ପର ଟଙ୍କାରେ ମଉଜ କରୁଥିଲେ ପୋଲିସ ବାବୁ,ଚଢୁଥିଲେ ୨୨ ଲକ୍ଷ ଟଙ୍କାର ରକେଟ୍ ଥ୍ରୀ ବାଇକ୍,ଆଉ ପୁଅ ଚଢୁଥିଲେ ବିଏମଡବ୍ଲ୍ୟୁ

0

Get real time updates directly on you device, subscribe now.

ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଅୟସ ଆରାମର ଜୀବନ ବଂଚୁଥିଲେ। ସେ ରକେଟ୍ ଥ୍ରୀ ବାଇକ ଚଢୁଥିଲେ। ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା। କେବଳ ଏତିକି ନୁହଁ ପୋଲିସ ବାବୁଙ୍କ ପୁଅ ମଧ୍ୟ ଚଢୁଥିଲେ ବିଏମଡବ୍ଲ୍ୟୁ କାର। ଯାହାର ମୂଲ୍ୟ ୧ କୋଟି ୧୫ ରୁ ୨୦ ଲକ୍ଷ ଟଙ୍କା ହେବ। ଏହି ବିଏମଡବ୍ଲ୍ୟୁ ଗାଡିକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଭିଜିଲାନ୍ସ ଜବତ କରିଛି। ଏକ ୬ ଜଣିଆ ଦଳ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାରକୁ ଜବତ କରିଛି। ପୋଲିସ ବାବୁଙ୍କର ପୁଅ ଏହି କାରକୁ ନେଇ ଚିଲିକା ଯାଇଥିଲେ। ଭିଜିଲାନ୍ସ ତାଙ୍କୁ ମଧ୍ୟ ନେଇ ଯାଇଥିବାର ଜଣାପଡ଼ିଛି।

ତେବେ ଭୁବନେଶ୍ୱରର ମନୋରମା ଇଷ୍ଟେଟରେ ଥିବା ଫ୍ଲାଟ, ନବରଙ୍ଗପୁର ଡାବୁଗାଁରେ ଥିବା ଘର, ଯାଜପୁର ବଡଚଣାରେ ଥିବା ଶ୍ୱଶୂର ଘର, ଯାଜପୁର ତେଲିଗଡ଼ରେ ଥିବା ଶାନ୍ତିଲତା ଫାର୍ମ ହାଉସରେ ରେଡ୍ କରାଯାଉଛି। ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂ ହୋମ୍ ଏବଂ ଔଷଧ ଦୋନାକରେ ଭିଜିଲାନ୍ସ ଚଢାଉ କରୁଛି। ଏହା ସହ ନର୍ସିଂ ହୋମ ନିକଟରେ ଥିବା ଶାନ୍ତିଲତା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରାଯାଉଛି। ଜଗତସିଂହପୁରରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କ ଘରେ ମଧ୍ୟ ଚଢାଉ ଚାଲିଛି। କଟକର ମହାନଦୀ ବିହାରରେ ତ୍ରିନାଥ ମିଶ୍ରଙ୍କର ଦୁଇ ପୁଅ ତୁଷାର ମିଶ୍ର ଓ ତରୁଣ ମିଶ୍ରଙ୍କ ନାଁରେ ଏକ ଔଷଧ ଉତ୍ପାଦନ ୟୁନିଟ ରହିଛି। ସେଠାରେ ମଧ୍ୟ ରେଡ୍ ଭିଜିଲାନ୍ସ କରୁଛି।

ଏହା ସହିତ କଟକ ତୁଳସୀପୁରରେ ଥିବା ସିଗ୍ନାଲ ଏସ୍ପି ଅଫିସ୍ ଓ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ରେଡ କରୁଛି। ତ୍ରିନାଥ ମିଶ୍ରଙ୍କର ପତ୍ନୀଙ୍କ ନାଁରେ ଏକ ବିଏମଡବ୍ଲ୍ୟୁ ଅଛି। ଏହି ଗାଡିକୁ ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି। ଚଢାଉରେ ୩ ଜଣ ଆଡିସିନାଲ ଏସ୍ପି, ୧୦ ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ୩ ଘଂଟା ରେଡରେ ୩ କୋଟି ଟଙ୍କାର ସମ୍ପତି ଠାବ ହୋଇଥିବାର ସୂଚନା ମିଳିଛି। ତ୍ରିନାଥ ମିଶ୍ର କମିଶନରେଟ ପୋଲିସରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ। ବିଭିନ୍ନ ଥାନାରେ ଆଇଆଇସି, ଜୋନ୍ ଏସିପି ଓ ଆଡିସିନାଲ ଡିସିପି ଭାବରେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.