ଦିଲ୍ଲୀରୁ ଲଣ୍ଡନ ଯିବ ବସ,ଯାତ୍ରୀ ମାନଙ୍କ ପାଇଁ ଭଡା ୧୫ ଲକ୍ଷ ଟଙ୍କା,ଜାଣନ୍ତୁ କେଉଁ କେଉଁ ରାସ୍ତାରେ ଯିବ ଓ କେବେ ପହଞ୍ଚିବ ?

0

Get real time updates directly on you device, subscribe now.

ବସରେ ବସି ବିଶ୍ୱ ଦେଖିବା ପାଇଁ ଆଶା ରଖିଛନ୍ତି କି? ବୋଧେ ଏହିପରି ଚିନ୍ତା କେହି କେବେ କରି ନପାରନ୍ତି। ଯଦି ଆପଣ ଏ ବିଷୟରେ ଚିନ୍ତା କରିବେ, ତା’ହେଲେ ସୁଯୋଗ ଆସୁଛି। ଭାରତ-ମ୍ୟାମାର ସୀମାରେ ଗାଡ଼ି ଚଳାଚଳ ଆରମ୍ଭ ହେବା ପରେ ଆଗାମୀ ଦିନରେ ଦିଲ୍ଳୀ ରୁ ଲଣ୍ଡନ ବସ ଚଳାଚଳ କରିବା ନେଇ ଯୋଜନା କରାଯାଉଛି। ଆଶା କରାଯାଉଛିଯେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀରୁ ଲଣ୍ଡନ ବସ ସେବା ଆରମ୍ଭ ହୋଇଯିବ।

ଦିଲ୍ଲୀରୁ ଲଣ୍ଡନରେ ପହଞ୍ଚିବା ପାଇଁ ଆପଣଙ୍କୁ ୧୮ଟି ଦେଶ ବୁଲିବା ପାଇଁ ପଡ଼ିବ। ଏଥିପାଇଁ ୨୦ ହଜାର କିଲୋମିଟର ଲାଗିବ। ଲଣ୍ଡନରେ ପହଞ୍ଚିବା ପାଇଁ ବସକୁ ୭୦ ଦିନ ଲାଗିବ। ଯାତ୍ରୀମାନଙ୍କୁ ବସ ଭଡ଼ା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିରେ ବସର ଟିକଟ, ଭିସା ଓ ଅନ୍ୟ ଦେଶରେ ରହିବାର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି।

ବସରୁ ଦିଲ୍ଲୀ ଛାଡ଼ିବା ପରେ ବସଟି ପ୍ରଥମେ ମ୍ୟାମାରରେ ପହଞ୍ଚିବ। ଏହା ପରେ ଥାଇଲାଣ୍ଡ, ଲାଓସ, ଚୀନ, କିର୍ଗିସ୍ତାନ, ଉଜବେକିସ୍ତାନ, କଜାକସ୍ତାନ, ଲାତାଭିଆ, ଲିଥୁଆନିଆ, ପୋଲାଣ୍ଡ, ଚେକ ରିପବ୍ଲିକ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଫ୍ରାନ୍ସ ଅତିକ୍ରମ କରିବାକୁ ପଡିବ। ସୂଚନା ଅନୁସାରେ, ଆଜିକୁ ୭୨ ବର୍ଷ ପୂର୍ବରୁ କୋଲକାତା ଓ ଲଣ୍ଡନ ମଧ୍ୟରେ ବସ ସେବା ଆରମ୍ଭ ହୋଇ ଯାଇଥିଲା। ସେହିଭଳି ଲଣ୍ଡନରୁ ଅଷ୍ଟ୍ରେଲିଆକୁ ମଧ୍ୟ ବସ ସେବା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.