କ’ଣ ଆପଣ ମଧ୍ୟ ଏଭଳି ଚାର୍ଜ କରନ୍ତି ନିଜର ସ୍ମାର୍ଟଫୋନ୍ ? ହୋଇପାରେ ବଡ କ୍ଷତି

0

Get real time updates directly on you device, subscribe now.

କ’ଣ ଆପଣ ସେମାନଙ୍କ ମଧ୍ୟରେ ଅଟନ୍ତି ଯିଏ କୈାଣସି ଚାର୍ଜରରେ ବି ଚାର୍ଜ କରିନେଇ ଥାନ୍ତି ? ଯଦି ଏଭଳି ଅଟନ୍ତି ତେଵେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ ନଚେତ୍ ବଡ କ୍ଷତି ହୋଇପାରେ|କାରଣ ସବୁ ଚାର୍ଜର ଗୋଟିଏ ପ୍ରକାରର ନାହିଁ ଓ ସଵୁ ସ୍ମାର୍ଟଫୋନର ଚାର୍ଜିଙ୍ଗ କ୍ୟାପାସିଟି ମଧ୍ୟ ଅଲଗା ଅଲଗା ଅଟେ|

ଏଭଳି କ୍ଷେତ୍ରରେ କୈାଣସି ଏକ ଚାର୍ଜର ବ୍ୟବହାର କରିବା ଯିଏ ଆପଣଙ୍କ ଫୋନ ପାଇଁ ଠିକ୍ ହେଵ ଆପଣଙ୍କୁ ମହଙ୍ଗା ପଡ଼ିପାରେ|କୈାଣସି ମନ ଇଚ୍ଛା ଚାର୍ଜର ବ୍ୟବହାର କଲେ ଆପଣଙ୍କ ଫୋନ ବ୍ୟାଟେରୀ ଖରାପ ହୋଇପାରେ|

ସାଧାରଣ ଭାଷାରେ କହିବା ଯଦି ମୋବାଇଲ ଫୋନ ଚାର୍ଜରର କେବଳ ଗୋଟିଏ କାମ ଡିଭାଇସକୁ ଚାର୍ଜ କରିବା, କିନ୍ତୁ ଯେତେ ସହଜ କହିବା ଏହି କଥା ଏତେ ସହଜ ନୁହେଁ ଏହି ପ୍ରକ୍ରିୟା|ଚାର୍ଜରର କାମ ଅଟେ ଆପଣଙ୍କ ଫୋନ ବା ଟାବଲେଟ ପର୍ଯ୍ୟନ୍ତ ଏସି କୁ ଡିସିରେ ପରିବର୍ତ୍ତନ କରିବା|ଏଥିପାଇଁ ଏହାକୁ ଚାର୍ଜର ନାହିଁ ଆଡପ୍ଟର କହନ୍ତି|

ନିଜର ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ୟୁଜରକୁ ସର୍ବଦା ଓରିଜିନାଲ ଚାର୍ଜର ବ୍ୟବହାର କରିବା ଆବଶ୍ୟକ|କାରଣ ସମସ୍ତ ଫୋନର ଚାର୍ଜିଙ୍ଗ କ୍ଷମତା ଅଲଗା ଓ କିଛି ବର୍ଷ ପୂର୍ବେ ଫାଷ୍ଟ ଚାର୍ଜିଙ୍ଗର ବୃଦ୍ଧି ଘଟିଛି|ଯଦି ଆପଣଙ୍କ ଚାର୍ଜର ଖରାପ ହୋଇଯାଏ ଆଉଟପୁଟ କରେଣ୍ଟ ଓ ଭୋଲ୍ଟେଜକୁ ଧ୍ୟାନରେ ରଖି ନୂଆ ଚାର୍ଜର ନେବା ଆବଶ୍ୟକ|

ଏହାସହ ଅଜଣା କମ୍ପାନୀର ଶସ୍ତା ଚାର୍ଜର ଠାରୁ ଦୂରରେ ରହିବା ଆବଶ୍ୟକ|କାରଣ ଏଥିରେ ସେହି କ୍ୱଲିଟି ମିଳେନାହିଁ ଯାହା ଵ୍ରାଣ୍ଡେଡରେ ମିଳେ|ଯଦି ଆପଣଙ୍କ ଫୋନ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରେନାହିଁ ତେଵେ ଅନ୍ୟ ଚାର୍ଜର ବ୍ୟବହାର କରିବା ଠାରୁ ଦୂରରେ ରୁହନ୍ତୁ|ନଚେତ୍ ଏଭଳି କଲେ ଆପଣଙ୍କ ଫୋନ ଖରାପ ହୋଇପାରେ|

ଏହି ସମ୍ପର୍କରେ ଆପଲ ଅଧିକାରିକ ସୂଚନା ଦେଇଛନ୍ତି|ଯଦି ଆପଣ ଆଇଫୋନ ସହ କୈାଣସି ତୃତୀୟ ପକ୍ଷର କେବଲ ବା ନକଲି କେବଲ ବ୍ୟବହାର କରନ୍ତି ତେଵେ ଏଭଳି କ୍ଷେତ୍ରରେ ଆପଣଙ୍କ ଆଇଫୋନ ଠିକରେ ଚାର୍ଜ ହେଵ ନାହିଁ|ହୋଇପାରେ ସେ ଆପଣଙ୍କ ଆଇଫୋନକୁ ପୂରାପୂରି ଭାବେ ସିଙ୍କ୍ରୋନାଇଜ ନହୋଇ ପାରେ ଫଳରେ କ୍ଷତି ପହଞ୍ଚାଇପାରେ|ଆପଲ ଆଇଫୋନ ୟୁଜର୍ସକୁ ଆପଲ ୟୁଏସବି ପାୱାର ଆଡାପ୍ଟରରେ ଚାର୍ଜ କରିବା ଆବଶ୍ୟକ|

Leave A Reply

Your email address will not be published.