ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଅନେକ ପଦବୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାଲି ପଡ଼ିଛି। ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ୍ ଅନୁସାରେ, ବ୍ୟାଙ୍କରେ ଏଫ୍ଏଲ୍ସିସି ଇନ୍ଚାର୍ଜ, ଆଟେଣ୍ଡର, ଚୌକିଦାର, ମାଳୀ ଓ ଅଫିସ ଆସିଷ୍ଟାଣ୍ଟ ପଦବୀ ଖାଲି ପଡ଼ିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ ଫେବୃୟାରୀ ୧୫ ତାରିଖ ପୂର୍ବରୁ ଆବେଦନ କରିପାରିବେ।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ନିଯୁକ୍ତି ପାଇଁ ବୟସର ସୀମା:-
୧୮ ବର୍ଷରୁ ୬୪ ବର୍ଷ
ଶିକ୍ଷାଗତ ଯୋଗ୍ୟତା:-
ସପ୍ତମ ଶ୍ରେଣୀ ପାସ୍ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଆବେଦନର ଶୁଳ୍କ:-
ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ଦରମା:-
ଚୟନିତ ପ୍ରାର୍ଥୀମାନଙ୍କୁ ମାସିକ ୬୦୦୦ ରୁ ୧୫,୦୦୦ ଟଙ୍କା ଦରମା ମିଳିବ।
ଚୟନର ପ୍ରକ୍ରିୟା:-
ସାକ୍ଷାତକାର/ କୌଶଳ ପରୀକ୍ଷା
ଆବେଦନ କରିବାର ଶେଷ ତାରିଖ:-
୧୫ ଫେବ୍ରୁଆରୀ ୨୦୨୨
କେମିତି ଆବେଦନ କରନ୍ତୁ:-
– ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଫିସିଆଲ ୱେବ୍ସାଇଟ୍ centralbankofindia.co.in କୁ ଯାନ୍ତୁ।
– ବର୍ତ୍ତମାନ କ୍ୟାରିୟର ପେଜ୍କୁ ଯାଆନ୍ତୁ ଓ ଜବ୍ ଓପନିଂ ଖୋଲନ୍ତୁ।
– କିମ୍ବା ଦିଆଯାଇଥିବା ପେଜରେ ଲିଙ୍କ୍କୁ କ୍ଲିକ୍ କରନ୍ତୁ।
– ଏଠାରେ ଆପଣଙ୍କୁ ଆପ୍ଲିକେସନ୍ ଲୋଡ୍ କରିବାକୁ ହେବ।
– ଆବେଦନ ପତ୍ରକୁ ପୂରଣ କରନ୍ତୁ ଓ ଅଧିସୂଚନାରେ ଦିଆଯାଇଥିବା ଠିକଣାକୁ ପଠାଇଦିଅନ୍ତୁ।