ଓଡ଼ିଶାରେ ୩,ଦିଲ୍ଲୀରେ ୨,ମଧ୍ୟପ୍ରଦେଶରେ ୨, ଛତିଶଗଡ଼, ଆସାମ, ପଂଜାବ, ଝାଡ଼ଖଣ୍ଡରେ ଜଣେ,ଏମିତି ଭାବରେ ଏହି ବ୍ୟକ୍ତିଙ୍କର ୧୪ ଜଣ ସ୍ତ୍ରୀ,ଭାଲେଣ୍ଟାଇନ ଡେ ରେ ଖୋଲିଲା ସବୁ ପୋଲ

0

Get real time updates directly on you device, subscribe now.

ଏହା ଏପରି ଏକ କାହାଣୀ, ଯାହାକୁ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର କାରନାମା ଜାଣିଲେ ଆପଣ ସମସ୍ତଙ୍କର ହୋସ ଉଡିଯିବ। କେତେବେଳେ ନିଜକୁ ରମେଶ ସ୍ୱାଇଁ, କେତେବେଳେ ଡାକ୍ତର ବିଧୁ ପ୍ରକାଶ ସ୍ୱାଇଁ ତ ଆଉ କେତେବେଳେ ଡାକ୍ତର ରମଣୀ ରଂଜନ ସ୍ୱାଇଁ ବୋଲି ପରିଚୟ ଦେଇ ଏହି ଧୃତ ଜଣକ ଠକାମୀର ବଡ଼ ଯୋଜନା କରିଥିଲେ। ଆଉ ତାଙ୍କର ମୁଖ୍ୟ ଟାର୍ଗେଟ ସମ୍ଭ୍ରାନ୍ତ ମଧ୍ୟବୟସ୍କ ମହିଳା, ଡିଭୋର୍ସୀ ଓ ବିଧବା ମହିଳା ଥିଲେ। ମାଟ୍ରିମୋନିଆଲ୍ ସାଇଟରେ କିପରି ମହିଳାଙ୍କୁ ପ୍ରେମ ଜାଲରେ ପକାଇହୁଏ, ଏହି ବ୍ୟକ୍ତି ଜଣକ ଏହି କଳାରେ ଧୁରନ୍ଧର ଥିଲେ।

ଦିଲ୍ଲୀରେ ୨ ଜଣ, ମଧ୍ୟପ୍ରଦେଶରେ ୨ ଜଣ, ଛତିଶଗଡ଼, ଆସାମ, ପଂଜାବ, ଝାଡ଼ଖଣ୍ଡରେ ଜଣେ ଜଣେ ମହିଳାଙ୍କୁ ବିବାହ କରିଥିବା ନେଇ
କମିସନରେଟ ପୋଲିସକୁ ସୂଚନା ମିଳିଛି। ଆଉ ଓଡ଼ିଶାରେ ୩ ଜଣ ମହିଳାଙ୍କୁ ବିବାହ କରିଥିବାର ଜାଣିବାକୁ ମିଳିଛି।

ଗତବର୍ଷ ଜୁଲାଇ ମାସରେ ଦିଲ୍ଲୀର ଜଣେ ଶିକ୍ଷୟିତ୍ରୀ ଭୁବନେଶ୍ୱର ମହିଳା ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଥିଲାକି, ମିଛ ପରିଚୟ ଦେଇ ସେ ବିବାହ କରି ତାଙ୍କୁ ଠକିଥିଲେ। ଡାକ୍ତରଙ୍କର ପରିଚୟ ଦେଇ ୨୦୧୮ ମସିହାରେ ଦିଲ୍ଲୀର ଜନକପୁରରେ ବିବାହ କରି କିଛି ଦିନ ପାଇଁ ଭୁବନେଶ୍ୱରରେ ରଖିଥିଲେ। ତାଙ୍କର ଅସଲ ପରିଚୟ ଜାଣିବା ପରେ ମହିଳାଜଣଙ୍କ ଥାନାରେ ଏକ ଅଭିଯୋଗ କରିଥିଲେ। ସେତେବେଳୁ ପୋଲିସର ଟାର୍ଗେଟରେ ଏହି ଠକ ରହିଥିଲେ।

ରମେଶ ସ୍ୱାଇଁଙ୍କୁ ଖଣ୍ଡଗିରିରୁ ଗିରଫ କରିବା ପରେ ସେ ଛାନଭିନ୍ନରୁ ଯାହାସବୁ ଜାଣିବାକୁ ପାଇଲେ, ତଦନ୍ତକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପ୍ରେମ, ବିବାହ ଓ ଧୋକାର ପୂରା କାହାଣୀ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କର ବଡ଼ ଅଧିକାରୀ ଏକ ପରିଚୟ ଦେଇ କୋଟି କୋଟି ଟଙ୍କାର ଏହି ଠକ ମାଷ୍ଟର ଚୁନା ଲଗାଇଥିଲେ।

ରମେଶଙ୍କର କାରନାମା:-

– ୨୦୦୬ ମସିହାରେ କେରଳରୁ ୧୩ଟି ବ୍ୟାଙ୍କ ଆକାଉଂଟ ଖୋଲି କୋଟିଏ ଟଙ୍କା ହଡ଼ପ କରିଥିଲେ।

– ୨୦୧୧ରେ ହାଇଦ୍ରାବାଦରେ ଏମବିବିଏସ ଆଡମିସନ୍ କରାଇ ଦେବାକୁ କହି ୨ କୋଟି ହଡ଼ପ କରିଥିଲେ।

– ୨୦୧୮ ମସିହାରେ ପଞ୍ଜାବର ଜଣେ ମହିଳାଙ୍କୁ ସେ ବିବାହ କରିଥିଲା।

– ଗୁରୁଦ୍ୱାରରେ ହସପିଟାଲ କରାଇଦେବା କହି ୧୧ ଲକ୍ଷ ଟଙ୍କା ଠକିଥିଲା।

ରମେଶ ସ୍ୱାଇଁଙ୍କର ଅପରାଧର ପୂରା ପୃଷ୍ଠାକୁ ଖୋଲିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ତାଙ୍କୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ଠକାମୀର ସତ ଜାଣିବାକୁ ଉଦ୍ୟମ କରିବ।

Leave A Reply

Your email address will not be published.