ହ୍ଵାଟସଆପ୍‌ ୟୁଜର୍ସମାନଙ୍କ ପାଇଁ ୧୦ଟି ନୂଆ ଫିଚର୍ସ ! ଏବେ ହିଁ ଜାଣିନିଅନ୍ତୁ ଆଗକୁ ହେବନି କୌଣସି ଅସୁବିଧା

0

Get real time updates directly on you device, subscribe now.

ଆଣ୍ଡ୍ରଏଡ, ଆପଲ ଆଇଓଏସ, ଓ୍ଵିଣ୍ଡୋଜ ଏବଂ ୱେବ ବ୍ୟବହାରକାରୀମାନଙ୍କ ପାଇଁ ଅନେକ ନୂଆ ଫିଚର୍ସ ଆଣୁଛି ହ୍ଵାଟ୍ସଆପ୍‌। ଯାହା ଫଳରେ ହ୍ଵାଟସଆପ ୟୁଜର୍ସମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ତେବେ ଏହି ନୂଆ ଫିଚର୍ସ ମଧ୍ୟରୁ କିଛି ବର୍ତ୍ତମାନର ଫିଚରରେ ଉପଲବ୍ଧ ରହିଛି। ତେବେ କିନ୍ତୁ କିଛି ଏମିତି ଫିଚର୍ସ ଅଛି ଯାହା ଆପଣଙ୍କୁ ହ୍ଵାଟସଅପ୍‌ ବ୍ୟବହାର କରିବା ସମୟରେ ସ୍ପେଶାଲ ଫିଲ କରାଇବ। ତେବେ ସେହି ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା ଯାହାକୁ ବହୁତ ଶୀଘ୍ର ହ୍ଵାଟଆପ ରୋଲଆଉଟ କରିବା ପାଇଁ ଯାଉଛି।

ଗ୍ରୁପ ଆଡମିନଙ୍କ ନିକଟରେ ୟୁଜର୍ସଙ୍କ ମେସେଜ ଡିଲିଟ କରିବାର କ୍ଷମତା ରହିବ:-

ଗୃପ ଆଡମିନଙ୍କ ସୁବିଧା ପାଇଁ ଏକ ନୂଆ ଚାଟ ଫିଚର ଆଣିବା ପାଇଁ ହ୍ଵାଟସଆପ ଚେଷ୍ଟାକରୁଅଛି। ଯାହାଦ୍ୱାରା ଗ୍ରୁପର ଆଡମିନ୍‌ ୟୁଜରଙ୍କ ଚାଟ ମେସେଜକୁ ବିନା ତାଙ୍କର ଅନୁମତିରେ ମଧ୍ୟ ଡିଲିଟ କରିପାରିବ। ଏହାଦ୍ୱାରା ୟୁଜରମାନଙ୍କ ମେସେଜ ଚାଟିଙ୍ଗ ଉପରେ କଣ୍ଟ୍ରୋଲ ମଧ୍ୟ ରଖିହେବ। ଯେତେବେଳେ ଆଡମିନ କୌଣସି ୟୁଜର୍ସମାନଙ୍କ ମେସେଜକୁ ଡିଲିଟ କରିବେ ସେତେବେଳେ ସ୍କ୍ରିନ୍‌ ଉପରେ ‘ଦିସ୍‌ ହ୍ଵାଜ୍‌ ଡିଲିଟେଡ ବାୟ ଆନ୍‌ ଆଡମିନ୍‌’ ବୋଲି ମେସେଜ ଦେଖାଯିବ।

