ହେଲୋ ରୁଷ ଖଳନାୟକ..ମୁଁ ଆସୁଛି,,,,କଣ ଗୋଟିଏ ପିଶାଚ ରୁଷର 10ଟି ଜେଟକୁ ନଷ୍ଟ କରିଦେଲା !

0

Get real time updates directly on you device, subscribe now.

ୟୁକ୍ରେନରେ ରୁଷ ର ଆକ୍ରମଣ ପରେ କିଛି ଚର୍ଚ୍ଚା ଜାରି ରହିଛି କି, Ghost of Kyiv ନାମକ ଏକ ଫାଇଟର ପାଇଲଟ ରୁଷ ର ଫାଇଟର ଜେଟସକୁ ମାରି ପକାଉଛନ୍ତି। ଏହାର ପୁଷ୍ଟି ହୋଇନାହିଁ ଓ କିଛି ଲୋକ ଏହାକୁ କାଳ୍ପନିକ କାହାଣୀ ମଧ୍ୟ କହୁଛନ୍ତି। କିନ୍ତୁ ପୁଣି ଯେତେବେଳେ ୟୁକ୍ରେନ ସେନା ଏହି ଫୋଟୋ ପୋଷ୍ଟ କଲେ ସେତେବେଳେ ଏହି ପିଶାଚ ର ଚର୍ଚ୍ଚା ପୁଣି ଆରମ୍ଭ ହୋଇଥିଲା। ଏବେ ୟୁକ୍ରେନ ସେନା ଓ ସାଧାରଣ ଲୋକଙ୍କ ସାହସ ହୋଇ ଛିଡ଼ା ହୋଇଛନ୍ତି ଏହି ପିଶାଚ। ୟୁକ୍ରେନର ସମ୍ପୂର୍ଣ୍ଣ ବାୟୁସେନା ପାଇଁ ଏହି ପ୍ରତୀକର ବ୍ୟବହାର କରାଯାଉଛି।

ୟୁକ୍ରେନର ସୁରକ୍ଷା ବଳ ନିଜର ନିଜର ଭେରିଫାଇଡ଼ ଫେସବୁକ ଆକାଉଣ୍ଟ ଜରିଆରୁ ଏହି ଫୋଟୋ ଶେୟର କରିଥିଲେ। ଏହି ଫୋଟୋରେ ଜଣେ ଫାଇଟର ପାଇଲଟକୁ ଦେଖାଗଲା। ଏହି ଫୋଟୋର କ୍ୟାପ୍ସନରେ ଲେଖାଥିଲା, ହେଲୋ ରୁଷ ସୈନିକ ମୁଁ ତୁମ ଆତ୍ମା ନେବାକୁ ଆସୁଛି- କିଭ ର ପିଶାଚ ! ଗୋଟିଏ ଦିନରେ ଏହି ଫୋଟୋକୁ ଏକ ଫେସବୁକ ପେଜ ରେ 7700 ଅଧିକ ଶେୟର କରାଯାଇଛି।

ୟୁକ୍ରେନ ସୁରକ୍ଷା ବଳ ଯେଉଁ ଫୋଟୋ ପୋଷ୍ଟ କରିଛନ୍ତି ଏଥିରେ କୌଣସି ରୂପରେ ପାଇଲଟଙ୍କ ନାମ ଦର୍ଶା ଯାଇନାହିଁ। ଏଥିରେ ଜଣେ ପାଇଲଟ ଅକ୍ସିଜେନ ମାସ୍କ ଲଗାଇ ଡ଼ାର୍କ ଭାଇଜର ସହିତ କକଫିଟ ରେ ନଜର ଆସିଥାଏ। ସେ MiG-29 ରେ ବସିଥିବାର ନଜର ଆସୁଛନ୍ତି।

ୟୁକ୍ରେନ ରୁଷ ର କେତେକ ଫାଇଟର ଜେଟ ଉଡାଇଥିବାର ଦାବି କରୁଛି:-

ୟୁକ୍ରେନର ଦାବି ହେଉଛି କି, ସେ ରୁଷର ବହୁତ ଏୟାରକ୍ରାଫ୍ଟ ଉଡାଇ ସାରିଛନ୍ତି। ମିଡ଼ିଆ ରିପୋର୍ଟ ମୁତାବିକ, ଯୁଦ୍ଧ ପୂର୍ବରୁ ରୁଷ ପାଖରେ 1200 ଓ ୟୁକ୍ରେନ ପାଖରେ 124ଟି ଫାଇଟର ଜେଟ ଥିଲା।

Leave A Reply

Your email address will not be published.