ଗାଁରେ ରହି ଆରମ୍ଭ କରନ୍ତୁ ଏହି ୬ ଟି ବିଜନେସ, ସହଜରେ ହେବ ଭଲ ରୋଜଗାର

0

Get real time updates directly on you device, subscribe now.

ଫର୍ଟିଲାଇଜର ଏବଂ ସିଡ଼ ଷ୍ଟୋର :-

କୃଷକମାନଙ୍କୁ ଔଷଧ ଏବଂ ମଞ୍ଜି ଦରକାର ପଡିଥାଏ | ସେମାନେ ସବୁଠାରୁ ନିକଟସ୍ଥ ଦୋକାନକୁ ଯିବାପାଇଁ ହିଁ ପସନ୍ଦ କରିଥାନ୍ତି |ଆପଣ ଗାଁ ଏବଂ ସହରରେ ଫର୍ଟିଲାଇଜର ଏବଂ ସିଡ଼ ଷ୍ଟୋର ଖୋଲିପାରିବେ | ସରକାରଙ୍କ ତରଫରୁ ମିଳୁଥିବା ସବ୍ସିଡିର ଫାଇଦା ଗ୍ରାହକଙ୍କୁ ଦେଲେ ଅଧିକରୁ ଅଧିକ ଗ୍ରାହକ ଆପଣଙ୍କ ଦୋକାନରୁ କିଣାକିଣି କରିବେ |

ସହରରେ ଉତ୍ପାଦ ବିକ୍ରି କରିବା :-

ଜମିରେ ଉତ୍ପାଦନ ହେଉଥିବା ଉତ୍ପାଦକୁ ଆପଣ ସହରରେ ଯାଇ ସିଧା ଘର ଘର ବୁଲି ବିକ୍ରି କରିପାରିବେ | ଆରମ୍ଭରେ ପରିଶ୍ରମ କରିବାକୁ ପଡିବ, କିନ୍ତୁ ଖାଦ୍ୟ ପଦାର୍ଥର ଶୁଦ୍ଧତା ବଜାୟ ରଖିଲେ କମ ସମୟରେ ଭଲ କଷ୍ଟମର ଆରାମରେ ହୋଇଯିବେ | ଆପଣ ଆଳୁ, ପିଆଜ, ଶୁଦ୍ଧ ଘିଅ, କ୍ଷୀର ଏବଂ ପନିପରିବା ଇତ୍ୟାଦି ବିକ୍ରି କରିପାରିବେ |

ଅର୍ଗାନିକ ଫାର୍ମିଙ୍ଗ :-

ଆଜିକାଲିର ଲୋକମାନେ ଅର୍ଗାନିକ ଫଳ ଏବଂ ପନିପରିବା ଖାଇବାକୁ ପସନ୍ଦ କରନ୍ତି | ଏଥିପାଇଁ ଲୋକମାନେ ଅଧିକ ମୂଲ୍ୟ ଦେବାକୁ ମଧ୍ୟ ପସନ୍ଦ କରନ୍ତି | ଆଇଆଇଟି ସ୍ଟୁଡେଣ୍ଟ ମଧ୍ୟ ଅର୍ଗାନିକ ଫାର୍ମିଙ୍ଗ ଉପରେ ଫୋକସ କରି ଅଧିକ ରୋଜଗାର କରୁଛନ୍ତି | ଆପଣ ଏହାର ଆରମ୍ଭ ଅଧା ଏକର ଜମିରୁ କରିପାରିବେ |

କୋଲ୍ଡ ଷ୍ଟୋରେଜ :-

ଗାଁ ଏବଂ ସହରରେ କୋଲ୍ଡ ଷ୍ଟୋରେଜର ସୁବିଧା ନ ମିଳିବାରୁ ଫଳ ଏବଂ ପନିପରିବା ସବୁ ଖରାପ ହୋଇଯାଏ | ଏଥିରେ ଅନ୍ୟ ବିଜନେସ ତୁଳନାରେ ଟିକେ ଅଧିକ ଖର୍ଚ୍ଚ ଅଟେ | କିନ୍ତୁ ଏଥିରେ ଆପଣଙ୍କୁ ରିଟର୍ନ ମଧ୍ୟ ଭଲ ମିଳିଥାଏ | ଚାହିଁଲେ ଛୋଟ ଲେଭଲରେ କୋଲ୍ଡ ଷ୍ଟୋରେଜ ଆରମ୍ଭ କରିପାରିବେ |

ପୋଲଟ୍ରି ଫାର୍ମିଙ୍ଗ :-

ପୋଲଟ୍ରି ଫାର୍ମିଙ୍ଗର ବିଜନେସ ଦୁଇ ପ୍ରକାରର କରିପାରିବେ | ଅଣ୍ଡା ଉତ୍ପାଦନ ପାଇଁ ଲେୟର କୁକୁଡ଼ା ବାଛିବାକୁ ପଡିବ | ସେହିପରି ଯଦି ଆପଣ ଚିକେନ ବିକ୍ରି କରିବାପାଇଁ ଚାହୁଁଛନ୍ତି, ତେବେ ବୟଲର କୁକୁଡ଼ା ଆବଶ୍ୟକ ହେବ | ଭଲ ଗୁଣ ଥିବା ପୁଷ୍ଟିକର ଖାଦ୍ୟ କୁକୁଡ଼ାମାନଙ୍କୁ ଖୁଆନ୍ତୁ, ବହୁତ ଅଧିକ ଲାଭ ମିଳିବ |

ଲାଇଭଷ୍ଟୋକ ଫାର୍ମିଙ୍ଗ :-

ଲାଇଭଷ୍ଟୋକ ଫାର୍ମିଙ୍ଗ ଅର୍ଥାତ ପଶୁ ସହିତ ଜଡିତ ବ୍ୟବସାୟ ଯେପରି :- ଗାଈ, ମଇଁଷି, ଛେଳି, କୁକୁଡ଼ା ଇତ୍ୟାଦିର ବେପାର କରିବା | ଏଥିରେ ଆପଣଙ୍କୁ ପଶୁମାନଙ୍କୁ କମ ମୂଲ୍ୟରେ କିଣିବାକୁ ପଡିବ | ଏହାପରେ ଲାଳନପାଳନ କରି ତାକୁ ଅଧିକ ଦାମରେ ବିକ୍ରି କରିବାକୁ ପଡିବ | ସହର ଏବଂ ଗାଁରେ ଏହା ସବୁଠାରୁ ଭଲ ଏବଂ ଲାଭଦାୟକ ବ୍ୟବସାୟ ଅଟେ |

Leave A Reply

Your email address will not be published.