ଆଇପିଏଲର ଖେଳାଳୀ ଚୟନ ସରିଛି। କିଛି କିଛି ନୂଆ ଖେଳାଳୀମାନଙ୍କୁ ଆଇପିଏଲ ପାଇଁ ଦଳରେ ନିଆଯାଇଛି। ଏମିତିକି ଓଡ଼ିଶାର ସୁଧାଂଶୁ ସେନାପତି ମଧ୍ୟ ଚେନ୍ନାଇ ସୁପର କିଙ୍ଗ ପାଇଁ ଦଳରେ ମନୋନିତ ହୋଇଥିବା ସମୟରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ୍ ପାଇଁ ମନୋନିତ କରାଯାଇଛି। ତେବେ ସୁରେଶ ରାଇନା ନିଜର ଦଳ ଚେନ୍ନାଇ ସୁପର କିଙ୍ଗରୁ ବାଦ ପଡିଛନ୍ତି। ଯାହା ପାଇଁ ସେବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ତାଙ୍କର ଦଳ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବର୍ତ୍ତମାନ ସମ୍ପର୍କ ଠିକ୍ ନଥବାର ଜଣାପଡ଼ିଛି। ସୁରେଶ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରାଯାଇଥିଲା। ଏମିତିକି ଆରମ୍ଭରୁ ଏମଏସ ଧୋନି ଏବଂ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗ୍ସର ଫେସ ଭାଲ୍ୟୁକୁ ବଢ଼ାଇଥାନ୍ତି।
କେବଳ ଏତିକି ନୁହେଁ ଏମଏସ ଧୋନି ଏବଂ ସୁରେଶ ରାଇନାଙ୍କ ଯୋଡି ଚେନ୍ନାଇ ସୁପର କିଙ୍ଗ ପାଇଁ ଅନେକ ପ୍ରକାର ସଫଳତା ମଧ୍ୟ ଆଣିଦେଇଛି। ଏମିତିକି ୩ ନମ୍ବର ବ୍ୟାଟିଂ କରି ସୁରେଶ ରାଇନା ଦଳର ମୁଖ୍ୟ ବ୍ୟାଟିଂ ପର୍ସନ ଭାବରେ ଖେଳିଥାନ୍ତି। ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ ତମ ସଂସ୍କରଣ ପୂର୍ବରୁ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ବାହାରିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଚେନ୍ନାଇ ସୁପର କିଙ୍ଗର ମାଲିକ ଏବଂ ଦଳ ଦାବି କରିଛିଯେ ସେମାନେ ପୂର୍ବତନ କ୍ରିକେଟରଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି।
ପ୍ରଶଂସକମାନେ ରାଇନାଙ୍କ ଚେନ୍ନାଇ ସୁପର କିଙ୍ଗକୁ ଫେରିବା ନେଇ ସୋସିଆଲ ମିଡିଆରେ କମେଣ୍ଟ ମଧ୍ୟ କରୁଛନ୍ତି ଏବଂ ରାଇନାଙ୍କୁ ୟୁଏଇକୁ ଫେରିବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ରାଇନା ଏବଂ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ରିଲେସନ ଖରାପ ହୋଇଥିବାର ଦେଖାଯାଉଛି। କିନ୍ତୁ ବର୍ତ୍ତମାନ ଏକ ଖବର ମଧ୍ୟ ଭାଇରାଲ ହେବାକୁ ଲାଗିଛି ଯାହାକି ଧୋନି ଓ ରାଇନାଙ୍କର ସମ୍ପର୍କକୁ ନେଇ ଆସୁଛି। ଚେନ୍ନାଇ ସୁପର କିଙ୍ଗ୍ସକୁ ଓ ଧୋନିଙ୍କୁ ଟ୍ୱିଟରରେ ଅନଫୋଲୋ କରିଥିବାର ଖବର ବର୍ତ୍ତମାନ ଭାଇରାଲ ହେଉଅଛି। ଯାହା ପାଇଁ ତାଙ୍କର ପ୍ରଶଂସକ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି।
କିନ୍ତୁ ପରେ ଜଣାପଡ଼ିଥିଲାକି ରାଇନା ଏମଏସ ଧୋନିଙ୍କୁ ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ଉଭୟ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଫୋଲୋ କରୁଛନ୍ତି। ଧୋନି ରାଇନାଙ୍କର କେବଳ ଜଣେ ସହକର୍ମୀ ନୁହେଁ ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଅଟନ୍ତି। ଏମିତିକି ତାଙ୍କର ସବୁ ଖେଳାଳୀଙ୍କ ସହ ଭଲ ସମ୍ପର୍କ ଅଛି ବୋଲି ସେ ଏକ ପ୍ରେସ କନଫେରେନ୍ସ ମାଧ୍ୟମରେ ମଧ୍ୟ କହିଥିଲେ। ଧୋନିଙ୍କୁ ଅନଫୋଲୋ କରିବା କଥା ଏକ ମିଛ ଓ ଗୁଜବ ବୋଲି ଜଣାପଡିଛି।