ହ୍ଵାଟସଆପ୍‌ ୱେବ/ଡେସ୍କଟପ ପାଇଁ ଟୁ ଷ୍ଟେପ ଭେରିଫିକେସ:-

ମେଟା ଦ୍ୱାରା ଅଧିକୃତ ହ୍ଵାଟସଆପ୍‌ ୟୁଜର୍ସମାନଙ୍କ ସିକ୍ୟୁରିଟୀକୁ ନେଇ ନୂଆ ଫିଚର ପ୍ଲାନିଙ୍ଗ କରୁଅଛି। ଡେସ୍କଟପ ଏବଂ ୱେବ ୟୁଜର୍ସମାନଙ୍କ ସିକ୍ୟୁରିଟୀକୁ ଅଧିକ ଧ୍ୟାନରେ ରଖି ହ୍ଵାଟସଆପ ଟୁ ଷ୍ଟେପ ଭେରିଫିକେସନ୍‌ ଫିଚରକୁ ଆଣୁଛି। ଏହି ଟୁ ଷ୍ଟେପ ଭେରିଫିକେସନ ଫିଚର ସାହାଯ୍ୟରେ ଆପଣଙ୍କ ହ୍ଵାଟସଆପ୍‌ ଆକାଉଣ୍ଟର ସିକ୍ୟୁରିଟୀକୁ ଅନେକ ଗୁଣା ବଢ଼ାଇଦେବ। ଏହି ଟୁ ଷ୍ଟେପ ଭେରିଫିକେସନ୍‌ ପିନ୍‌ ୬ ଅଙ୍କ ବିଶିଷ୍ଟ କୋଡରେ ଆସିଥାଏ। ଆଉ ଏହି ପିନ୍‌ ଆପଣଙ୍କୁ ଏସମଏସ ଏବଂ ଫୋନ୍‌ କଲ ଦ୍ୱାରା ମଧ୍ୟ ମିଳିପାରିବ। ଯେତେବେଳେ ମଧ୍ୟ ଆପଣ ହ୍ଵାଟସଆପ ଲଗଇନ କରିବେ ସେତେବେଳେ ଆପଣଙ୍କୁ ଏହି ଟୁ ଷ୍ଟେପ ଭେରିଫିକେସନର ଫିଚର ପିନର ମଧ୍ୟ ଆବଶ୍ୟକତା ପଡିବ। ତେବେ ଆପଣଙ୍କୁ ଜଣାଇ ଦେଉଛୁକୁ ଏହି ଫିଚର ଆପଣଙ୍କର ହ୍ଵାଟସଆପ୍‌ ମୋବାଇଲ ଆପରେ ପୂର୍ବରୁ ମଧ୍ୟ ଉପଲବ୍ଧ ରହିଛି।

ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ଭଳି ମେସେଜର ରିଆକସନ ଦେଇପାରିବେ:-

ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ଭଳି ଆପଣ ମଧ୍ୟ ହ୍ଵାଟସଆପର ମେସେଜରେ ମଧ୍ୟ ରିଆକସନ ଦେଇପାରିବେ। ଏହି ଫିଚର ୟୁଜରମାନଙ୍କୁ ମେସେଜରେ ରିଆକ୍ଟ କରିବା ପାଇଁ ଅନୁମତି ଦେବ। ଏଥିପାଇଁ ୟୁଜର୍ସଙ୍କୁ ମେସେଜ ଉପରେ ଟ୍ୟାପ ଏବଂ ପ୍ରେସ୍‌ କରିବା ପାଇଁ ପଡିବ। ଏହାପରେ ମେସେଜକୁ ଡ୍ରାଗ କରି ଅପ୍ରୋପିଏଟ୍‌ ଇମୋଜି ଦେଇ ମେସେଜ ମାଧ୍ୟମରେ ପ୍ରତିକ୍ରିୟା ଦେଇପାରିବେ। ଆପଣଙ୍କର ଏହି ପ୍ରତିକ୍ରୀୟା ମେସେଜର ତଳେ ଗ୍ରୁପର ସବୁ ମେମ୍ବର୍ସମାନଙ୍କୁ ସୋ କରିବ।

ନୂଆ ଆନିମେଟେଡ୍‌ ଇମୋଜି:-

ହ୍ଵାଟସଆପ ଆଣ୍ଡ୍ରଏଡ ଏବଂ ଆପଲ ଆଇଓଏସ ୟୁଜର୍ସମାନଙ୍କ ପାଇଁ ନୂଆ ଆନିମେଟେଡ ଇମୋଜି ଆଣିବାକୁ ପ୍ଲାନ କରୁଛି। ବର୍ତ୍ତମାନ ୟୁଜର୍ସ ହ୍ଵାଟ୍ସଆପରେ ହାର୍ଟ ଇମୋଜି ସେଣ୍ଡ କରିଲେ ହାଟ ବିଟିଙ୍ଗ ହେଉଥିବାର ଦେଖିବାକୁ ମିଳୁଛି। ଆଉ ଏହି ଆନିମେସନ ଇଫେକ୍ଟ କେବଳ ରେଡ କଲର ହାର୍ଟରେ ରହିଛି କିନ୍ତୁ ହ୍ଵାଟସଆପ୍‌ ଆଣୁଥିବା ଏହି ନୂଆ ଫିଚର ଅନ୍ୟ ଇମୋଜି ଉପରେ ମଧ୍ୟ ଆନିମେସନ ଇଫେକ୍ଟ ଦେବା ଉପରେ କାମ କରିବ।

