣ ନିଜ ଶରୀରକୁ ଟାଉଲରେ ପୋଛିବେ ତାହେଲେ ଦେଖିବେ ରଙ୍ଗ ଟାଉଲରେ ଆସି ସାରିଥିବ।

କେମିତି ମୁହଁରୁ ରଙ୍ଗ ବାହାର କରାଯିବ:-

ମୁହଁରୁ ରଙ୍ଗ ବାହାର କରିବା ପାଇଁ ଆପଣଙ୍କୁ କ୍ଲିଜିଂ ଫେସୱାସ ବ୍ୟବହାର କରି ଏହାପରେ ମୁହଁରେ ମଇଶ୍ଚରାଇଜର ବ୍ୟବହାର କରିବାକୁ ହେବ। ଯଦି ଆବଶ୍ୟକ ହୁଏ ତାହେଲେ ଆପଣ ଫେସ ମାସ୍କ ବ୍ୟବହାର କରିପାରିବେ। ଯଦି ଆପଣ ହୋଲି ଖେଳିବା ପୂର୍ବରୁ ଶରୀରରେ ତେଲ ବ୍ୟବହାର କରୁଛନ୍ତି ତାହେଲେ ଟାନିଂ ରୁ ବର୍ତ୍ତିବା ପାଇଁ ଆପଣଙ୍କୁ ତେଲ ଉପରେ ସନସ୍କ୍ରିନ ବ୍ୟବହାର କରିବାକୁ ହେବ। ଆପଣ ଲେମ୍ବୁ, ଦହି, ବେଶନ ଜରିଆରେ ଏହି ମିଶ୍ରଣକୁ ବ୍ୟବହାର କରି ଶରୀରରୁ ରଙ୍ଗ ବାହାର କରିପାରିବେ ଓ ଶରୀରକୁ ହାଇଡ୍ରେଟ ରଖିବାପାଇଁ ଏଥିରେ ଏକ ଭିଟାମିନ ଇ କ୍ୟାପ୍ସୁଲ ବ୍ୟବହାର କରିପାରିବେ।

ଚୁଟି ରୁ ରଙ୍ଗ କେମିତି ବାହାରିବ:-

ଆପଣ ହୋଲି ଖେଳିବା ପରେ ନିଜର ଚୁଟି କୁ ଶାମ୍ପୁ କରନ୍ତୁ। ରଙ୍ଗ ବାହାର କରିବାପାଇଁ 2 ଥର ଶାମ୍ପୁର ଆବଶ୍ୟକ ହୋଇଥାଏ। ଆପଣ ଏହାପରେ ଚୁଟିରେ କଣ୍ଡିସନର ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କୁ ଚୁଟିରେ ହାଇଡ୍ରେସନ ମିଳିଥାଏ।

କଣ୍ଡିସନର ପରେ ଆପଣଙ୍କୁ ଚୁଟିରେ ହେୟାର ସେରମ ଲଗାଇବାକୁ ପଡ଼ିଥାଏ। ଏହା ବାଳକୁ ଖରାରୁ ପ୍ରୋଟେକ୍ଟ କରିଥାଏ। ବାଳକୁ ଝଡ଼ିବାରୁ କମ କରିବାପାଇଁ ହେୟାର ସ୍ପା କରନ୍ତୁ ଏହାସହ ଘରେ କଣ୍ଡିସନିଂ ମାସ୍କ ବ୍ୟବହାର କରନ୍ତୁ।

ନଖରୁ ହୋଲି ର ରଙ୍ଗ କେମିତି ହଟାଇବେ:-

ଯଦି ଆପଣ ନିଜର ନଖ କୁ ରଙ୍ଗରୁ ବଞ୍ଚାଇବାକୁ ଚାହାଁନ୍ତି ତାହେଲେ ନିଜ ନଖରେ ଟ୍ରାନ୍ସପାରେଣ୍ଟ ନେଲ ପଲିସ ବ୍ୟବହାର କରିପାରିବେ ଓ ଏହାକୁ ରିମୁଭାଲ ସମୟରେ ବହୁତ ସହଜରେ ଏହାକୁ ଛଡାଇ ପାରିବେ। ଏହାସହ ଯଦି ନଖରୁ ରଙ୍ଗ ଛାଡୁନାହିଁ ତାହେଲେ ଆପଣ ନଖକୁ ଗରମ ପାଣିରେ ବୁଡାଇ ବାଦାମ ତେଲରେ ଛଡ଼ାନ୍ତୁ। ଏହାଦ୍ୱାରା ନଖରୁ ରଙ୍ଗ ସବୁ ଛାଡ଼ିଯିବ।

ଏହିକଥାର ଧ୍ୟାନ ରଖନ୍ତୁ:-

ଯଦି ହୋଲି ଖେଳିବା ପରେ କୌଣସି ଇଚିଂ କିମ୍ବା କୁଣ୍ଡିଆ ହେଉଛି ତାହେଲେ ତୁରନ୍ତ ଡ଼କ୍ଟରଙ୍କ ସହିତ ଭେଟ ହୁଅନ୍ତୁ। ଯଦି ଆପଣଙ୍କ ରଙ୍ଗ ସେନ୍ସିଟିଭ ଅଟେ ତାହେଲେ ପ୍ରଥମେ ନିଜର ଡ୍ରମାଟୋଲୋଜିଷ୍ଟଙ୍କ ଠାରୁ ଉପଦେଶ ନେବାପରେ ହୋଲି ଖେଳନ୍ତୁ। ଅଧିକ ସୂଚନା ପାଇଁ ଡ଼କ୍ଟରଙ୍କ ପରାମର୍ଶ ନିଅନ୍ତୁ।

Leave A Reply

Your email address will not be published.