ଗ୍ରୁପ ଚାଟ୍‌ ଫିଚର କଲଡ୍‌ କମ୍ୟୁନିଟିଜ:-

କମ୍ୟୁନିଟିଜ୍‌ ଫିଚର ଗ୍ରୁପ ଆଡମିନିଷ୍ଟ୍ରେଟକ୍ଟର୍ସକୁ ଅଧିକ କଣ୍ଟ୍ରୋଲ କରି ରଖିପାରିବ। ଅନେକ ଗ୍ରୁପକୁ ନେଇ ଏକ କମ୍ୟୁନିଟି ପ୍ରସ୍ତୁତ ହୁଏ। ଯେଉଁଥିରେ ଅନେକ ଗୁଡିଏ ଗ୍ରୁପ ଏକାସାଙ୍ଗରେ ଜଏନ ହୋଇ କୌଣସି ଏକ ଖାସ୍ ଟପିକ୍‌ ଉପରେ ମଧ୍ୟ ଡିସକସନ୍‌ କରିପାରିବ। ଆଉ ସବୁ ଗ୍ରୁପ ଆଡମିନଙ୍କ ଉପରେ ସୁପର ଆଡମିନ ରହିବ। ଯିଏ ପୂରା କମ୍ୟୁନିଟିକୁ ମ୍ୟାନେଜ କରିଥାଏ। ସୁପର ଆଡମିନ ଚାହିଁଲେ ମଧ୍ୟ କୌଣସି ଗ୍ରୁପକୁ ରିମୁଭ କରିପାରେ ଏବଂ ମେସେଜକୁ ମଧ୍ୟ ଚାହିଁଲେ ଡିିଲିଟ ମଧ୍ୟ କରିପାରେ।

କଣ୍ଟାକ୍ଟ ଇନଫରମେସନ୍‌ ପାଇଁ ସର୍ଟକର୍ଟ ସର୍ଚ୍ଚ:-

ହ୍ଵାଟସଆପ୍‌ ତାର ୟୁଜର୍ସମାନଙ୍କ ପାଇଁ ନୂଆ ସର୍ଚ୍ଚ ସଟକର୍ଟ ଫିଚର ପ୍ଲାନିଙ୍ଗ କରୁଛି। ଯାହାଦ୍ୱାରା କଣ୍ଟାକ୍ଟ ଇନଫରମେସନ୍‌ ସେକସନକୁ ମଧ୍ୟ ସହଜରେ ପାଇପାରିବେ। ନୂଆ ସର୍ଚ୍ଚ ସଟକର୍ଟ ଫିଚରକୁ ଭିଡିଓ କଲ୍‌ ଆଇକନରେ ମଧ୍ୟ ଆଡ କରାଯିବ। ଆପଣ ଏଠାରେ ନୂଆ ସଟକର୍ଟ ଫିଚରକୁ ଗ୍ରୁପ ଇନଫୋ ସେକସନରେ ଯାଇ ଦେଖିପାରିବେ। ବର୍ତ୍ତମାନ ଏହି ସର୍ଚ୍ଚ ବଟନ, ଆପର ହୋମସ୍କ୍ରୀନରେ ଦେଖାଯାଉଛି। ଆପଣ ପଠାଇଥିବା କିମ୍ବା ରିସିଭ କରିଥିବା ଏହି ମେସେଜକୁ ଏହି ଫିଚର ଦ୍ୱାରା ସହଜରେ ସର୍ଚ୍ଚ କରିପାରିବେ।

ହ୍ଵାଟ୍ସଆପ ଷ୍ଟାଟସ ପ୍ରାଇଭେଟ:-

ନୂଆ ହ୍ଵାଟସଆପ୍‌ ସଟକର୍ଟ ଦ୍ୱାରା ଆପଣ ଷ୍ଟାଟସ ପ୍ରାଇଭେସୀ ସେଟିଙ୍ଗସକୁ ମଧ୍ୟ ମ୍ୟାନେଜ କରିପାରିବେ। ଏହି ସଟକର୍ଟ ଫିଚର ୟୁଜର୍ସଙ୍କୁ ଅନୁମତି କରିବ କିଏ ସେମାନଙ୍କର ଷ୍ଟାଟସକୁ ସିନ୍‌ କରିପାରିବେ। ଏହି ନୂଆ ସଟକର୍ଟ ଫିଚର ଆପଣମାନଙ୍କୁ ସ୍କ୍ରୀନର ବଟମରେ ଦେଖିବା ପାଇଁ ମିଳିବ ଯେତେବେଳେ ଆପଣ ଷ୍ଟାଟସ୍‌ ଦେବେ। ଏହି ସଟକର୍ଟ ଦ୍ୱାରା ଆପଣ କ୍ୱିକଲୀ ସିଲେକ୍ଟ କରିପାରିବେଯେ କିଏ ଆପଣଙ୍କ ଷ୍ଟାଟସ ଦେଖିବେ ଆଉ କିଏ ଆପଣଙ୍କର ଷ୍ଟାଟସ୍‌ ଦେଖିପାରିବେନାହିଁ।

ସେୟାର କରିବା ପୂର୍ବରୁ ପ୍ରିଭ୍ୟୁ କରନ୍ତୁ:-

ଏକ ନୂଆ ପ୍ରିଭ୍ୟୁ ଡକ୍ୟୁମେଣ୍ଟସ ଉପରେ ହ୍ଵାଟସଆପ କାମ କରୁଛି। ଯେତେବେଳେ ଆପଣ ଭିଡିଓ, ଫଟୋ କିମ୍ବା ଡକ୍ୟୁମେଣ୍ଟସ ଆଦି ସେୟାର କରିବେ ସେତେବେଳେ ଆପଣ ଏହାର ପ୍ରିଭ୍ୟୁକୁ ଦେଖିପାରିବେ। ଯାହାଦ୍ୱାରା ସେୟାରିଙ୍ଗରେ ଆପଣମାନଙ୍କୁ କୌଣସି ଅସୁବିଧା ହେବନାହିଁ।

ଏକା ସମୟରେ ଫଟୋ ଏବଂ ଭିଡିଓ ସେୟାର କରନ୍ତୁ:-

ହ୍ଵାଟସଆପ୍‌ ଆଣୁଥିବା ଏହି ନୂଆ ଫିଚରରେ ୟୁଜର୍ସ ତାଙ୍କର ହ୍ଵାଟ୍ସଆପ୍‌ ଷ୍ଟାଟସ ଏବଂ ଇଣ୍ଡିଭିଜୁଆଲ ଚାଟ ଏବଂ ଗ୍ରୁପକୁ ଗୋଟିଏ ଓ୍ଵିଣ୍ଡୋ ମାଧ୍ୟମରେ ସେୟାର କରିପାରିବେ। ଅର୍ଥାତ ଆପଣ ଏକା ସମୟରେ ଉଭୟ ଫଟୋ ଓ ଭିଡିଓ ଗୋଟିଏ ସମୟରେ ପଠାଇପାରିବେ। ବର୍ତ୍ତମାନ ଥିବା ଫିଚରରେ ଆପଣ ଏସବୁକୁ ଇଣ୍ଡିଭିଜୁଆଲୀ ସେୟାର କରୁଛନ୍ତି। କିନ୍ତୁ ଏହି ଫିଚର ରୋଲ ଆଉଟ ହୋଇଗଲେ ଏହାକୁ ସେୟାର କରିବା ମଧ୍ୟ ବହୁତ ସହଜ ହୋଇଯିବ।

ଭଏସ୍‌ କଲ ପାଇଁ ନୂଆ ଇଣ୍ଟରଫେସ ଆସୁଛି:-

ଗ୍ରୁପ ଭଏସ କଲର ଓ୍ଵିଣ୍ଡୋ ଡିଜାଇନକୁ ହ୍ଵାଟ୍ସଆପ୍‌ ଚେଞ୍ଜ୍‌ କରିବାକୁ ଯାଉଛି। ଏହି ପରିବର୍ତ୍ତନ ହୋଇଥିବା ଡିଜାଇନ ପେଜକୁ ଏକ ରିଫ୍ରେସଡ ଲୁକ ଦେବ। ଅର୍ଥାତ ଆପଣ ଗ୍ରୁପ ଭଏସ କଲରେ ଏକ ନୂଆ ଇଣ୍ଟରଫେସ ମଧ୍ୟ ଦେଖିବା ଲାଇ ପାଇବେ। ଆଉ ଏହି ଭଏସ କଲ୍‌ ଆପଣଙ୍କୁ ୱେଭ ଫର୍ବ ଭଳି ଦେଖାଦେବ।

Leave A Reply

Your email address will not be published.